ଲଞ୍ଚ ହେଲା Oppo ର ଶସ୍ତା 5G ସ୍ମାର୍ଟଫୋନ୍, ଓଦା ହେଲେ ବି ଖରାପ ହେବନି

Oppo ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । Oppo ର ଏହି ଫୋନ୍ ୬୪ MP କ୍ୟାମେରା ଫିଚର୍ସ ସହିତ ଆସୁଛି । ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିବା Oppo Reno 11 ସିରିଜର ଏହା ସବୁଠାରୁ ଶସ୍ତା ମଡେଲ୍ । ଫୋନର ଲୁକ୍ ଏବଂ ଡିଜାଇନ୍ Reno 11 ସହିତ ସମାନ । Oppo Reno 11A ପଛରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । Oppoର ଏହି ଫୋନ୍ ଜାପାନରେ ଲଞ୍ଚ କରାଯାଇଛି । ଏହା ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ । ରିପୋର୍ଟ ଅନୁଯାୟୀ Oppo ଏହାକୁ Oppo F25 Pro ନାମରେ ଭାରତରେ ଲଞ୍ଚ କରିବ ବୋଲି କୁହାଯାଉଛି ।

Oppo Reno 11A ରେ ୬.୭ ଇଞ୍ଚର AMOLED ଡିସପ୍ଲେ ଅଛି । Oppoର ଏହି ଫୋନରେ ପଞ୍ଚ-ହୋଲ୍ ଡିଜାଇନର ଏକ ଡିସପ୍ଲେ ରହିଛି, ଯାହା ୧୨୦ Hz ରିଫ୍ରେସ୍‌ ରେଟ୍‌ ଫିଚରକୁ ସପୋର୍ଟ କରେ । ଏହି ବଜେଟ୍ ସ୍ମାର୍ଟଫୋନ୍ ମିଡିଆ ଟେକ୍ ଡାଇମେନସିଟି ୭୦୫୦ ପ୍ରୋସେସରରେ କାମ କରେ । ଏହି ଫୋନ୍ ୮ GB RAM ଏବଂ ୧୨୮ GB ଇଣ୍ଟରନାଲ ଷ୍ଟୋରେଜ୍ କୁ ସପୋର୍ଟ କରିବ |

Oppoର ଏହି ଫୋନ୍ ପଛରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଫୋନରେ ୬୪ MPର ମେନ୍‌ କ୍ୟାମେରା ଅଛି । ଏହା ବ୍ୟତୀତ ଫୋନରେ ୨ MPର ମାକ୍ରୋ ଏବଂ ୮ MPର ଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିଛି । Oppoର ଏହି ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨ MP କ୍ୟାମେରା ଅଛି ।

Oppo Reno 11A ରେ ୫୦୦୦ mAh ବ୍ୟାଟେରୀ ସହିତ ୬୭ W ଫାଷ୍ଟ ଚାର୍ଜିଂ ଫିଚର ଅଛି । ଏହି ସ୍ମାର୍ଟଫୋନକୁ IP65 ରେଟିଂ ଦିଆଯାଇଛି । ଯାହା ଦ୍ୱାରା ଏହା ପାଣି ଏବଂ ଧୂଳି ଲାଗିଲେ ବି ନଷ୍ଟ ହେବ ନାହିଁ । କନେକ୍ଟିଭିଟି ପାଇଁ ୱାଇ-ଫାଇ, ବ୍ଲୁଟୁଥ୍ 5.2, ଜିପିଏସ୍, NFC ଭଳି ଫିଚର ଦିଆଯାଇଛି ।

Oppo ର ଏହି ଫୋନ୍ କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ ୮ GB RAM + ୧୨୮ GB ରେ ଆସୁଛି । ଏହି ଫୋନର ଦାମ୍‌ ହେଉଛି ୪୮,୮୦୦ ଜାପାନୀ ୟେନ୍ ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୨୫,୫୦୦ ଟଙ୍କା । ଫୋନର ସେଲ୍‌ ଜୁନ୍ ୨୭ ରୁ ଆରମ୍ଭ ହେବ । କମ୍ପାନୀ ଏହି ଫୋନକୁ କୋରାଲ୍ ପର୍ପଲ ଏବଂ ଡାର୍କ ଗ୍ରୀନ୍ ଭଳି ଦୁଇଟି କଲର ଅପ୍ସନରେ ଲଞ୍ଚ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like