ଆପତ୍ତିଜନକ କଣ୍ଟେଟ ତଥା ୟୁଜର୍ସଙ୍କ ଅଭିଯୋଗକୁ ଧ୍ୟାନରେ ରଖି ହ୍ୱାଟସଆପରେ ନିଯୁକ୍ତି ହେଲେ Grievance Officer

ନୂଆ ଡିଜିଟାଲ ନିୟମ ଅନ୍ତର୍ଗତ ହ୍ୱାଟସଆପ ପକ୍ଷରୁ ନୂଆ ଗ୍ରାଇଭାନ୍ସ ଅଫିସର ନିଯୁକ୍ତି କରାଯାଇଛି । କମ୍ପାନୀ ପକ୍ଷରୁ Grievance Officerଙ୍କୁ ନୂଆ ଗ୍ରାଇଭାନ୍ସ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ନିୟମ ଅନୁଯାୟୀ ଯେଉଁ ଅନଲାଇନ ପ୍ଲାଟଫର୍ମରେ ୟୁଜର ୫୦ ଲକ୍ଷରୁ ଅଧିକ ରହିଥାନ୍ତି ସେହି ଆପ ପାଇଁ ଗ୍ରାଇଭାନ୍ସ ଅଫିସରଙ୍କୁ ନିଯୁକ୍ତି ଦିଆଯାଏ । ତେବେ ଚାଲନ୍ତୁ ଜାଣିବା ଏହାଦ୍ୱାରା ୟୁଜର୍ସଙ୍କୁ କେଉଁ ଫାଇଦା ମିଳିବ ।

କମ୍ପାନୀ ପକ୍ଷରୁ Paresh B Lal ଙ୍କୁ ନୂଆ ଗ୍ରାଇଭାନ୍ସ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ନିୟମ ଅନୁଯାୟୀ  ସାଧାରଣତଃ ୟୁଜର୍ସ ମାନେ ଏହି ବ୍ୟକ୍ତିଙ୍କୁ ନିଜ କମ୍ପେ୍ଲନ ଜଣାଇପାରିବେ । ଆପ୍ସ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଆପଣ ତାଙ୍କୁ ଜଣାଇ ପାରିବେ । ଏହାକୁ ନେଇ ହ୍ୱାଟସଆପ ପକ୍ଷରୁ ଅଫିସିଆଲ ଆକାଉଣ୍ଟରେ ସୂଚନା ଦିଆଯାଇଛି । ଏହା ଅନୁଯାୟୀ ଅଫିସରଙ୍କୁ ବଞ୍ଜାରା ହିଲ୍ସ , ହାଇଦ୍ରାବାଦ ଓ ତେଲେଙ୍ଗାନା ପୋଷ୍ଟରେ  ସ୍ଥାନିତ କରାଯିବ । ଏହି ନିୟମ ୨୬ ମଇରୁ ଲାଗୁ ହୋଇସାରିଛି ।

କୌଣସି ପ୍ରକାର ସମସ୍ୟାର ସମ୍ମୁଖିନ ହେଲେ ୟୁଜର୍ସ ଅଫିସରଙ୍କ ପାଖକୁ ନିଜର ଅଭିଯୋଗ ପଠାଇବେ । ୨୪ ଘଣ୍ଟା ମଧ୍ୟରେ ଅଫିସର ଏହି ଅଭିଯୋଗକୁ ନେଇ ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ହେବ । ନୂଆ ନିୟମ ଅନୁଯାୟୀ ଆପତ୍ତିଜନକ କଣ୍ଟେଟକୁ ୩୬ ଘଣ୍ଟା ମଧ୍ୟରେ ଡିଲେଟ କରିବାକୁ ହେବ । ପନୋଗ୍ରାଫୀ ତଥା ନ୍ୟୁଡିଟି ଭଳି କଣ୍ଟେଟକୁ ୨୪ ଘଣ୍ଟା ମଧ୍ୟରେ ପ୍ଳାଟଫର୍ମସରୁ ହଟାଇବାକୁ ହେବ ।

Leave A Reply

Your email address will not be published.