ଟେକ୍

ବଜାରରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Oppo Reno 4 SE , ଜାଣନ୍ତୁ କଣ ରହିଛି ସ୍ପେଶାଲ ଫିଚର୍ସ ଓ ସ୍ପେସିଫିକେସନ

ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି Oppo । ବଜାରରେ ଲଞ୍ଚ ହେବା ପାଇଁ ସମ୍ପୂର୍ଣ୍ଣ ରୁପେ ପ୍ରସ୍ତୁତ ହୋଇସାରିଛି Oppo Reno 4 SE ।କହିରଖିବା ଉଚିତ ହେବକି, ଏହି ସ୍ମାର୍ଟଫୋନ ଚଳିତ ବର୍ଷ ଜୁନରେ ହିଁ ନିଜ ସ୍ମାର୍ଟଫୋନ Oppo Reno 4 Pro ଓ Oppo Reno 4 ସ୍ମାର୍ଟଫୋନ ଲଞ୍ଚ କରିଥିବା ବେଳେ କମ୍ପାନୀ ଏବେ ଏହି ନୂଆ ସ୍ମାର୍ଟଫୋନ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି । ଆଜି ଏହି ଫୋନର ସମସ୍ତ ସମ୍ଭାବିତ ଦର ଓ ସ୍ପେସିଫିକେସନ ଜାଣିରଖନ୍ତୁ ।

ଜାଣନ୍ତୁ କଣ ରହିଛି ମୂଲ୍ୟ:

ରିପୋର୍ଟ ଅନୁଯାୟୀ, ଏହି ସ୍ମାର୍ଟଫୋନ ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୨୭ ହଜାର ୯୯୦ ଟଙ୍କାରେ ବଜାରରେ ବିକ୍ରି ହେବ । ୮ ଜିବି ରାମ ଓ ୧୨୮ ଜିବି ଭେରିୟାଣ୍ଟ ପାଇଁ ହିଁ ଏହି ଦର ରଖିବା ନେଇ ସ୍ଥିର କରାଯାଇଛି ।

ସ୍ପେସିଫିକେସନ:

ରିପୋର୍ଟ ଅନୁଯାୟୀ, ଏହି ଫୋନରେ ଗ୍ରାହକଙ୍କୁ ସାନଦାର ୬.୪୩ ଇନ୍ଚର ଫୁଲ HD + ଡିଷ୍ପ୍ଲେ ସୁବିଧା ମିଳିଯାଇପାରିବ । ଯାହାର ରିଜୋଲୁସନ ୧୦୮୦
x ୨୪୦୦ ପିକ୍ସଲ ପର୍ଯ୍ୟନ୍ତ ରହିଛି । ଏହାକୁ କମ୍ପାନୀ ପକ୍ଷରୁ ସୁପର ଏମୋଲେଡ ପଞ୍ଚ ହୋଲ ଡିଷ୍ପ୍ଲେ ସହିତ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଛି ।ଏହାବାଦ ୯୦ ହର୍ଜ ରିଫ୍ରେଶ ରେଟ ଡିଷ୍ପ୍ଲେ ସହିତ ବଜାରରେ ଲଞ୍ଚ କରିବା ନେଇ ଯୋଜନା କରାଯାଉଛି । ଉନ୍ନତ ପରଫରମାନ୍ସ ପାଇଁ ମିଡିୟା ଟେକ ଡ଼ାଈମେଣ୍ଟାରୀ ୮୦୦ 5G SoC ପ୍ରୋସେସର ସୁବିଧା ଦିଆଯାଇଛି । ୟୁଜର୍ସଙ୍କୁ ଏଥିରେ 8GB ରାମ ସହ 128 GBର ଇଂଟରନାଲ ଷ୍ଟୋରେଜ ସୁବିଧା ମିଳିଯାଇପାରିବ ।

କ୍ୟାମେରା:

କ୍ୟାମେରା ଫିଚର୍ସ ଦେଖିଲେ Oppo ର ଏହି ସାନଦାର ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ସୁବିଧା ରହିଛି । ଏହାବାଦ ୮ ମେଗାପିକସଲର ଏକ ସୁପର ବ୍ବାଇଣ୍ଡ ଲେନ୍ସ ଓ ୨ ମେଗାପିକସଲର ଏକ ମନକ୍ରମ ସେନ୍ସର ସୁବିଧା ବି ଉପଲବ୍ଧ ଅଛି । କହିରଖିବା ଉଚିତ ହେବକି ଏହି ସାନଦର ମଡେଲ ଫୋନରେ ୪୩୦୦ mAh ବ୍ୟାଟେରୀ ସୁବିଧା ମଧ୍ୟ ଅଛି । ଯାହାକୁ କମ୍ପାନୀ ତରଫରୁ ୬୫ ବାଟ ଫ୍ଲେସ ଚାରଜିଙ୍ଗ ସପୋର୍ଟ ସହିତ ଲଞ୍ଚ କରାଯାଇଛି ।

KNews Bureau

Recent Posts

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

2 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

2 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

2 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

3 hours ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

3 hours ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

3 hours ago