ଲଞ୍ଚ ହେଲା Oppo Reno 12F 4G, ରହିଛି ବଢ଼ିଆ କ୍ୟାମେରା

ଯଦି ଆପଣ Oppo ର ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ବର୍ତ୍ତମାନ କମ୍ପାନୀ ବଜାରରେ ଏକ ନୂଆ ସ୍ମାର୍ଟଫୋନ୍ ଆଣିଛି । Oppo Reno 12F 4G ରହିଛି ବଢ଼ିଆ ଫିଚର୍ସ । ଏହି ସ୍ମାର୍ଟଫୋନରେ ଆପଣ ଫ୍ଲାଗସିପ୍ ଲେଭଲର ଦମଦାର ଫିଚର୍ସ ପାଇବେ । ସୂଚନା ଥାଉ କି କମ୍ପାନୀ ଏପର୍ଯ୍ୟନ୍ତ ଏହାକୁ ଭାରତୀୟ ବଜାରରେ ଲଞ୍ଚ କରିନାହିଁ । ତେବେ ଅନୁମାନ କରାଯାଉଛି ଯେ କମ୍ପାନୀ ଏହାକୁ ଶୀଘ୍ର ଭାରତରେ ଲଞ୍ଚ କରିବ।
ଏପର୍ଯ୍ୟନ୍ତ Oppo Reno 12F 4G ର ମୂଲ୍ୟ ପ୍ରକାଶ ହୋଇନାହିଁ କିନ୍ତୁ କମ୍ପାନୀ ଏହାର ଫିଚର୍ସ ପ୍ରକାଶ କରିଛି । ଏହି ସ୍ମାର୍ଟଫୋନରେ ୟୁଜର୍ସମାନଙ୍କୁ କ୍ୱାଲକମ୍ ର ସ୍ନାପଡ୍ରାଗନ୍ ୬୮୫ ଚିପସେଟ ଦିଆଯିବ । କମ୍ପାନୀ ଏଥିରେ ୬.୬୭ ଇଞ୍ଚର AMOLED ପ୍ୟାନେଲ ଦେଇଛି ଏବଂ ଏଥିରେ ଫୁଲ୍ ଏଚ୍ ରିଜୋଲ୍ୟୁସନ ରହିଛି ।
କମ୍ପାନୀ ଏହାର ଡିସପ୍ଲେରେ ୧୨୦Hz ର ରିଫ୍ରେସ୍ ରେଟ୍ ଦେଇଛି । ଡିସପ୍ଲେରେ ୨୧୦୦ ନିଟ୍ ପର୍ଯ୍ୟନ୍ତ ବ୍ରାଇଟନେସ୍ ଅଛି । ଯଦି ଆମେ ଏହି ଫୋନର କ୍ୟାମେରା ସେଟଅପ୍ ବିଷୟରେ କହିବା, ତେବେ ଏଥିରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସେନ୍ସର ଅଛି । ଏଥିରେ ୟୁଜର୍ସମାନେ ୮ ମେଗାପିକ୍ସେଲର ଅଲଟ୍ରାୱାଇଡ୍ ଏବଂ ୨ ମେଗାପିକ୍ସେଲର ମାକ୍ରୋ ସେନ୍ସର ପାଇବେ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି ।
Oppo Reno 12F 4Gରେ ଆପଣ ଦୁଇଟି ଭାରିଆଣ୍ଟ ଷ୍ଟୋରେଜ୍ ପାଇବେ ଯେଉଁଥିରେ ପ୍ରଥମ ଭାରିଆଣ୍ଟ ୨୫୬ ଜିବି ଷ୍ଟୋରେଜ୍ ଥିବାବେଳେ ଦ୍ୱିତୀୟ ଭାରିଆଣ୍ଟ ୫୧୨ ଜିବି ଭାରିଆଣ୍ଟ ହେବ । ଏହି ସ୍ମାର୍ଟଫୋନରେ ଆପଣ ୫୦୦୦ mAh ବ୍ୟାଟେରୀ ଏବଂ ୪୫ W ଫାଷ୍ଟ ଚାର୍ଜିଂର ସପୋର୍ଟ ପାଇବେ ।