Oppo Find X8 ସିରିଜ୍ ଭାରତରେ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । ହୋମ ମାକେର୍ଟରେ ଏଣ୍ଟ୍ରି କରିଥିବା ଏହି ସ୍ମାର୍ଟଫୋନ ସିରିଜ୍ ଭାରତ ବ୍ୟତୀତ, ୟୁରୋପ, ଇଣ୍ଡୋନେସିଆ ଏବଂ ଆମେରିକାରେ ଲଞ୍ଚ ହେବ । Oppo ର ଏହି ସ୍ମାର୍ଟଫୋନ ସବୁଠାରୁ ପ୍ରିମିୟମ ସ୍ମାର୍ଟଫୋନ ସିରିଜ ହେବ, ଯାହା ଭାରତରେ ଲଞ୍ଚ ହେବ । ଏହା ପୂର୍ବରୁ ଭାରତୀୟ ବଜାରରେ Find X2 ସିରିଜ୍ ଲଞ୍ଚ କରାଯାଇଥିଲା । ଦାର୍ଘ ସମୟ ପରେ ଭାରତୀୟ ବଜାରରେ Find X ସିରିଜ୍ ଲଞ୍ଚ ହେବ । କମ୍ପାନୀ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡଲ୍ ମାଧ୍ୟମରେ ଏହାର ଲଞ୍ଚିଂ କନଫର୍ମ କରିଛି ।
ନଭେମ୍ବର ୨୧ ରେ ଇଣ୍ଡୋନେସିଆ ବାଲି ଠାରେ Oppo Find X8 ସିରିଜ୍ର ଗ୍ଲୋବାଲ ଲଞ୍ଚ ଇଭେଣ୍ଟ ଆୟୋଜିତ ହେବ । ଭାରତୀୟ ସମୟ ଅନୁଯାୟୀ ଏହି ସିରିଜ୍ ୨୧ ନଭେମ୍ବର ସକାଳ ୧୦:୩୦ ରେ ଲଞ୍ଚ ହେବ । କମ୍ପାନୀ ଅଫିସିଆଲ ୱେବସାଇଟରେ ଏହି ଫୋନକୁ ଲିଷ୍ଟ କରିଛି । ବେସ୍ ଏବଂ ପ୍ରୋ ମଡେଲ ଯଥା Oppo Find X ଏବଂ Oppo Find X8 Pro ଲଞ୍ଚ କରାଯିବ । ଏହି ସିରିଜର ଫିଚର୍ସ ଏବଂ ଡିଜାଇନ୍ ଚୀନରେ ଲଞ୍ଚ ହୋଇଥିବା ଭ୍ୟାରିଆଣ୍ଟ ପରି ସମାନ ହେବ ।
ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ପ୍ରି-ବୁକିଂ ପାଇଁ ଏହି ଫୋନ ଉପଲବ୍ଧ କରାଯାଇଛି । ୟୁଜର୍ସମାନେ ବର୍ତ୍ତମାନ ଏହି ସିରିଜର ଉଭୟ ମଡେଲକୁ ପ୍ରି-ଅର୍ଡର କରିପାରିବେ । Oppo ର ଏହି ସିରିଜ୍ Android 15 ଉପରେ ଆଧାରିତ ହୋଇ ColorOS 15 ସହିତ ଆସିବ । ଏହି ସିରିଜ୍ ଉଭୟ ଫୋନ AI ଫିଚର ସହିତ ଲ୍ୟାସ୍ ହେବ । ଏହା ଦୁଇଟି କଲର ଅପ୍ସନରେ ଲଞ୍ଚ ହେବ- ଷ୍ଟାର ଗ୍ରେ ଏବଂ ସ୍ପେସ୍ ବ୍ଲାକ୍ । ଏହି ଫୋନ ସିଧାସଳଖ Xiaomi ଏବଂ Samsung ର ଫ୍ଲାଗସିପ୍ ସ୍ମାର୍ଟଫୋନ ସହିତ ଟକ୍କର ଦେବ ।
Oppo Find X8 ରେ ୬.୫୯ ଇଞ୍ଚର ଡିସପ୍ଲେ ଦିଆଯିବ । ଏହାର ପ୍ରୋ ମଡେଲ ୬.୭୮ ଇଞ୍ଚ ଡିସପ୍ଲେ ସହିତ ଆସିବ । ଏହି ଦୁଇଟି ଫୋନ MediaTek Dimensity 9400 ପ୍ରୋସେସର, ୧୨GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଲ୍ୟାସ୍ ହେବ । ଏହି ସିରିଜର ଷ୍ଟାଣ୍ଡାର୍ଡ ମଡେଲ ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ମିଳିବ । ସେହିଭଳି ପ୍ରୋ ମଡେଲ୍ରେ କ୍ୱାଡ୍ କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ ।
Find X8 ର ବ୍ୟାକରେ ୫୦MP+ ୫୦MP+ ୫୦MP ର ତିନୋଟି କ୍ୟାମେରା ରହିବ । ଏହା ସହ Find X8 Pro ରେ ୫୦MP+ ୫୦MP+ ୫୦MP+ ୫୦MP ର ଚୋରୋଟି କ୍ୟାମେରା ଦିଆଯିବ । ଏହି ଦୁଇଟି ଫୋନ ୩୨MP ସେଲଫି କ୍ୟାମେରା ସହିତ ଆସିବ । ଏହି ସିରିଜର ଉଭୟ ଫୋନ ୬,୦୦୦mAh ର ଦମଦାର ବ୍ୟାଟେରୀ ଏବଂ ୧୦୦W ଓ୍ୱାୟାର୍ଡ ଫାଷ୍ଟ ଚାର୍ଜିଂ ସହିତ ଆସିବ । ଏଥିରେ ଓ୍ୱାୟାରଲେସ୍ ଚାର୍ଜିଂର ମଧ୍ୟ ସପୋର୍ଟ ଦିଆଯାଇପାରେ ।