ହଜିଯାଇଥିବା ପାନକାର୍ଡକୁ ଏବେ ଡାଉନଲୋଡ କରିବା ଖୁବ ସହଜ, ଜାଣନ୍ତୁ ଷ୍ଟେପ

ଆଧାରକାର୍ଡ ଭଳି ପାନକାର୍ଡ ମଧ୍ୟ ଜରୁରୀ ଡକ୍ୟୁମେଣ୍ଟ । ଏହାକୁ ଅନେକ ଜରୁରୀ କାମରେ ବ୍ୟବହାର କରାଯାଏ। ଯେତେବେଳେ ଆମେ ଚାକିରି ପାଇଁ କୌଣସି ବଡ଼ ଇନଷ୍ଟିୁଚ୍ୟୁଟକ ୁ ଯାଉଛୁ ସେତେବେଳେ ପାନକାର୍ଡର ଆବଶ୍ୟକ ପଡ଼ିଥାଏ। ଏହାସହ ଆକାଉଣ୍ଟ କ୍ରିଏଟ କରିବା ସମୟରେ ମଧ୍ୟ ଦରକାର ପଡ଼ିଥାଏ । ଏମିତିରେ ପାନକାର୍ଡକୁ ଆମେ ଆଇଡି କାର୍ଡ ମଧ୍ୟ କହିପାରିବା।

ପାନକାର୍ଡରେ ଥିବା ସମସ୍ତ ଡାଟା ଲୋକଙ୍କର ପରିଚୟ ପ୍ରଦାନ କରେ। କିଛିକାମ ଏମିତି ଅଛି ଯେଉଁଥିରେ ପାନ କାର୍ଡ ଆବଶ୍ୟକ ହୋଇଥାଏ। ଯେମିତିକି ପିଏଫ ଆକାଉଣ୍ଟ। ମାନେ ପାନକାର୍ଡ ବିନା କେହି ବି ପିଏଫ ଆକାଉଣ୍ଟ କ୍ରିଏଟ କରିପାରିବେ ନାହିଁ।

କିନ୍ତୁ ଯଦି କୌଣସି ସମୟରେ ଆପଣଙ୍କ ଏହି ପାନ କାର୍ଡ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ କଣ କରିବେ? ବ୍ୟସ୍ତ ହେବା ସ୍ୱଭାବିକ କଥା। କିନ୍ତୁ ଆମେ ଆଜି କହିବୁ ଏହି ସମସ୍ୟାରୁ କେମିତି ବାହାରିବେ। ପାନ କାର୍ଡ ହଜିଗଲେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ କହିବୁ ଆପଣ କେମିତି ଅନଲାଇନରେ ନିଜ ପାନ କାର୍ଡ ପାଇପାରିବେ। ଏହାର ନାମ ଇ-ପାନକାର୍ଡ। ଏହାକୁ ଡାଉନଲୋଡ କରିବା ମଧ୍ୟ ଖୁବ ସହଜ। ଏଥିପାଇଁ ଆପଣଙ୍କୁ ଦୋକାନ ଯିବାକୁ ପଡ଼ିବ ନାହିଁ। କେବଳ ନିଜ ଫୋନ ସାହାଯ୍ୟରେ ଏହାକୁ ପାଇପାରିବେ।

ଏବେ ଜାଣି ନିଅନ୍ତୁ ଏହାର ଷ୍ଟେପ:

-ପ୍ରଥମେ ଆପଣଙ୍କୁ ପାନକାର୍ଡର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ହେବ। ଏହାର ଲିଙ୍କ ହେଉଛି-
https://www.onlineservices.nsdl.com/paam/requestAndDownloadEPAN.html.

-ଏହାପରେ ଆପଣ ପାନ ଅପସନ୍‌ କୁ ଚୁଜ କରନ୍ତୁ। ପରେ ନିଜର ସମସ୍ତ ଡିଟେଲ୍ସକୁ ଭରନ୍ତୁ। ପରେ କାପଚା ଏଣ୍ଟର କରି ସବମିଟ କରନ୍ତୁ।
-ପରେ ନିଜର ସମସ୍ତ ଜରୁରୀ ତଥ୍ୟ ଏଣ୍ଟର କରାଇ ପାନ୍‌ ଭେରିଫିକେସନ ଉପରେ କ୍ଲିକ କରନ୍ତୁ।
-ଏହାପରେ ଡିକ୍ଲାରେସନ ବକ୍ସ ଉପରେ କ୍ଳିକ କଲେ ଆପଣଙ୍କୁ ପାଖକୁ ଏକ ଓଟିପି ନମ୍ବର ଯିବ।
– ଏହି ନମ୍ବରକୁ ଏଣ୍ଟର କରାଇ ଭାଲିଡେଟ ଅପସନକୁ ଚୁଜ କରନ୍ତୁ।
– ଶେଷରେ ଇ-ପାନ ଡାଉନଲୋଡ ଅପସନକୁ କ୍ଲିକ କରନ୍ତୁ।

ଏହାପରେ ଆପଣଙ୍କୁ ଏକ ପେମେଣ୍ଟ ଦେବାକୁ ପଡ଼ିବ। ପେମେଣ୍ଟ ପେଜକୁ ଯାଇ ୯ଟଙ୍କା ପେ କରିବାକୁ ହେବ। ଶେଷରେ ଇ-ପାନ ବାହାରିଲା ପରେ ଆପଣ ଏହାକୁ ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.