ଫେବୃଆରୀରେ ବଜାରରେ ମିଳିବ Oppo Reno 8T 5G, ରହିଛି ଜବରଦସ୍ତ ଡିସପ୍ଲେ କ୍ୱାଲିଟି

କେନ୍ୟୁଜ୍‌(ବ୍ୟୁରୋ): ଖୁବଶୀଘ୍ର ଭାରତୀୟ ବଜାରରେ Oppo Reno 8T 5G । ଫେବୃଆରୀ ୩ରୁ ଭାରତୀୟ ବଜାରରେ ମିଳିବ ଏହି ସ୍ମାର୍ଟଫୋନ । କମ୍ପାନୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । Oppo India ପକ୍ଷରୁ ଟ୍ଵିଟକରି ଗ୍ରାହକଙ୍କୁ ଏହି ସୂଚନା ଦିଆଯାଇଛି । Oppo Reno 8 ସିରିଜରେ ଏହି ସ୍ମାର୍ଟଫୋନ ଏବେ ଯୋଡ଼ି ହୋଇଛି । ଫେବୃଆରୀ ୩ରେ ଭାରତରେ ଏହା ଲଞ୍ଚ ହେବାକୁ ଯାଉଛି । ଏହା ଅନଲାଇନ ସପିଙ୍ଗ ପ୍ଲାଟଫର୍ମ ଫ୍ଲିପକାର୍ଟରେ ମଧ୍ୟ ଉପଲବ୍ଧ ହେବ । ଅନଲାଇନ ମାଧ୍ୟମରେ ଗ୍ରାହକ ଏହାକୁ ଅତି ସହଜରେ ପାଇ ପାରିବେ । ଏହାସହ Oppoର ଅଫିସିଆଲ ସାଇଟରୁ ମଧ୍ୟ କିଣି ପାରିବେ ।

ଏବେ ଆସନ୍ତୁ ଜାଣିବା ଏଥିରେ କି କି ଫିଚର ସବୁ ରହିଛି । ଡିସପ୍ଲେ କଥା ଯଦି ଦେଖିବା ଏଥରେ ଆପଣଙ୍କୁ 6.43 ଇଞ୍ଚ AMOLED ଡିସପ୍ଲେ ମିଳିବ । ଏହାସହ କର୍ଣ୍ଣର ପଞ୍ଚ ହୋଲ ଡିସପ୍ଲେ ଏଥିରେ ପାଇ ପାରିବେ । ଡିସପ୍ଲେରେ ଆପଣଙ୍କୁ ୯୩ ପ୍ରତିଶତ ସ୍କ୍ରିନ ଟୁ ବଡ଼ି ରେସିଓ ମିଳିବ । ଏହାସହ ଏଥିରେ ଆପଣ ଫ୍ଲାଟ ଡିସପ୍ଲେ ପାଇ ପାରିବେ । ସେହିପରି ଫୁଲ ଏଚଡି ଡିସପ୍ଲେ ସହ 90HZ ରିଫ୍ରେସ ରେଟ୍‌ ରିଜୋଲୁସନ ରହିଛି । ଏଥିରେ ଆପଣଙ୍କୁ 10 ବିଟ୍‌ କଲରର ସପୋର୍ଟ ମିଳିବ । ଆସନ୍ତୁ ଜାଣିବା AMOLED ଡିସପ୍ଲେ କଣ? ଏହା ପିକ୍ସେଲ ଟୁ ପିକ୍ସେଲ କାମ କରିଥାଏ, ଏହା ଅଧିକ ବ୍ରାଇଟର କଲର ସୃଷ୍ଟି କରିଥାଏ, ଏହା ଖୁବ କମ ଶକ୍ତି ଖର୍ଚ୍ଚ କରିଥାଏ ଓ ଏହାସହ ଏହା ପତଳା ସହ ହାଲୁକା ରହିଥାଏ । ଅନ୍ୟ ଡିସପ୍ଲେ ଅପେକ୍ଷା ଏଥିରେ ଭଲ ପିକଚର କ୍ୱାଲିଟି ମିଳିଥାଏ ।

କ୍ୟାମେରା କଥା ଯଦି ଦେଖିବା ଏଥିରେ ରହିଛି ଟ୍ରିପଲ ରିଅର କ୍ୟାମେରା । ଯେଉଁଥିରେ ୧୦୦ ମେଗା ପିକ୍ସେଲର ରହିଛି ମ୍ୟାନ ସେନସର କ୍ୟାମେରା, ୨ ମେଗା ପିକ୍ସେଲ ମାଇକ୍ରୋ ସେନ୍ସର ଓ ୨ ମେଗା ପିକ୍ସେଲ ମନୋ ଲେନ୍ସ କ୍ୟାମେରା । ସେହିପରି ୩୨ ମେଗା ପିକ୍ସେଲର ଫ୍ରଣ୍ଟ ସେନ୍ସର କ୍ୟାମେରା ସେଲଫି ଓ ଭିଡିଓ କଲିଂ ପାଇଁ ରହିଛି । କହିବାକୁ ଗଲେ ଏକ ଜବରଦସ୍ତ କ୍ୟାମେରା ଫିଚର ଏଥିରେ ଆପଣଙ୍କୁ ମିଳିବାକୁ ଯ।ଉଛି ।

Oppo Reno 8Tରେ ମିଡିଆ ଟେକ ହେଲିଓ ଜି 99 ଚିପସେଟ ରହିଛି । ଏହାସହ ୮ ଜିବି RAM ଓ ୧୨୮ ଜିବି ଷ୍ଟୋରେଜ ରହିଛି । ୮ ଜିବି RAM ରହିଥିବାରୁ ଏହି ଫୋନଟି ଭଲ ସ୍ପିଡରେ କାମ କରିବ । ଏହାସହ ଏଥିରେ ଆପଣଙ୍କୁ Bluetooth 5.3 କନେକ୍ଟିଭିଟିର ପାଇପାରିବେ । ସେହିପରି କଲର୍ସଓଏସ 13ର ସପୋର୍ଟ ମିଳିବ ।

ଫାଷ୍ଟ ଚାର୍ଜିଙ୍ଗ କଥା ଯଦି ଦେଖିବା ଏଥିରେ ଆପଣଙ୍କୁ ୩୩ ଓ୍ଵାଟର ଚାର୍ଜିଙ୍ଗ ସପୋର୍ଟ ମିଳିବ । ମାତ୍ର ୧୫ ମିନିଟରେ ଆପଣଙ୍କ ଫୋନ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ । ଏହାସହ ୪ ହଜାର ୮୦୦ ଏମଏଏଚର ବ୍ୟାଟେରି ମିଳିବ । ଯାହା ଏକ ଭଲ ବ୍ୟାଟେରୀ ବେକଅପ ପ୍ରଦାନ କରିବ । ସାଇନି ଗୋଲ୍ଡ କଲର ଭାରିଆଣ୍ଟରେ ଏହା ଆସିବାକୁ ଯାଉଛି । ଏହାସହ ବ୍ଲାକ କଲର ଭାରିଆଣ୍ଟରେ ମଧ୍ୟ ଏହା ବଜାରକୁ ଆସିବ । ଏହାର ମୂଲ୍ୟ ଭାରତରେ ୩୦ ହଜାରରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.