Oppo Find X8s ର ଫିଚର୍ସ ହେଲା କନଫର୍ମ, ଏପ୍ରିଲରେ ଭାରତୀୟ ବଜାରରେ ଦେବ ଟକ୍କର

ପ୍ରାୟ ସବୁ ମାସରେ ଭାରତୀୟ ବଜାରରେ ଅନେକ ପ୍ରକାରର ଫୋନ୍‌ ଲଞ୍ଚ ହେଉଛି । ଲୋକମାନେ ମଧ୍ୟ ଏହି ଫୋନକୁ କିଣିବା ପାଇଁ ବହୁ ଇଚ୍ଚା ପ୍ରକାଶ କରିଥାନ୍ତି । ଯେତେବେଳେ କିଛି ସ୍ମାର୍ଟଫୋନ୍‌ ଲଞ୍ଚ ହୁଏ, ଲୋକମାନେ ବହୁତ ଖୁସି ମଧ୍ୟ ହୋଇଯାଆନ୍ତି । ଏହି ଖୁସିକୁ ଆଖିଆଗରେ ରଖି Oppo ନିଜର ଏକ ଦମଦାର୍‌ ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଖୁବ୍‌ ଶୀଘ୍ର ଭାରତୀୟ ବଜାରରେ Oppo Find X8s କୁ ଲଞ୍ଚ କରିବାକୁ ଯାଉଛି ।

ଆପଣଙ୍କୁ କହୁଛୁ ଯେ Oppo ଭାରତୀୟ ବଜାରରେ Oppo Find X8 Ultra ଏବଂ Find X8s+ ସହିତ Oppo Find X8s ଲଞ୍ଚ କରିବ । ଏହାର ଅର୍ଥ ହେଉଛି ଯେ Oppo ନିଜର ଫ୍ୟାନ୍ସମାନଙ୍କ ପାଇଁ ତିନୋଟି ପାଓ୍ୱାରଫୁଲ୍‌ ଲଞ୍ଚ କରିବାକୁ ଯାଉଛି । ଯଦି ଆପଣ ଫ୍ଲାଗସିପ୍‌ ସେଗମେଣ୍ଟରେ ଏକ ନୂଆ ଫୋନ୍‌ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ Oppo ର ଅପକମିଙ୍ଗ ଫୋନ୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ ।

Oppo Find X8s ର ଫିଚର୍ସ :
Oppo ର ଅପକମିଙ୍ଗ Oppo Find X8s କୁ ୬.୩ ଇଞ୍ଚ ଡିସପେ୍ଲ ସହିତ ଲଞ୍ଚ କରିପାରେ । ଏହା ସହିତ ଏହା ଡିସପେ୍ଲରେ ଥିବା ବେଜେଲଗୁଡିକ ବହୁତ ସ୍ଲିମ୍‌ ହେବାକୁ ଯାଉଛି, ଯାହା ଦ୍ୱାରା ଆପଣ ଭିଡିଓ ଷ୍ଟ୍ରିମିଂରେ ଭଲ ଏକ୍ସପେରିଏନ୍ସ ପାଇବେ । ଡିସପ୍ଲେରେ ପାଞ୍ଚଟି ହୋଲ୍‌ ଡିଜାଇନ୍‌ ରହିବ ଯେଉଁଥିରେ ଫ୍ରଣ୍ଟ କ୍ୟାମେରା ଦିଆଯିବ । Weibo ରେ ସେୟାର ହୋଇଥିବା ଟିଜରରେ ଦେଖାଯାଉଛି ଯେ ଏହାର ରାଇଡ୍‌ ସାଇଡ୍‌ ରେ ଭଲ୍ୟୁମ୍‌ ବଟନ୍‌ ସହିତ ଏକ ପାଓ୍ୱାର ବଟନ୍‌ ମଧ୍ୟ ରହିବ । ଲିକ୍‌ ଅନୁସାରେ, ଏହି ସ୍ମାର୍ଟଫୋନରେ ଏକ ନୂଆ ବଟନ୍‌ ମଧ୍ୟ ମିଳିପାରିବ ଯାହା ଆପଲର ଆକ୍ସନ ବଟନ୍‌ କରି କାମ କରିବ ।

Oppo Find X8s ଲଞ୍ଚ ହେବା ପୂର୍ବରୁ ମଧ୍ୟ ଏହାର ଫିଚର୍ସ ସମ୍ପର୍କରେ ଅନେକ ଲିକ୍‌ ସାମ୍ନାକୁ ଆସିଛି । ଏଥିରେ ପରଫରମାନ୍ସ ପାଇଁ କମ୍ପାନୀ ମିଡିଆଟେକ୍‌ ଡାଇମେନସିଟି ୯୪୦୦+ ଚିପସେଟ୍‌ ଦେବ । ଏହା ସହିତ ଏହି ଅପକମିଙ୍ଗ ଫୋନରେ କମ୍ପାନୀ ୫୦MP ର ପ୍ରାଇମେରୀ କ୍ୟାମେରା ସେଟଅପ୍‌ ସହିତ ଆସିବ । ସ୍ମାର୍ଟଫୋନକୁ ପାଓ୍ୱାର ଦେବା ପାଇଁ ଏଥିରେ ୫୭୦୦mAh ର ବ୍ୟାଟେରୀ ମିଳିବ, ଯାହା କି ୮୦W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।

ଲିକ୍‌ ଅନୁଯାୟୀ, ଏହି ସ୍ମାର୍ଟଫୋନ୍‌ ବଜାରରେ IP69 ରେଟିଙ୍ଗ ସହିତ ଟକ୍କର ଦେବ । ଏହା ପୂର୍ବରୁ କମ୍ପାନୀ ୨୦୨୪ ରେ ବଜାରରେ Oppo Find X8 କୁ ଲଞ୍ଚ କରିଥିଲା । ଏଥିରେ କମ୍ପାନୀ ୩୨ ମେଗାପିକ୍ସେଲର ସେଲଫି କ୍ୟାମେରା ସହିତ ରିୟରରେ ୫୦ ମେଗାପିକ୍ସେଲର ଟ୍ରିପଲ କ୍ୟାମେରା ପ୍ରଦାନ କରିଥିଲା ।