ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଆପଣଙ୍କ ଟ୍ରେନ୍‌ ଟିକେଟରେ ଅନ୍ୟ କେହିବି କରିପାରିବେ ଯାତ୍ରା

ରେଳଯାତ୍ରୀଙ୍କ ପାଇଁ ବହୁତ ବଡ ଖୁସି ଖବର। ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଥାନ୍ତି ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଯଦି ଆପଣଙ୍କ ପାଖରେ କନଫର୍ମ ରିଜର୍ଭେସନ୍‌ ଟିକେଟ୍‌ ଅଛି କିନ୍ତୁ ଆପଣ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କାରଣରୁ ଟ୍ରାଭେଲ କରିପାରୁନାହାଁନ୍ତି ତାହେଲେ ଆପଣଙ୍କ ଟିକେଟକୁ ଆପଣ ପରିବାରର ଅନ୍ୟ ସଦସ୍ୟ କିମ୍ବା କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଟ୍ରାନ୍ସଫର କରିପାରିବେ। ନଚେତ ଯେଉଁ ଲୋକଙ୍କୁ ଟିକେଟ ଦରକାର ତାଙ୍କୁ ଆପଣଙ୍କ ଟିକେଟ ମଧ୍ୟ ଦେଇପାରିବେ। ତାହେଲେ ହେଲାନା ଏହା ଆପଣଙ୍କ ପାଇଁ ଖୁସି ଖବର।

ରେଳଯାତ୍ରୀ ସବୁବେଳେ ଏହି ସମସ୍ୟାର ସାମ୍ନା କରନ୍ତି ଯେ ଟିକେଟ ବୁକ୍‌ କରିବା ପରେ ଯଦି ସେ ଯାତ୍ରା କରିପାରୁନାହାଁନ୍ତି ତାହେଲେ ଏମିତି ସ୍ଥିତିରେ ଟିକେଟକୁ କ୍ୟାନ୍ସଲ କରିବାକୁ ହୋଇଥାଏ ଏବଂ ନିଜ ସ୍ଥାନରେ ଯଦି ଆଉ କାହାକୁ ପଠାଉଛନ୍ତି ବି ତାହେଲେ ତାଙ୍କ ପାଇଁ ନୂଆ ଟିକେଟ୍‌ ନେବାକୁ ପଡିଥାଏ। କିନ୍ତୁ ସେତେବେଳେ କନଫର୍ମ ଟିକେଟ ମିଳିବା ବହୁତ ମୁସକିଲ ହୋଇଥାଏ। କିନ୍ତୁ ଏବେ ଆଉ ଏହି ସମସ୍ୟାର ସାମ୍ନା କରିବେନି ଯାତ୍ରୀ। ରେଲେଓ୍ଵ ଯାତ୍ରୀମାନଙ୍କୁ ଏହି ସୁବିଧା ବହୁତ ପୂର୍ବରୁ ହିଁ ଦେଇଛି, କିନ୍ତୁ ଲୋକମାନଙ୍କୁ ଏହା ବିଷୟରେ ବହୁତ କମ୍‌ ଜଣାଥିବା କାରଣରୁ ଏହାର ଫାଇଦା ଉଠାଇପାରୁନାହାଁନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଜଣାଇବୁ ଆପଣ ଏ ସୁବିଧାର ଲାଭ କେମିତି ଉଠାଇବେ।

କୌଣସି ବ୍ୟକ୍ତି ନିଜର କନଫର୍ମ ଟିକେଟ ନିଜ ପରିବାରର ଅନ୍ୟ ସଦସ୍ୟ ଯେମିତିକି ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ନାମରେ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ଯାତ୍ରୀଙ୍କୁ ଟ୍ରେନ୍‌ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଏକ ରିକ୍ୱେଷ୍ଟ ଦେବାକୁ ପଡିଥାଏ। ଏହାପରେ ଟିକେଟ ଉପରେ ଯାତ୍ରୀଙ୍କ ନାମ କାଟି ସେଥିରେ ସେହି ସଦସ୍ୟଙ୍କ ନାମ ଏଣ୍ଟର କରିଦିଆଯାଏ, ଯାହାଙ୍କ ନାମରେ ଟିକେଟକୁ ଟ୍ରାନ୍ସଫର କରିବାକୁ ଆପଣ ଚାହୁଁଛନ୍ତି।

ticket trainଯଦି ଯାତ୍ରୀ କୌଣସି ସରକାରୀ କର୍ମଚାରୀ ଅଟନ୍ତି ଏବଂ ସେ ନିଜ ଡ୍ୟୁଟି ପାଇଁ ଟ୍ରାଭେଲ କରିବାକୁ ଚାହୁଁଥିଲେ ତାହେଲେ ଟ୍ରେନ୍‌ ଛାଡିବାର ୨୪ ଘଣ୍ଟା ପୂର୍ବରୁ ସେ ରିକ୍ୱେଷ୍ଟ ଦେଇପାରିବେ। ଏହି ଟିକେଟ ସେହି ବ୍ୟକ୍ତିଙ୍କ ନାମରେ ଟ୍ରାନ୍ସଫର କରିଦିଆଯିବ, ଯାହାଙ୍କ ପାଇଁ ସେ ଟିକେଟକୁ ଟ୍ରାନ୍ସଫର କରିବାକୁ ରିକ୍ୱେଷ୍ଟ କରିଥିବେ। ଯଦି ବିବାହ ସମାରୋହରେ ଯୋଗ ଦେଉଥିବା ଲୋକଙ୍କ ସାମ୍ନାରେ ଏମିତି ସ୍ଥିତି ଆସୁଛି ତାହେଲେ ବିବାହ ଏବଂ ପାର୍ଟିର ଆୟୋଜକଙ୍କୁ ୪୮ ଘଣ୍ଟା ପୂର୍ବରୁ ଜରୁରୀ କାଗଜପତ୍ର ସହିତ ରିକ୍ୱେଷ୍ଟ କରିବାକୁ ପଡିବ। ଏହି ସୁବିଧା ଆପଣଙ୍କୁ ଅନଲାଇନ୍‌ ମଧ୍ୟ ମିଳିପାରିବ। ଏନସିସି କ୍ୟାଡେଟ୍ସଙ୍କୁ ମଧ୍ୟ ଏହି ସୁବିଧା ମିଳିଥାଏ।

ଭାରତୀୟ ରେଳର ସୂଚନା ମୁତାବକ ଟିକେଟର ଟ୍ରାନ୍ସଫର ଥରେ କେବଳ ହୋଇପାରିବ। ଅର୍ଥାତ୍‌ ଯଦି ଯାତ୍ରୀ ନିଜ ଟିକେଟକୁ ଥରେ ଅନ୍ୟ ବ୍ୟକ୍ତିଙ୍କୁ ଟ୍ରାନ୍ସଫର କରିଦେଇଛନ୍ତି ତାହେଲେ ସେ ଏହାକୁ ପୁର୍ନବାର ବଦଳାଇପାରିବେନାହିଁ। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣ ନିଜର ଟିକେଟକୁ ଅନ୍ୟ କାହାକୁ ଟ୍ରାନ୍ସଫର କରିପାରିବେ।

  • ଟିକେଟର ପ୍ରିଣ୍ଟ ଆଉଟ୍‌ ବାହାର କରନ୍ତୁ।
  • ନିକଟତମ ରେଳ ଷ୍ଟେସନର ରିଜର୍ଭେସନ କାଉଣ୍ଟରକୁ ଯାଆନ୍ତୁ।
  • ଯାହାଙ୍କ ନାମରେଟିକେଟ ଟ୍ରାନ୍ସଫର କରିବାର ଅଛି, ତାଙ୍କର ଆଇଡି ପ୍ରୁଫ ଯେମିତିକି ଆଧାର କିମ୍ବା ଭୋଟର ଆଇଡି କାର୍ଡ ନେଇ ଯିବାକୁ ହେବ।
  • କାଉଣ୍ଟରରେ ଟିକେଟ ଟ୍ରାନ୍ସଫର ପାଇଁ ଆପ୍ଲାଏ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.