OPPO ଆଣୁଛି ଷ୍ଟାଇଲିଶ୍‌ ଇଲେକ୍ଟ୍ରିକ୍‌ ସ୍କୁଟର, ଅନ୍ୟମାନଙ୍କ ତୁଳନାରେ ଦାମ୍‌ ବହୁତ କମ୍‌; କାର୍‌ ବି କରିପାରେ ଲଞ୍ଚ୍‌

OPPOର ସ୍ମାର୍ଟଫୋନଗୁଡ଼ିକୁ ବହୁତ ପସନ୍ଦ କରା ଯାଇଥାଏ। ଏବେ କମ୍ପାନୀ ନୂଆ ସେକ୍ଟରରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। OPPO ୨୦୨୩ ଏବଂ ୨୦୨୪ରେ ଭାରତରେ OPPO EV ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ମୁତାବକ, ଟିପଷ୍ଟର୍‌ ଯୋଗେଶ ବରାଡ଼ OPPO EV ବିଷୟରେ ଡିଟେଲ୍ସ ସେୟାର କରିଛନ୍ତି। ତାଙ୍କ ମୁତାବକ, ଏହାର ପ୍ଲାନିଙ୍ଗ୍‌ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଅଛି, ଯାହାର ଅର୍ଥ ହେଉଛି, ଲଞ୍ଚିଂର ସମୟ ସୀମା ବର୍ତ୍ତମାନ ସୁଦ୍ଧା ଅନିଶ୍ଚିତ ରହିଛି। ହୋଇପାରେ, ଲଞ୍ଚିଂକୁ ସାମାନ୍ୟ ଆଗକୁ ବଢ଼ାଯାଇ ପାରେ।

ସାମ୍ନାକୁ ଆସିଲା ଇଲେକ୍ଟ୍ରିକ୍‌ ସ୍କୁଟରର ଦାମ୍‌

ଟିପଷ୍ଟର୍‌ OPPO EV ଇଲେକ୍ଟ୍ରିକ୍‌ ସ୍କୁଟରର ଦାମ୍‌ ବିଷୟରେ ମଧ୍ୟ କହିଛନ୍ତି। ତାଙ୍କ କହିବା ମୁତାବକ, OPPO ନିଜର ଏହି ଷ୍ଟାଇଲିଶ୍‌ ଇଲେକ୍ଟ୍ରିକ୍‌ ସ୍କୁଟରର ଦାମ୍‌ ପାଖାପାଖି ୬୦ ହଜାର ଟଙ୍କା ରଖିବ। କହି ରଖୁଛୁ, ବର୍ତ୍ତମାନ ସମୟରେ ଅଧିକାଂଶ ସ୍କୁଟରର ଦାମ୍‌ ପାଖାପାଖି ଲକ୍ଷେ ଟଙ୍କା ରହିଛି। ଏମିତିରେ ଏହି ଇଲେକ୍ଟ୍ରିକ୍‌ ସ୍କୁଟର ବଜାରରେ ଧମାଲ କରିବାକୁ ଆସିବ।

OPPO କରୁଛି ପ୍ଲାନିଙ୍ଗ୍‌

କମ୍ପାନୀ ସ୍ପଷ୍ଟ ରୂପରେ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଉପାଦାନ ପାଇଁ ନିର୍ମାତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଦେଇଛି। କିଛି କମ୍ପାନୀ ଟେଲ୍‌ସା ଭଳି ବ୍ରାଣ୍ଡକୁ ପାର୍ଟସ୍‌ ଯୋଗାଇ ଥାଆନ୍ତି। ନିକଟରେ ଏହା ଜଣା ପଡ଼ିଥିଲା କି, OPPO ୨୦୧୮ରେ ଅନ୍ୟ BBK ଇଲେକ୍ଟ୍ରୋନିକ୍ସ ସହାୟକ Realme, OnePlus ଏବଂ Vivo ସହିତ ବିଭିନ୍ନ ଇଲେକ୍ଟ୍ରିକ୍‌ ବାହାନର ବ୍ୟାପାର ଲାଗି ଆବେଦନ କରିଥିଲା। ଏହାର ଅର୍ଥ ଏହା ହୋଇପାରେ କି, କମ୍ପାନୀ କେତେକ ଚୀନ ଟେକ୍‌ କମ୍ପାନୀ ମଧ୍ୟରେ ପ୍ରଥମ, ଯିଏକି ଭାରତୀୟ ଇଭି ସ୍ପେସ୍‌ରେ ପ୍ରବେଶ କରିବାକୁ ଚାହୁଁଛି।

କାର୍‌ ବି କରିପାରେ ଲଞ୍ଚ୍‌

ଏହା ବ୍ୟତୀତ, କମ୍ପାନୀ ଟାଟା ନାନୋ ଭଳି କମ୍ପାକ୍ଟ କାର୍‌ ଉପରେ ମଧ୍ୟ କାମ କରୁଛି। ଆପଣଙ୍କୁ କହି ରଖୁଛୁ ଯେ ଟାଟା ନାନୋ କମ୍‌ ଦାମ ବାଲା କାର୍‌ ରୂପରେ ଲଞ୍ଚ୍‌ ହୋଇଥିଲା ଏବଂ ଯଦି OPPO ବାସ୍ତବରେ ଏହି କାର୍‌କୁ କମ୍ପାକ୍ଟ କରେ, ତା’ ହେଲେ ସମ୍ଭବତଃ ଏହାକୁ ବହୁତ ସୁଲଭ ମୂଲ୍ୟରେ ବଜାରକୁ ଛାଡ଼ିବ। ଏହି କଥାରୁ ଏହା ମଧ୍ୟ ଜଣା ପଡ଼ୁଛି କି, OPPO ଇଲେକ୍ଟ୍ରିକ୍‌ କାର୍‌ ଏବଂ ସ୍କୁଟର ଦୁଇଟି ଯାକକୁ ମୁଖ୍ୟ ରୂପରେ ଇଣ୍ଟ୍ରାସିଟି ଯାତାୟାତ ପାଇଁ ଡିଜାଇନ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.