Oppo ର ଏହି ସ୍ମାର୍ଟଫୋନରେ ଦେଖିବାକୁ ମିଳିବ ନାହିଁ କ୍ଯାମେରା କିନ୍ତୁ କ୍ଲିକ କରିପାରିବେ ଫଟୋ

ପ୍ରତିଦିନ ନୂଆ ନୂଆ ମୋବାଇଲ ଲଞ୍ଚ କରୁଛି। ଏପରି ସ୍ଥଳେ ମୋବାଇଲ ଦୁନିଆରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଫିଚର ଫୋନ ଠାରୁ ଆରମ୍ଭ କରି ସ୍ମାର୍ଟଫୋନ ପର୍ଯ୍ଯନ୍ତ ଶାନଦାର କ୍ଯାମେରା କ୍ବାଲିଟି, ଦମଦାର ବ୍ଯାଟେରୀ ସମେତ ଅପେକ ଫିଚର୍ସରେ ପରିବର୍ତ୍ତନଦେଖିବାକୁ ମିଳିଛି। ଏବେ ସ୍ମାର୍ଟଫୋନ ୟୁଜର୍ସଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଇଛି।

ସ୍ମାର୍ଟଫୋନର ବ୍ଯବହାର କେବଳ କଲିଂ ପାଇଁ ନୁହେଁ, ଭିଡିଓ କଲିଂ ତଥା ଖାସ୍ କରି ଫଟୋଗ୍ରାଫି ପାଇଁ ବ୍ଯବହାର କରାଯାଉଛି। ଆଜିକାଲି ବଜାରରେ ଏମିତି କିଛି ସ୍ମାର୍ଟଫୋନ ଆସିଲାଣି, ଯାହାର ହିଡେନ କ୍ଯାମେରା ପାଇଁ ବ୍ଯବହାର କରାଯାଉଛି। ଅର୍ଥାତ୍ ଆପଣଙ୍କ ବିନା ସ୍ମାର୍ଟଫୋନରେ ଭଲ ଫଟୋ କ୍ଲିକ କରିପାରିବେ। ଏହାକୁ ନେଇ ଓପୋ କାମ କରିବା ଆରମ୍ଭ କରିଦେଇଛି। ଓପୋ ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ଏକ ଜବରଦସ୍ତ ସ୍ମାର୍ଟଫୋନ ବଜାରକୁ ଆଣିବାକୁ ଯାଉଛି।

ରିପୋର୍ଟ ଅନୁସାରେ, ଓପୋ ଏକ ଏମିତି ସ୍ମାର୍ଟଫୋନ ଉପରେ କାମ କରୁଛି, ଯାହାର କ୍ଯାମେରା ସ୍କ୍ରିନରେ ନଜର ଆସିବ ନାହିଁ। କିନ୍ତୁ ୟୁଜର୍ସ ଏହାକୁ ୟୁଜର୍ସ ବ୍ଯବହାର କରିପାରିବେ। ଓପୋ ଅପକମିଂ ସ୍ମାର୍ଟଫୋନରେ ଏକ ପ୍ରୋଟୋଟାଇପ ଫୋନ ଆଣିଛି, ଯାହାର ସ୍କ୍ରିନରେ କ୍ଯାମେରା ଦେଖିବାକୁ ମିଳିନାହିଁ। ଏହି ଫୋନରେ ଅଣ୍ଡରଡିସପ୍ଲେ ସେଲଫି କ୍ଯାମେରା ଦିଆଯାଇଛି, ଯାହା ସାହାଯ୍ଯରେ ୟୁଜର୍ସ ଜବରଦସ୍ତ ସେଲଫି କ୍ଲିକ କରିପାରିବେ।

ରିପୋର୍ଟ ମୁତାବକ, ଓପୋ ଏହାର ପ୍ରୋଟୋଟାଇପ ସେୟାର କରିଛି, ଯେଉଁଥିରେ ଇ-ରିଡର ଆପ୍ ଖୋଲାଯାଇଛି ଆଉ ଏଥିରେ ସେଲଫି ପାଇଁ କ୍ଯାମେରା ଦେଖିବାକୁ ମିଳିନାହିଁ। ଓପୋ ହିଡେନ କ୍ଯାମେରା ଥିବା ସ୍ମାର୍ଟଫୋନ ସହିତ ZTE ର Axon 20 5G ସହିତ ଟକ୍କର ଦେବ। ZTE ର Axon 20 5Gରେ ଅଣ୍ଡର ଡିସପ୍ଲେ କ୍ଯାମେରା ରହିଛି। ଯାହା ଶାନଦାର କ୍ବାଲିଟି ସେଲଫି କ୍ଲିକ କରିବାରେ ସକ୍ଷମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.