୧୦ ହଜାର ଟଙ୍କାରୁ କମରେ ପାଇବେ ବଢ଼ିଆ ସ୍ମାର୍ଟଫୋନ, ଫିଚର୍ସ ରହିଛି ଜବରଦସ୍ତ

ଯଦି ଆପଣ ଏହି ଫେଷ୍ଟିଭ୍ ସିଜିନରେ ଲୋ ବଜେଟର ଏକ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି , ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ସ୍ମାର୍ଟଫୋନ ମେକର କମ୍ପାନୀ OPPO ଏହାର ୟୁଜର୍ସମାନଙ୍କ ପାଇଁ ମାକେର୍ଟରେ ଏକ ନୂଆ ସ୍ମାର୍ଟଫୋନ ଆଣିଛି । OPPO ଭାରତୀୟ ବଜାରରେ OPPO A3x କୁ ଲଞ୍ଚ କରିଛି । କମ୍ପାନୀର ଲାଟେଷ୍ଟ ସ୍ମାର୍ଟଫୋନ ହେଉଛି 5G ସ୍ମାର୍ଟଫୋନ । ଏଥିରେ ଆପଣଙ୍କୁ ଲୋ ପ୍ରାଇସ୍‌ ସେଗମେଣ୍ଟରେ ଅନେକ ଦମଦାର ଫିଚର୍ସ ମିଳିବ ।

ଯଦି ଆପଣ ୧୦,୦୦୦ ଟଙ୍କାରୁ କମ୍‌ ଦାମରେ ସ୍ମାର୍ଟଫୋନ ଖୋଜୁଛନ୍ତି ତେବେ ଏହି OPPO A3x କୁ କିଣିପାରିବେ । କମ୍‌ ବଜେଟରେ ଏଥିରେ ଡିସେନ୍ଟ ଫିଚର୍ସ ଦିଆଯାଇଛି । OPPO ଏହି ସ୍ମାର୍ଟଫୋନରେ ୪GB RAM ସହିତ ଦୁଇଟି ଷ୍ଟୋରେଜ୍‌ ଅପ୍ସନ ଦେଇଛି । ସ୍ମାର୍ଟଫୋନକୁ ଧୂଳି ଏବଂ ପାଣିରୁ ରକ୍ଷା କରିବା ପାଇଁ ଏଥିରେ IP54 ର ରେଟିଂ ଦିଆଯାଇଛି । ପ୍ରତିଦିନ କାମରେ ଏହା ଆପଣଙ୍କୁ ଭଲ ପରଫରମାନ୍ସ ଦେବ । OPPO ର ଏହି ଫୋନ ବିଷୟରେ ସବୁଠାରୁ ଖାସ୍ କଥା ହେଉଛି ଏହାର ଡିଜାଇନ୍‌ । କମ୍ପାନୀ ଏହାର ରିୟର ପ୍ୟାନେଲ୍‌ରେ ଏକ କ୍ୟାମେରା ମଡ୍ୟୁଲ୍‌ ଦେଇଛି ଯାହା ଆପଲ୍‌ iPhone ପରି ଦେଖାଯାଉଛି ।

OPPO ଦୁଇଟି ଭ୍ୟାରିଆଣ୍ଟ ସହିତ OPPO A3x କୁ ଲଞ୍ଚ କରିଛି । ଏହାର ପ୍ରଥମ ଅପ୍ସନରେ ଆପଣଙ୍କୁ ୪GB RAM ସହିତ ୬୪GB ଷ୍ଟୋରେଜ୍‌ ମିଳିବ ଯାହାର ପ୍ରାଇସ୍‌ ୮,୯୯୯ ଟଙ୍କା ରହିଛି । ଏହାର ଦ୍ବିତୀୟ ଭ୍ୟାରିଆଣ୍ଟରେ ୪GB RAM ସହିତ ୧୨୮GB ଷ୍ଟୋରେଜ୍‌ ରହିଛି । ଏଥିପାଇଁ ଆପଣଙ୍କୁ ୯,୯୯୯ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । OPPO ଏଥିରେ ଦୁଇଟି କଲର ଅପ୍ସନ ଦେଇଛି ଯେଉଁଥିରେ Nebula Red ଏବଂ Ocean Blue ସାମିଲ ଅଛି ।

ଯଦି ଆପଣ OPPO ର ଏହି ଲାଟେଷ୍ଟ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ OPPO ଇଣ୍ଡିଆ ଇ-ଷ୍ଟୋର ସହିତ Amazon ଏବଂ Flipkartରୁ ଏହି ଫୋନ୍ କିଣି ପାରିବେ ।

OPPO A3x ର ସ୍ପେସିଫିକେସନ୍‌ :
OPPO A3x ରେ କମ୍ପାନୀ ୬.୬୭ ଇଞ୍ଚର ଡିସପ୍ଲେ ଦେଇଛି ଯେଉଁଥିରେ ୧୬୦୪ x ୭୨୦ ପିକ୍ସେଲର ରିଜୋଲ୍ୟୁସନ ରହିଛି ।
ଏଥିରେ ଆପଣଙ୍କୁ ୯୦Hz ରିଫ୍ରେସ ରେଟ ସହିତ ୧୦୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ପାଇବେ । ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ୍‌ 14 ଉପରେ ବେସଡ୍ ଯାହା କି Colors OS14 ରେ ଚାଲିଥାଏ ।

ପରଫରମାନ୍ସ ପାଇଁ ଏହି ସ୍ମାର୍ଟଫୋନରେ Snapdragobn 6s ଚିପସେଟ୍‌ ଦିଆଯାଇଛି । ଏଥିରେ ଆପଣଙ୍କୁ ୪GB ର LPDDR4X RAM ସହିତ ୬୪GB ଏବଂ ୧୨୮GB ର ଷ୍ଟୋରେଜ୍‌ ଅପ୍ସନ ପାଇପାରିବେ । ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନର ରିୟରରେ ଡୁଆଲ କ୍ୟାମେରା ସେଟଅପ୍‌ ଅଛି ।

You might also like