PAN 2.0: କିପରି ପାଇବେ QR କୋଡ୍ ସହିତ ePAN କାର୍ଡ? ଜାଣନ୍ତୁ ପୁରା ଷ୍ଟେପ୍

ଭାରତ ସରକାର ନିକଟରେ ପରମାନେଣ୍ଟ ଆକାଉଣ୍ଟ ନମ୍ବର (PAN) 2.0 ଘୋଷଣା କରିଛନ୍ତି, ଯାହା PAN କାର୍ଡ଼ର ଏକ ଅପଗ୍ରେଡ୍ ଭର୍ସନ ଯାହା ଅଧିକ ସୁରକ୍ଷିତ ଏବଂ ଏଥିରେ ଏକ QR କୋଡ୍ ମଧ୍ୟ ସାମିଲ ରହିବ । ୨୦୧୭-୧୮ ରେ PAN ଉପରେ QR କୋଡ୍ ପ୍ରବର୍ତ୍ତିତ ହୋଇଥିବାବେଳେ, ଆଜି ବି ଅନେକ ୟୁଜର୍ସଙ୍କର QR କୋଡ୍ ବିନା ପୁରୁଣା ପାନ୍ ଅଛି । PAN 2.0 ର ଅଫିସିଆଲ୍ ରୋଲ ଆଉଟ୍ ପାଇଁ ଆଉ କିଛି ମାସ ବାକି ଅଛି । ତେବେ ଆସନ୍ତୁ ଜାଣିବା ନୂଆ QR କୋଡ୍ ସହିତ ଏକ ନୂତନ PAN 1.0 ପାଇଁ କିପରି ଆବେଦନ କରାଯିବ।

ପାନ୍ କାର୍ଡରେ QR କୋଡ୍ ର ବ୍ୟବହାର କ’ଣ?

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଏକ ଡେଡ଼ିକେଟେଡ୍ QR କୋଡ୍ ସ୍କାନର୍ ପାନ୍ ହୋଲଡ଼ରଙ୍କ ଫଟୋ, ଦସ୍ତଖତ, ନାମ, ପିତାମାତାଙ୍କ ନାମ ଏବଂ ଜନ୍ମ ତାରିଖ ଯାଞ୍ଚ କରିପାରିବ, ଯାହା ପାନ୍ କାର୍ଡର ଡାଟାକୁ ଅଧିକ ସୁରକ୍ଷିତ କରିଥାଏ । ଧ୍ୟାନ ଦିଅନ୍ତୁ ଯେ ଏକ QR କୋଡ୍ ବିନା ମଧ୍ୟ ଆପଣଙ୍କର PAN କାର୍ଡ ଭାଲିଡ୍ ରହିବ, ଏବଂ ଏକ QR କୋଡ୍ ସହିତ PAN ପାଇଁ ଆବେଦନ କରିବା କେବଳ ସେହିମାନଙ୍କ ପାଇଁ ଯେଉଁମାନଙ୍କୁ ଏହାର ଆବଶ୍ୟକତା ଅଛି ଏବଂ ଏହା ବାଧ୍ୟତାମୂଳକ ନୁହେଁ ।

QR କୋଡ୍ ସହିତ ଅପଗ୍ରେଡ୍ PAN 1.0 ପାଇଁ ଆବେଦନ କରିବାକୁ, ଜଣକୁ PAN ଡିଟେଲ୍ସ, ଫୋନ୍ ନମ୍ବର ଏବଂ ସେହି ନିର୍ଦ୍ଦିଷ୍ଟ PAN ସହିତ ଲିଙ୍କ୍ ହୋଇଥିବା ଇମେଲ୍ ID ଆବଶ୍ୟକ ହେବ । ଆପ୍ଲିକେସନର ସୋର୍ସ ଉପରେ ନିର୍ଭର କରି, NSDL କିମ୍ବା UTIITSL ମାଧ୍ୟମରେ PAN 1.0 ପାଇଁ ଆବେଦନ କରିବାକୁ ପଡିବ ଏବଂ ୟୁଜର୍ସମାନେ QR ସହିତ ePAN କିମ୍ବା ଏକ QR କୋଡ୍ ସହିତ ଏକ ଫିଜିକାଲ୍ PAN କାର୍ଡ ପାଇବାକୁ ଅପ୍ସନ ପାଇବେ ।

ଯଦି ଆପଣଙ୍କ PAN ଗତ ମାସ ମଧ୍ୟରେ ଈସୁ କରାଯାଇଥାଏ ତେବେ ଏହାର ePAN ଡାଉନଲୋଡ୍ ପାଇଁ ଟଙ୍କା ଖର୍ଚ୍ଚ ହେବ ନାହିଁ । କିନ୍ତୁ ପୁରୁଣା ପ୍ୟାନ୍ ଥିବା ୟୁଜରମାନଙ୍କୁ ଏକ QR କୋଡ୍ ସହିତ ePAN ପାଇବା ପାଇଁ ୮.୨୬ ଟଙ୍କା ଦେବାକୁ ପଡିବ । ସେହିଭଳି, QR କୋଡ୍ ସହିତ ଏକ ଫିସିକାଲ୍ ପାନ୍ ପାଇବାକୁ ହେଲେ ୫୦ ଟଙ୍କା ଦେବାକୁ ପଡିବ । QR କୋଡ୍ ସହିତ ePAN ଏକ PDF ଫର୍ମାଟରେ ଆସିବ ଏବଂ ଏକ୍ସଟ୍ରା ସିକ୍ୟୁରିଟି ପାଇଁ ଏକ ଷ୍ଟ୍ରଙ୍ଗ ପାସୱାର୍ଡ ରହିବ ।

ଯଦି ଆପଣ PAN ପାଇଁ ଆପଣଙ୍କର ଆପ୍ଲିକେସନ ସୋର୍ସ ବିଷୟରେ ନିଶ୍ଚିତ ନୁହଁନ୍ତି, ତେବେ NSDL କିମ୍ବା UTIITSL କୁ ଯାଆନ୍ତୁ ଏବଂ ବେସିକ୍ ଡିଟେଲ୍ସ ଏଣ୍ଟର କରନ୍ତୁ । ଏହାପରେ ଆପଣ ସହଜରେ QR କୋଡ୍ ସହିତ ଏକ ePAN କିମ୍ବା ସାଧାରଣ PAN କାର୍ଡ ପାଇପାରିବେ ।