ମାତ୍ର କେଇ ମିନିଟରେ Fastagର ହେବ ହୋମ ଡେଲିିଭରୀ, ଆପଣାନ୍ତୁ ପେଟିଏମର ଏହି ସହଜ ତରିକା

ଟୋଲ ପ୍ଲାଜା ନିକଟରେ ଲମ୍ବା ଲାଇନରୁ ତ୍ରାହି ପାଇବା ପାଇଁ ସରକାର Fastag ବ୍ୟବସ୍ଥାର ଆରମ୍ଭ କରିଥିଲେ । Fastag ହେଉଛି ଏମିତି ଏକ ବ୍ୟବସ୍ଥା ଯେଉଁଥିରେ କାହାରିକୁ ଗାଡି ଅଟକାଇବା ପରେ ନଗଦ ଟୋଲ ଫି ଦେବାକୁ ପଡିବ ନାହିଁ । ଏହି ପ୍ରକ୍ରିୟାରେ ଆପଣ ନିଜ ଗାଡି ନେଇ ଯାଇପାରିବେ ଆଉ ସେପଟେ Fastag ମାଧ୍ୟମରେ ଟୋଲ ଫି ଦାଖଲ ହୋଇଯିବ । କିନ୍ତୁ ଆପଣଙ୍କୁ ଯାହା ଫାସଟ୍ୟାଗ ଜରିଆରେ ରିଚାର୍ଜ କରିବାକୁ ପଡିବ । କିନ୍ତୁ ଯାହାପାଖରେ ଏହି ଫାଷ୍ଟଟ୍ୟାଗ ନାହିଁ ତେବେ ସେମାନଙ୍କ ପାଇଁ ବଡ଼ ଅସୁବିଧା ହୋଇଥାଏ।

ଦୁନିଆ ଏବେ ପୁରା ହାଇଟେକ। ଏବେ ହାଇଟେକ ଜମାନାରେ ଫାଷ୍ଟଟ୍ୟାଗ ଟୋଲ ପ୍ଲାଜାରେ ରହି ସମୟ ବର୍ବାଦ କରିବାର କୌଣସି ଆବଶ୍ୟକତା ନାହିଁ। ଫାଷ୍ଟଟ୍ୟାଗ ଜରିଆରେ ଆପଣ ବିନା ସମୟ ନଷ୍ଟ କରି କିଛି ସେକେଣ୍ଡରେ ଟୋଲ ଟାକ୍ସର ପେମେଣ୍ଟ ଅଟୋମେଟିକାଲି କରିପାରିବେ। ଏଥିପାଇଁ ଆପଣଙ୍କୁ ଗାଡ଼ିରୁ ଊଠିବାକୁ ମଧ୍ୟ ପଡ଼ିବ ନାହିଁ। ଏହା ମାତ୍ର କେଇ ସେକେଣ୍ଡରେ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ ମାନେ ଡିଡକ୍ଟ ହୋଇଯିବ। ଫାଷ୍ଟ ଟ୍ୟାଗ କାରଣରୁ ଏବେ ଲୋକଙ୍କର ସମୟ ମଧ୍ୟ ଆଉ ନଷ୍ଟ ହେଉନାହିଁ।

ଏବେ ବି କିନ୍ତୁ ଅନେକ ଲୋକଙ୍କ ଗାଡ଼ିରେ ଏହି ଫାଷ୍ଟ ଟ୍ୟାଗ ଲାଗିନାହିଁ। ଯଦି ଆପଣ ବି ନିଜ ବାହନରେ ଫାଷ୍ଟଟ୍ୟାଗ ଲଗାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏକ ସହଜ ଟ୍ରିକ କହିବୁ। ଆପଣଙ୍କୁ ଯଦି ଫାଷ୍ଟ ଟ୍ୟାଗ ପାଇଁ ସମୟ ହେଉନାହିଁ ତେବେ ଏହି ଷ୍ଟେପକୁ ଫଲୋ କଲେ ଆପଣ ଖୁବ ଶୀଘ୍ର ନିଜ ଗାଡ଼ି ପାଇଁ ଫାଷ୍ଟ ଟ୍ୟାଗ ପାଇପାରିବେ। ଅନଲାଇନ ମାଧ୍ୟମରେ ଆପଣ ଏହାକୁ ନିଜ ଘରକୁ ଅର୍ଡର କରିପାରିବେ।

ଏବେ ଜାଣନ୍ତୁ ଏହାର ପ୍ରୋସେସ:

ଆଜି ଆମେ ପେଟିଏମ ସାହାଯ୍ୟରେ ଫାଷ୍ଟଟ୍ୟାଗ ଅର୍ଡର କରିବାର ଷ୍ଟେପ କହିବୁ।ଆଜି କାଲି ସମସ୍ତେ ଏହି ପେଟିଏମ୍‌ କୁ ବ୍ୟବହାର କରୁଛନ୍ତି। ତେଣୁ ଏହା ବ୍ୟବହାର ମଧ୍ୟ ସମୌସ୍ତ ଜାଣଇଛନ୍ତି। କିଛି ସହଜ ଷ୍ଟେପ କୁ ଫଲୋ କରି ଆପଣ କିଛି ମିନିଟରେ ଏବେ ଆପଣଙ୍କ ପାଇଁ ଏହାକୁ ଅର୍ଡର କରିପାରିବେ।

-ପ୍ରଥମେ ଫାଷ୍ଟଟ୍ୟାଗ ବୁକ ପାଇଁ ପେଟିଏମ ଆପ୍‌ କୁ ଓପନ କରନ୍ତୁ।
-ପରେ ଟିକେଟ ବୁକିଂ ସେକ୍ସନକୁ ଯାଆନ୍ତୁ।
-ଏଠାରେ ଆପଣଙ୍କୁ ଅନେକ ଅପସନ ଦେଖାଯିବ। ଏଥିରେ ଆପଣ ଏବେ buy Fastag ଅପସନକୁ କ୍ଲିକ କରନ୍ତୁ।
-ଏବେ ଆପଣ ନିଜ ଗାଡ଼ିର ଡିଟେଲ୍ସକୁ ଭରିବାକୁ ପଡ଼ିବ।
-ଡିଟେଲ୍ସ ଭରିବା ପରେ ଆପଣଙ୍କୁ ଏକ ପେମେଣ୍ଟ ର ଅପସନ ଦେଖାଯିବ। ପେମେଣ୍ଟ ଅପସନ ତଳେ ଆପଣଙ୍କୁ ଆଡ୍ରେସ ଫିଲ କରିବାକୁ ହେବ। ଏହାପରେ ପେମେଣ୍ଟ କରନ୍ତୁ। କିଛି ଟାଇମ ମଧ୍ୟରେ ହିଁ ଆପଣଙ୍କ ଫାଷ୍ଟଟ୍ୟାଗ ଘରକୁ ଡେଲିଭରୀ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.