Oppo ଲଞ୍ଚ କଲା ୬୫୦୦ mAh ବ୍ୟାଟେରୀ ସହିତ ଏକ ଶସ୍ତା ୱାଟରପ୍ରୁଫ୍ ଫୋନ୍, ଏଥିରେ ରହିଛି ଦମଦାର୍ ଫିଚର୍ସ

Oppo F29 Series ଭାରତରେ ଏଣ୍ଟ୍ରି କରିଛି । Oppo ନିଜର ଏହି ଲାଟେଷ୍ଟ ସିରିଜରେ ଦୁଇଟି ସ୍ମାର୍ଟଫୋନ୍ ଯଥା- Oppo F29 ଏବଂ Oppo F29 Pro କୁ ଉପସ୍ତାପନା କରିଛି । ଏହି ଦୁଇଟି ଫୋନ୍ IP66, IP68 ଏବଂ IP69 ରେଟେଡ୍ ହୋଇଛି, ଯାହା ଫଳରେ ଏଗୁଡିକୁ ପାଣିରେ ବୁଡାଇ ରଖିଲେ ମଧ୍ୟ ଖରାପ ହେବ ନାହିଁ । ଏହା ବ୍ୟତୀତ ଧୂଳି କିମ୍ବା ମାଟି ଦ୍ବାରା ମଧ୍ୟ ଖରାପ ହେବ ନାହିଁ । ଏହି ଦୁଇଟି ଫୋନରେ Oppo ମିଲିଟାରୀ ଗ୍ରେଡ୍ MIL-STD-810H- ୨୦୨୨ ଡ୍ରପ୍ ରେଜିଷ୍ଟଣ୍ଟ ଫିଚର ଦେଇଛି । Oppo F29 ହେଉଛି କମ୍ପାନୀର ପ୍ରଥମ ଫୋନ୍, ଯାହା ଏକ ପାୱାରଫୁଲ୍ ୬,୫୦୦ mAh ର ବ୍ୟାଟେରୀ ସହିତ ଆସିଥାଏ ।

Oppo F29, Oppo F29 Pro ର ପ୍ରାଇସ୍ :

Oppo F29 କୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ୮ GB RAM + ୧୨୮ GB ଏବଂ ୮ GB RAM + ୨୫୬ GB ରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୩,୯୯୯ ଟଙ୍କା ଏବଂ ଏହାର ଟପ୍ ଭ୍ୟାରିଆଣ୍ଟ ୨୫,୯୯୯ ଟଙ୍କା ମୂଲ୍ୟରେ ଆସିଥାଏ । ଆପଣ ଏହାକୁ ଗ୍ଲେସିୟର ବ୍ଲୁ ଏବଂ ସଲିଡ୍ ପର୍ପଲ କଲରେ କିଣିପାରିବେ । ଏହି ଫୋନଟି ଏବେ ପ୍ରି-ଅର୍ଡର କରାଯାଇପାରିବ । ଏହାର ସେଲ୍ ୨୭ ମାର୍ଚ୍ଚରେ ଆୟୋଜିତ କରାଯିବ ।

Oppo F29 Pro କୁ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟ ୮ GB RAM + ୧୨୮ GB, ୮ GB RAM + ୨୫୬ GB ଏବଂ ୧୨ GB RAM + ୨୫୬ GB ରେ ଲଞ୍ଚ କରାଯାଇଛି । ଏହାର ବେସ୍ ଭାରିଆଣ୍ଟର ପ୍ରାଇସ୍ ୨୭,୯୯୯ ଟଙ୍କା । ସେହିଭଳି ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ପ୍ରାଇସ୍ ଯଥାକ୍ରମେ- ୨୯,୯୯୯ ଟଙ୍କା ଏବଂ ୩୧,୯୯୯ ଟଙ୍କାରେ ଆସିଥାଏ । ଏହି ଫୋନକୁ ମଧ୍ୟ ପ୍ରି-ଅର୍ଡର କରାଯାଇପାରିବ । ଏହାର ପ୍ରଥମ ସେଲ୍ ‘ଏପ୍ରିଲ୍ ୧’ ରୁ ଆୟୋଜିତ କରାଯିବ । ଆପଣ ଏହାକୁ ଗ୍ରାନାଇଟ୍ ବ୍ଲାକ୍ ଏବଂ ମାର୍ବଲ ହ୍ବାଇଟ୍ କଲରରେ କିଣିପାରିବେ ।

Oppo ର ଏହି ସ୍ମାର୍ଟଫୋନ୍ ସିରିଜ୍ କ୍ରୟ ଉପରେ ୧୦% ପର୍ଯ୍ୟନ୍ତ ଇନଷ୍ଟାଣ୍ଡ କ୍ୟାସବ୍ୟାକ୍ ଅଫର ଦିଆଯିବ । ଫୋନର ସେଲ୍ Amazon, Flipkart ସମେତ ଲିଡିଙ୍ଗ ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମରେ ଆୟୋଜିତ ହେବ ।

Oppo F29, Oppo F29 Pro ର ଫିଚର୍ସ :

Oppo F29 ଏବଂ Oppo F29 Pro ଏହି ଦୁଇଟି ସ୍ମାର୍ଟଫୋନର ଲୁକ୍ ପ୍ରାୟ ସମାନ୍ ଏବଂ ସମାନ ଫିଚର୍ସ ସହିତ ମଧ୍ୟ ଆସିଥାଏ । ଏହି ଦୁଇଟି ଫୋନରେ ୬.୭ ଇଞ୍ଚାର FHD+ AMOLED ମିଳିଥାଏ, ଯାହା ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଏବଂ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଏହାର ପ୍ରୋ ମଡେଲରେ Corning Gorilla Glass Victus 2 ର ପ୍ରୋଟେକ୍ସନ୍ ମିଳିବ । ସେହିଭଳି, ଷ୍ଟାଣ୍ଡାର୍ଡ ଭର୍ସନ Corning Gorilla Glass 7i ମଧ୍ୟ ରହିଛି ।

Qualcomm Snapdragon 6 Gen 1 ପ୍ରୋସେସର ଦିଆଯାଇଛି । ସେହିଭଳି ଏହାର ପ୍ରୋ ମଡେଲ MediaTek Dimensity 7300 Energy ପ୍ରୋସେସର ସହିତ ଆସିଥାଏ । ଏହି ସିରିଜର ସ୍ମାର୍ଟଫୋନଗୁଡିକ ୧୨ GB LPDDR4X RAM ଏବଂ ୨୫୬ GB UFS 3.1 ଷ୍ଟୋରେଜକୁ ସପୋର୍ଟ କରେ । ଏହା Android 15 ଉପରେ ବେସ୍ଡ ColorOS 15 ରେ କାମ କରିଥାଏ ।

Oppo ର ଏହି ଦୁଇଟି ଫୋନ୍ ଡୁଆଲ୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଏଥିରେ ୫୦ MP ର ମେନ୍ ଏବଂ ୨ MP ର ସେକେଣ୍ଡାରୀ କ୍ୟାମେରା ମିଳିଥାଏ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୬ MP ର କ୍ୟାମେରା ଦିଆଯାଇଛି । Oppo ର ପ୍ରୋ ମଡେଲର କ୍ୟାମେରା OIS ଫିଚରକୁ ସପୋର୍ଟ କରିଥାଏ ।

ଏହି ଉଭୟ ଫୋନ୍ IP66, IP68 ଏବଂ IP69 ରେଟେଡ୍ ହୋଇଛି । ଏହି ସିରିଜକୁ ଷ୍ଟାଣ୍ଡାର୍ଡ ମଡେଲରେ ୬,୫୦୦ mAh ର ବ୍ୟାଟେରୀ ଏବଂ ୪୫ W ଫାଷ୍ଟ ଚାର୍ଜିଂ ମିଳିଥାଏ । ସେହିଭଳି ଏହାର ପ୍ରୋ ମଡେଲ ୬,୦୦୦ mAh ର ବ୍ୟାଟେରୀ ଏବଂ ୮୦ W ର ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ ।