ଓପୋ (Oppo) ନିଜର ରେନୋ ୫ ସିରିଜ୍ (Reno 5 series) କୁ ଚାଇନାରେ ୧୦ ଡିସେମ୍ବରରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଇଛି। ଏହି ସିରିଜ୍ ରେ କମ୍ପାନୀର ୩ଟି ସ୍ମାର୍ଟଫୋନ Reno 5, Reno 5 Pro ଏବଂ Reno 5 Pro Plus ସାମିଲ୍ ରହିଛି। ଫୋନ୍ ଲଞ୍ଚ ହେବା ପୂର୍ବରୁ Oppo Reno 5 Pro Plus ର ଫିଚର୍ସ ଲିକ୍ ହୋଇଛି। ରେନୋ ୫ ପ୍ରୋ ପ୍ଲସ୍ ଏହି ସିରିଜ୍ ର ସବୁଠାରୁ ହାଇ-ଏଡ୍ ସ୍ମାର୍ଟଫୋନ ହେବ।
ସେହିଭଳି ଯଦି ଆପଣ ଫୋନର ପଛ ପ୍ୟାନେଲକୁ ଦେଖନ୍ତି, ଏହା ସିରିଜର ଅନ୍ୟ ଦୁଇଟି ସ୍ମାର୍ଟଫୋନ୍ ସହିତ ସମାନ। ଫୋନ୍ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହାର କ୍ୟାମେରା । Reno 5 Pro + ବିଶ୍ୱର ଏଭଳି ସ୍ମାର୍ଟଫୋନ ହେବ, ଯାହା ୫୦ ମେଗାପିକ୍ସେଲ ସୋନି IMX7xx ସିରିଜ୍ ଲେନ୍ସ ସହ ଲଞ୍ଚ କରିବ।
କ୍ୟାମେରା ସେନସରରେ ୧୨ ମେଗାପିକ୍ସେଲର ଟେଲିଫଟୋ ଲେନ୍ସ 2x Zoom ଏବଂ ୧୬ ମେଗାପିକ୍ସେଲର ଅଲଟ୍ରାଭାଇଓଲେଟ୍ ଆଙ୍ଗଲ୍ ଲେନ୍ସ ରହିଛି। ବର୍ତ୍ତମାନ କିନ୍ତୁ କ୍ୟାମେରାର ୪ର୍ଥ ସେନସର୍ ବିଷୟରେ କୌଣସି ସୂଚନା ମିଳିନାହିଁ। ଏହା ବ୍ୟତୀତ ଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 865 ପ୍ରୋସେସର୍ ରେ କାମ କରିବ ବୋଲି ମଧ୍ୟ କୁହାଯାଉଛି।
Oppo Reno 5 5G ଏବଂ Reno Pro 5G ର ସୂଚନା ସାମ୍ନାକୁ ଆସିସାରିଛି। ସୂଚନା ମୁତାବକ ଓପୋ ରେନୋ ୫ ରେ ୬.୪୩ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ ଥିବା ମଧ୍ୟ ଜଣାପଡିଛି। ଏହା 90Hz ରିଫ୍ରେଶ୍ ରେଟ୍ ସହ ଆସିବ। ଏଥିସହ ଏଥିରେ କ୍ୱାଡ ରିୟର କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ୬୪ ମେଗାପିକ୍ସେଲର ପ୍ରାଇମେରୀ ସେନସର୍, ୮ ମେଗାପିକ୍ସଲର ସେକେଣ୍ଡାରୀ ସେନସର୍ ଏବଂ ୨ ମେଗାପିକ୍ସେଲର ୨ଟି ସେନସର୍ ରହିଛି। ଏଥିସହ ପାଓ୍ଵାର ପାଇଁ ଫୋନରେ 4,300mAh ର ବ୍ୟାଟେରୀ ମଧ୍ୟ ରହିଛି।
ସେହିଭଳି ଓପୋ ରେନୋ ପ୍ରୋ ୫ ଜି ର କଥା କହିବାକୁ ଗଲେ, ଏଥିରେ ୬.୫୫ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ ରହିଛି। ଏହି ଫୋନରେ ୬୪ ମେଗାପିକ୍ସେଲ +୮ ମେଗାପିକ୍ସେଲ +୨ ମେଗାପିକ୍ସେଲ +୨ ମେଗାପିକ୍ସେଲର ରିୟର କ୍ୟାମେରା ସେଟଅପ୍ ଥିବା ଜଣାପଡିଛି। ଏଥିସହ ପାଓ୍ଵାର ପାଇଁ ଫୋନ୍ ରେ 4,350mAh ର ବ୍ୟାଟେରୀ ରହିଛି।