ଛୋଟ ପିଲାଙ୍କର ବି ବନାଇପାରିବେ ପାନ୍‌ କାର୍ଡ, ବନାଇବା ବହୁତ ସହଜ କେବଳ ଦରକାର ପଡିବ ଏହି ଡକ୍ୟୁମେଣ୍ଟ

ଯେତେବେଳେ ୧୮ ବର୍ଷ ହୋଇଯାଏ, ସେତେବେଳେ ସେ ପାନ୍‌ କାର୍ଡ ଆପ୍ଲାଏ କରିବାକୁ ଯୋଗ୍ୟ ହୋଇଯାନ୍ତି। କାହିଁକିନା ଏହି ବୟସରେ ତାଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିଯାଇଥାଏ। ପାନ୍‌ କାର୍ଡ ବନାଇବା ପାଇଁ ମଧ୍ୟ ବୟସ ଏହା ହିଁ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ପିଲାଙ୍କର ବି ପାନ କାର୍ଡ ଆପଣ ବନାଇପାରିବେ। ଆଜ୍ଞା ହଁ ପିଲାଙ୍କ ପାଇଁ ତାଙ୍କର ବାପା-ମାଆ ଆପ୍ଲାଏ କରିପାରିବେ।

ଆପଣଙ୍କୁ ଆପ୍ଲିକେସନ ସବମିଟ୍‌ କରିବା ପରେ ରସିଦ୍‌ ନମ୍ବର ମଧ୍ୟ ମିଳିବ। ଯାହା ଜରିଆରେ ଆପଣ ନିଜ ପିଲାଙ୍କର ପାନ୍‌ କାର୍ଡର ଆପ୍ଲିକେସନକୁ ଟ୍ରାକ୍‌ କରିପାରିବେ। ସଫଳତାପୂର୍ବକ ଭେରିଫିକେସନ୍‌ ପରେ ପାନ୍‌ କାର୍ଡ ଆପଣଙ୍କ ଦେଇଥିବା ଆଡ୍ରେସରେ ୧୫ ଦିନ ଭିତରେ ଆସିଯିବ।

ଏବେ ଜାଣନ୍ତୁ ପିଲାଙ୍କ ପାନ୍‌ କାର୍ଡ କେମିତି ଆପ୍ଲାଏ କରିବେ?

  • ଆପଣ National Securities Depositories Ltd ର ଅଫିସିଆଲ େଓ୍ଵବସାଇଟ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଜରୁରୀ ବିବରଣୀ ଭରନ୍ତୁ।
  • ପିଲାଙ୍କ ପାଇଁ ପାନ୍‌ କାର୍ଡ ଆପ୍ଲାଏ କରିବା ପାଇଁ ସଠିକ୍‌ କ୍ୟାଟେଗରୀକୁ ସିଲେକ୍ଟ କରନ୍ତୁ।
  • ପାନ୍‌ କାର୍ଡ ପାଇଁ ୧୦୭ ଟଙ୍କା ରେଜିଷ୍ଟ୍ରେସନ ଫିସ୍‌ ଭରନ୍ତୁ ଏବଂ ଆପ୍ଲିକେସନ ଫର୍ମକୁ ସବମିଟ୍‌ କରନ୍ତୁ।
  • ପିଲାଙ୍କ ପାନ୍‌ କାର୍ଡ ପାଇଁ କେଉଁ ଡକ୍ୟୁମେଣ୍ଟସ ଦରକାର ପଡିବ?
  • ପିଲାର ଅଭିଭାବକଙ୍କ ପରିଚୟ ପ୍ରମାଣ ପତ୍ର ଏବଂ ଆଡ୍ରେସ ପ୍ରମାଣ ପତ୍ର
  • ଅଭିଭାବକଙ୍କ ପରିଚୟ ପ୍ରମାଣ ପତ୍ର ରୂପେ ଆପଣ ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଭୋଟର ଆଇଡିକୁ ଜମା କରିପାରିବେ।
  • ଆଧାର କାର୍ଡ, ଡାକଘର, ପାସବୁକ, ପ୍ରୋପର୍ଟି ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟ କିମ୍ବା ରିସିଡେଣ୍ଟ ସାର୍ଟିଫିକେଟର ମଧ୍ୟ ପତ୍ତା ବା ଠିକଣା ପ୍ରମାଣ ପତ୍ର ରୂପେ ବ୍ୟବହାର କରିପାରିବେ।

କାହିଁକି ଜରୁରୀ ପାନ୍‌ କାର୍ଡ?

ବ୍ୟାଙ୍କ ଆକାଉଣ୍ଟ, ଡିମ୍ୟାଟ ଆକାଉଣ୍ଟ ଖୋଲିବା, ଲୋନ୍‌ ଲେଣଦେଣ, ପ୍ରୋପର୍ଟି କିଣିବା, ବ୍ରାଣ୍ଡସରେ ଇନଭେଷ୍ଟ କରିବା କିମ୍ବା ସରକାରଙ୍କ ଦ୍ୱାରା ଅଫର କରାଯାଇଥିବା କୌଣସି ଆର୍ଥିକ ସୁବିଧା ପାଇଁ ପାନ କାର୍ଡର ଆବଶ୍ୟକ ପଡିଥାଏ। ଏହି ଦସ୍ତାବିଜକୁ ବୈଧ ପରିଚୟ ପତ୍ର ରୂପେ ମାନ୍ୟ କରାଯାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି କାର୍ଡର ଫୁଲ ଫର୍ମ ହେଉଛି ପରମାନେଣ୍ଟ ଆକାଉଣ୍ଟ ନମ୍ବର। ପାନ କାର୍ଡକୁ ଭାରତର ଆୟକର ବିଭାଗ ଜାରି କରିଥାନ୍ତି। କୌଣସି ବି ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଜୀବନକାଳରେ ଗୋଟେ ଥର ହିଁ ପାନ୍‌ କାର୍ଡ ବନାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.