Oppo ଭାରତରେ ଲଞ୍ଚ କଲା ୭୦୦୦mAh ବ୍ୟାଟେରୀ ସହିତ ଏକ ପାୱାରଫୁଲ୍ ଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Oppo ଲଭର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଭାରତୀୟ ବଜାରରେ ଅନେକ ସମୟରେ ବହୁତ ପ୍ରକାରର ଫୋନ୍ ଲଞ୍ଚ ହୁଏ । ଯେଉଁଥିପାଇଁ ସ୍ବାର୍ଟଫୋନ୍ ଲଭର୍ସମାନେ ଖୁସି ମଧୟ ହୋଇଯାଆନ୍ତି । ଏହି ଖୁସିକୁ ଆହୁରି ବଢ଼ାବା ପାଇଁ Oppo ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

Oppo ଭାରତରେ ୭,୦୦୦mAh ବ୍ୟାଟେରୀ ସହିତ ଏକ ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Oppo ଫୋନଟି K ସିରିଜରେ ଉପସ୍ଥାପନ କରାଯାଇଛି । ଯେଉଁଥିରେ Qualcomm Snapdragon 6 Gen 4 ଚିପସେଟ୍ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ଭଳି ଫିଚର୍ସ ରହିଛି । ଏହା ବ୍ୟତୀତ Oppo ଏହି ମାସରେ ଭାରତରେ ଆଉ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛି । ଚୀନ୍ କମ୍ପାନୀର ଏହି ଫୋନ୍ ଏପ୍ରିଲ ୨୪ରେ ଲଞ୍ଚ ହେବ । କମ୍ପାନୀ Oppo K13 5G ର ମୂଲ୍ୟ ବଜେଟ୍ ରେଞ୍ଜରେ ରଖିଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର ପ୍ରାଇସ୍ ଏବଂ ଫିଚର୍ସ ବିଷୟରେ ।

Oppo K13 5G ର ପ୍ରାଇସ୍ :
Oppo K13 5G ର ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ଅଛି ଯାହା ହେଉଛି- ୮GB RAM + ୧୨୮GB ଏବଂ ୮GB RAM +୨୫୬GB ରେ କିଣାଯାଇପାରିବ । ଏଥି ସହ ଫୋନର ପ୍ରାରମ୍ଭିକ ମୂଲ୍ୟ ୧୯,୯୯୯ ଟଙ୍କା । ଏହି ଫୋନଟି ଦୁଇଟି କଲର ଅପ୍ସନରେ କିଣାଯାଇପାରିବ ଯାହା ରହିଛି- ଆଇସ୍ ପର୍ପଲ ଏବଂ ପ୍ରଜିମ୍ ବ୍ଲାକ୍ । ଏହି Oppo ଫୋନ୍ ସେଲ୍ ଉପରେ ୧୦୦୦ ଟଙ୍କାର ବ୍ୟାଙ୍କ୍ ଡିସକାଉଣ୍ଟ ପ୍ରଦାନ କରାଯିବ । ଏହାକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ସେଲ୍ ପାଇଁ ଉପଲବ୍ଧ କରାଯିବ ।

Oppo K13 5G ର ଫିଚର୍ସ :
ଏହି ସ୍ମାର୍ଟଫୋନରେ ୬.୭ ଇଞ୍ଚର HD+ AMOLED ଡିସପ୍ଲେ ମିଳିଥାଏ, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଏହି ଫୋନ୍ ଡିସପ୍ଲେର ପିକ୍ ବ୍ରାଇଟନେସ୍ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଏଥି ସହ ଏହି ଫୋନରେ ୱେଟ୍ ହ୍ୟାଣ୍ଡ ଟଚ୍ ଏବଂ ଗ୍ଲୋଭ୍ ମୋଡ୍ ଫିଚର୍ସ ମଧ୍ୟ ଦିଆଯାଇଛି ।

Oppo K13 5G ରେ Qualcomm Snapdragon 6 Gen 4 ପ୍ରୋସେସର ଦିଆଯାଇଛି । ଏଥିରେ ୮GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ ରହିବ । ଯାହାକୁ microSD card ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । ଫୋନରେ ଗେମିଙ୍ଗ ପରଫରମାନ୍ସ ବଢ଼ାଇବା ପାଇଁ ଭାପର କୁଲିଂ ଚାମ୍ବର ଦିଆଯାଇଛି । ଏହା ବ୍ୟତୀତ ଏହି ବଜେଟ୍ ଫୋନ୍ AI ସହିତ ଲେସ୍ ।

ଏହି ସ୍ମାର୍ଟଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିବ । ଏଥିରେ ୫୦MP ର ମେନ୍ ଏବଂ ୨MP ର ସେକେଣ୍ଡାରୀ କ୍ୟାମେରା ମିଳିବ । ଏଥି ସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨MP ର କ୍ୟାମେରା ଦିଆଯାଇଛି । ଏହି ଫୋନ୍ Android 15 ଉପରେ ବେସ୍ଡ ColorOS 15 ରେ କାମ କରିବ । ଏଥିରେ ୭,୦୦୦mAh ର ଦମଦାର୍ ବ୍ୟାଟେରୀ ସହିତ ୮୦W SuperVOOC USB Type C ଚାର୍ଜିଂ ଫିଚର ମିଳିବ । ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।