ଭାରତରେ Oppo Find X3  Pro Mars Exploration Editionର ହେଲା ବଜାର ପ୍ରବେଶ

Oppoର ନୂଆ ମଡେଲ Oppo Find X3  Pro Mars Exploration Edition ମାର୍କେଟରେ ଲଞ୍ଚ ହୋଇସାରିଛି । ଏହି ଫୋନରେ ବ୍ୟାକ ପ୍ୟାନେଲରେ ବିଶେଷ ରୂପେ ସ୍କାଇ ରୋକ ଗ୍ରେ କଲର ଥିମର ବ୍ୟବହାର କରାଯାଇଛି । ଏହାସହ କମ୍ପାନୀ ତରଫରୁ କଷ୍ଟମାଇଜଡ ଅପରେଟିଙ୍ଗ ସିଷ୍ଟମ ଦିଆଯାଇଛି । ଫୋନରେ 120Hz ଡିସପ୍ଲେ , ୫୦ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । ସ୍ନାପଡ୍ରାଗନ ୮୮୮ ଭଳି ଦମଦାର ଫିଚର ଦିଆଯାଇଛି । ଚୀନରେ ଏହାର ଦାମ ୬,୯୯୯ ୟୁଆନ ଅର୍ଥାତ ୭୯,୬୦୦ ଟଙ୍କା ରଖାଯାଇଛି ।

ସ୍ପେଶିଫିକେସନ:

ଫୋନରେ ୩୨୧୬ଇଞ୍ଚର ୧୪୪୦ ପିକ୍ସଲର ରିଜଲ୍ୟୁସନ ରହିଛି । ଏହାସହ ୬.୭ ଇଞ୍ଚର LTPO AMOLED QHD+ ଡିସପ୍ଲେ ରହିଛି । ଏହାସହ ଫୋନରେ ୧୬ ଜିବି ର‌୍ୟାମ ସହ ୫୧୨ ଜିବିର ଇଣ୍ଟରନାଲ ଷ୍ଟୋରେଜ ସିଷ୍ଟମ ରହିଛି । ୫୦ ପିକ୍ସଲ ମେଗାପିକ୍ସଲ ପ୍ରାଇମେରୀ କ୍ୟାମେରା ସହ ୫୦ ମେଗାପିକ୍ସଲର ଅଲଟ୍ରା ବାଇଣ୍ଡ ଆଙ୍ଗେଲ ସେସଂର ରହିଛି । ୧୩ ମେଗାପିକ୍ସଲର ଟେଲିଫଟୋ ଲେନ୍ସ ସହ ୩ ମେଗାପିକ୍ସଲର ମାକ୍ରୋ ସେଂସର ଦିଆଯାଇଛି ।

ଏଥିରେ ୪୫୦୦ ଏମଏଚର ବ୍ୟାଟେରି ଦିଆଯାଇଛି । ଯାହା ୬୫ ୱାଟର SuperVOOC 2.0 ଫ୍ଲାସ ଚାର୍ଜ ରହିଛି । କନେକ୍ଟଭିଟି ପାଇଁ ଏଥିରେ ୱାଇଫାଇ ୬,ବ୍ଲୁଟୁଥ ୫.୨ , ଜିପିଏ, ଏନଏଫସି , ୫ଜି ୟୁଏସବି ସହ ଟାଇପ ସି ପୋର୍ଟର ଚାର୍ଜର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.