ଆଉ ଫୋନ୍ ଚାର୍ଜିଂରେ ନଷ୍ଟ ହେବନି ସମୟ, ସୁପରଫାଷ୍ଟ ଚାର୍ଜିଂ ସୁବିଧା ସହ ଲଞ୍ଚ୍ ହେବାକୁ ଯାଉଛି Oppo Reno Ace
ଚୀନୀ କମ୍ପାନୀ ଓପୋ ଏବେ ଏକ ନୂଆ ଫିଚର ସହ ଲଞ୍ଚ କରିବାକୁ ଯାଉଛି Oppo Reno Ace ସ୍ମାର୍ଟଫୋନ୍। ଚୀନ୍ର ମାଇକ୍ରୋବ୍ଲଗିଙ୍ଗ୍ ୱେବ୍ସାଇଟ୍ Weibo ରେ ଅଫିସିଆଲି ଓପୋ ଦ୍ୱାରା Reno Ace ଫୋନ୍ ଅକ୍ଟୋବର ୧୦ ତାରିଖରେ ଲଞ୍ଚ କରାଯିବା ନେଇ ସୂଚନା ଦିଆଯାଇଛି। ପ୍ରୋମୋ ଟିଜରରେ ୬୫Wକୁ ମଧ୍ୟ ଟିଜ୍ କରାଯାଇଛି। ଏଥିରୁ ଫୋନ୍ର ଚାର୍ଜର କ୍ଷମତା ୬୫ ଓ୍ଵାଟ୍ ବୋଲି ସୂଚନା ମିଳିଛି।
ତେବେ ଅଫିସିଆଲି କମ୍ପାନୀ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ ବ୍ୟାନରରେ ପ୍ରିଜମ୍ ଭଳି ମଲ୍ଟି କଲରର ଇଫେକ୍ଟ ସହ Ace ଲେଖାଯାଇଥିବା ଦେଖିବାକୁ ମିଳିଛି। ଏଥିରୁ ଫୋନ୍ ବିଭିନ୍ନ ରଙ୍ଗରେ ଉପଲବ୍ଧ ହେବ ବୋଲି ଜଣାଯାଉଛି।
Weibo ରେ ଅଫିସିଆଲ୍ ଓପୋ ହ୍ୟାଣ୍ଡେଲ ଦ୍ୱାରା ଜାରି କରାଯାଇଥିବା ପୋଷ୍ଟରରେ ଲେଖାଯାଇଛି ଯେ,‘‘Speed is no end, this is the trump card’’। ଏହା ଅସଲି ଚୀନୀ ପୋଷ୍ଟର ଗୁଗଲ ଟ୍ରାନ୍ସଲେସନ୍ ଭର୍ସନ। ଏହି ପୋଷ୍ଟରେ ୬୫W ସୁପର ଫ୍ଲାସ୍ ଚାର୍ଜର ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ତେବେ ଏହା ଅଫିସିଆଲ୍ ନାଁ କି ନାହିଁ ଜଣାପଡ଼ିନାହିଁ। କମ୍ପାନୀ ଏହାର ନାମରେ ଓପୋ SuperVOOC ମଧ୍ୟ ବ୍ୟବହାର କରିପାରେ। ଏହି ନାଁ Oppo R17 Pro ଫାଷ୍ଟ ଚାର୍ଜର ପାଇଁ ମଧ୍ୟ ବ୍ୟବହାର କରାଯାଇଥିଲା। ତେବେ ଅନ୍ୟ ସ୍ମାର୍ଟଫୋନ୍ ତୁଳନାରେ ଏହା ବହୁତ ଶୀଘ୍ର ଚାର୍ଜ କରିବ ବୋଲି ଜଣାଯାଇଛି।
ଏହାସହ ପଢନ୍ତୁ: ଲଞ୍ଚ୍ ହେଲା Motorola ର ସବୁଠାରୁ ଶସ୍ତା ସ୍ମାର୍ଟଟିଭି, ଜାଣନ୍ତୁ ଏହାର ଅତ୍ୟାଧୁନିକ ଫିଚର ସମ୍ପର୍କରେ
ରିପୋର୍ଟ ଅନୁସାରେ, Oppo Reno Ace 90Hz ରିଫ୍ରେସ୍ ରେଟ୍ ଡିସ୍ପ୍ଲେ ସହ ଆସିବ। ଚୀନ୍ର Reno 2 ର ଲଞ୍ଚ ଅବସରରେ ଏହି ଫୋନ୍ ସମ୍ପର୍କରେ ସୂଚନା ମିଳିଛି। ତେବେ ଏହି ଫୋନ୍ 855 ପ୍ଲସ ପ୍ରୋସେସର ସହ ଲଞ୍ଚ ହେବା ନେଇ ଜଣାଯାଇଛି।