୭୦୦୦ଟଙ୍କା ପର୍ଯ୍ୟନ୍ତ କମିଲା ଏହି ପ୍ରିମିୟମ ସ୍ମାର୍ଟଫୋନ, ଯାହାର ରହିିଛି ଦମଦାର ଫିଚର୍ସ

ଆଜିକାଲି ସ୍ମାର୍ଟଫୋନ ପଛରେ ସମସ୍ତେ ପାଗଳ। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ହେଲେ ଅଧିକ ଦାମ୍‌ ମଧ୍ୟମ ତଥା ଗରିବ ଶ୍ରେଣୀର ଗ୍ରାହକଙ୍କୁ ମହଙ୍ଗା ମାଡ଼ କରିଥାଏ। ଯଦି ଆପଣ କମ୍‌ ଦାମ୍‌ ରେ ପ୍ରିମିୟମ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଓପୋ ଇଣ୍ଡିଆର ହାର୍ଡ଼ ଆଣ୍ଡ୍‌ ପ୍ରିମିୟମ ସ୍ମାର୍ଟଫୋନ OPPO Find X2 ଶସ୍ତା ହୋଇଯାଇଛି। OPPO Find X2ର ଦାମ୍‌ ୭୦୦୦ ଟଙ୍କା ପର୍ଯ୍ୟନ୍ତ କମିଛି। ଯାହା ଫଳରେ ଏହାର ଦାମ୍‌ ୫୭,୯୯୦ଟଙ୍କା ରହିଛି। ପ୍ରଥମେ ଏହାର ଦାମ୍‌ ୬୪,୯୯୦ ଟଙ୍କା ଥିଲା।

ସ୍ପେଶିଫିକେସନ:
Oppo find x2ରେ 6.7ଇଞ୍ଚର କ୍ୟୁଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜଲ୍ୟୁସନ 1440*3168 ପିକ୍ସଲ ଅଛି। ଏହି ଫୋନରେ ସ୍ନାପଡ୍ରାଗନ 865 ପ୍ରୋସେସର ସପୋର୍ଟ ସିଷ୍ଟମ ରହିଛି। ଏହା ଆଣ୍ଡ୍ରଏଡ଼10 ରେ ଆଧାରିତ colorOS 7.1 ଅପରେଟିଙ୍ଗ ସିଷ୍ଟମ ଦ୍ୱାରା କାମ କରେ।

OPPO3456
pc: firstpost

କ୍ୟାମେରା:
ୟୁଜର୍ସଙ୍କୁ ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ମିଳୁଛି। ଏଥିରେ 48 ମେଗାପିକ୍ସଲର ସୋନୀ ଆଇଏମ୍‌ଏମକ୍ସ 586 ସେଂସର, 12 ମେଗାପିକ୍ସଲର ସୋନୀ ଆଇଏମ୍‌ଏକ୍ସ 708 ସେଂସର ଏବଂ 13 ମେଗାପିକ୍ସଲର tertiary ସେଂସର ରହିଛି। ଫ୍ରଣ୍ଟରେ 32 ମେଗାପିକ୍ସଲର ସେଲ୍ଫି କ୍ୟାମେରା ଦିଆଯାଇଛି।

ବ୍ୟାଟେରୀ ଓ କନେକ୍ଟିଭିଟି:
କମ୍ପାନୀ ଏହି ଫୋନରେ କନେକ୍ଟିଭିଟିକୁ ନେଇ 5g, 4g LTE, ଓ୍ଵାଇଫାଇ, ଜିପିଏସ, ବ୍ଲୁଟୁଥ 5 .1, ଜିପିଏସ ଓ ୟୁଏସବି ପୋର୍ଟ ଟାଇପ-ସି ଭଳି ଫିଚର୍ସ ଦେଇଛି। 4200 ଏମଏଏଚ୍‌ ର ବ୍ୟାଟେରୀ ମଧ୍ୟ ଉପଲବ୍ଧ। ଏହାର ଓଜନ 187 ଗ୍ରାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.