ଏବେ ବିନା ଇଣ୍ଟରନେଟ୍‌ରେ କରନ୍ତୁ ମନି ଟ୍ରାଞ୍ଜାକ୍ସନ, ପେଟିଏମ୍‌ରେ ଏକ ମିନିଟରେ ଆକ୍ଟିଭ୍‌ କରନ୍ତୁ ଏହି ସର୍ଭିସ

ବର୍ତ୍ତମାନ ଦିନକୁ ଦିନ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ନୂଆ ନୂଆ ଫିଚର ଆଣୁଛନ୍ତି । ଯାହାଦ୍ୱାରା ଉପଭୋକ୍ତାମାନଙ୍କୁ ମଧ୍ୟ ଏହି ସୋସିଆଲ ମେଡିଆ ପ୍ଲାଟଫର୍ମରେ ନିଜ କାମ କରିବାକୁ ସହଜ ହେଉଛି । ସେମିତି କହିବାକୁ ଗଲେ କିଛିଦିନ ମଧ୍ୟରେ ଦୁନିଆରେ ଅନେକ ପରିବର୍ତ୍ତନ ଆସୁଛି । ଡିଜିଟାଲ ଯୁଗରେ ବର୍ତ୍ତମାନ ଅନେକ କାମ ସହଜ ହୋଇଯାଇଛି । ଘରେ ବସି ସବୁ କାମ ହୋଇଯାଉଛି ମୋବାଇଲ ଫୋମରେ ଗୋଟେ କ୍ଲିକ୍‌ରେ । ଏମିତିକି ବର୍ତ୍ତମାନ ଆମ ପେମେଣ୍ଟ କରିବା ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ।

ଆଜିର ଯୁଗରେ ସମସ୍ତେ ଡିଜିଟାଲ ପେମେଣ୍ଟକୁ ନିଜ ଜୀବନର ଅଂଶ କରିସାରିଛନ୍ତି । ସବୁ ସ୍ଥାନରେ ବର୍ତ୍ତମାନ ଡିଜିଟାଲ ପେମେଣ୍ଟ ହେଉଛି । ପେ ଟିଏମ, ଗୁଗଲ ପେ, ଫୋନ ପେ, ୟୁପିଆଇ ଆସିବା ପରେ ମନି ଟ୍ରାଞ୍ଜାକ୍ସନରେ ଏକ ବଡ ପରିବର୍ତ୍ତନ ଆସିଛି । ପୁଣି ଡିଜିଟାଲ ପ୍ଲାଟଫର୍ମରେ ପେମେଣ୍ଟ ସିଷ୍ଟମକୁ ଆହୁରି ସହଜ କରିବାକୁ ଏହି କମ୍ପାନୀଗୁଡିକ ପ୍ରାୟତ ନୂଆ ନୂଆ ଫିଚର ସବୁ ଆଣିଛନ୍ତି । ବର୍ତ୍ତମାନ ପେ ଟିଏମ ମନି ଟ୍ରାଞ୍ଜାକ୍ନ ଆପ ମଧ୍ୟ ଏକ ନୂଆ ଫିଚର ଲଞ୍ଚ କରିଛି ,  ଯାହାକି ହେଉଛି ଟ୍ୟାପ ଟୁ ଫିଚର । ଏହି ଫିଚର ଅନୁଯାୟୀ ବର୍ତ୍ତମାନ ଉପଭୋକ୍ତାଙ୍କୁ କୌଣସି Q ଓ QR କୋଡ୍ ସ୍କାନ୍ କରିବାକୁ କିମ୍ବା OTP ଦେବା ପାଇଁ ପଡିବ ନାହିଁ । କେବଳ ମୋବାଇଲ୍ ଫୋନ୍କୁ PoS ମେସିନ୍କୁ ସ୍ପର୍ଶ କରି ମନି ମନି ଟ୍ରାଞ୍ଜାକ୍ସନ କରାଯାଇ ପାରିବ ।

ତେବେ ଆସନ୍ତୁ ଜାଣିବା ଏହି ନୂଆ ଫିଚର ବିଷୟରେ:

money transaction
umar ujjala

ଏହି ଫିଚର ମାଧ୍ୟମରେ ଆପଣ ବିନା ଇଣ୍ଟରନେଟ୍‌ରେ ପେମେଣ୍ଟ କରିପାରିବେ । ଏଥିପାଇଁ କେବଳ ନିଜର ଫୋନକୁ ପିଓଏସ୍‌ ମେସିନକୁ ଛୁଆଁଇବାକୁ ପଡିବ । ଆପଣଙ୍କ ପେମେଣ୍ଟ ଚୁଟ୍‌ କିରେ ହୋଇଯିବ । ଏହି ପେମେଣ୍ଟ ଗ୍ରାହକଙ୍କ ଏଟିଏମ୍‌ କାର୍ଡରୁ ହେବ । ଏହି କାର୍ଡର ସବୁ ଡିଟେଲ୍ସ ପୂର୍ବରୁ ହିଁ ପେଟିଏମ ଆପ ରେ ସେଭ ହୋଇଥିବ । ତେବେ ଏହି ନୂଆ ପିଚରର ଲାଭ ଉଠାଇ ପାରିବେ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ୟୁଜର୍ସ । ପେଟିଏମର ଏହି ଫିଚର ବ୍ୟବହାର କରିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ନିଜର କାର୍ଡ ଲିଷ୍ଟରେ କାର୍ଡକୁ ଚୟନ କରିବାକୁ ପଡିବ । ଏହା ଛଡା ଅପଣ ନିଜର ନୂଆ କାର୍ଡ ଆଡ୍‌ କରିବା ପାଇଁ ହୋମ୍‌ ସ୍କ୍ରିନ ଉପରେ ଦିଆଯାଇଥିବା ଅପ୍ସନ ଆଡ୍‌ ନ୍ୟୁ କାର୍ଡକୁ ସିଲେକ୍ଟ କରିପାରିବେ ।

 

ଏହି ପ୍ରୋସେସକୁ କରିବା ପରେ ଆପଣ ନିଜ କାର୍ଡର ସବୁ ଡିଟେଲ୍ସ ଦେବାକୁ ପଡିବ । ବର୍ତ୍ତମାନ ଆପଣଙ୍କୁ ‘ଟ୍ୟାପ ଟୁ ପେ’ ସହିତ ଯୋଡି ହୋଇଥିବା ସବୁ ନିୟମ ଓ ସର୍ତ୍ତକୁ ମାନିବାକୁ ହେବ । ଏହା ପରେ କାର୍ଡରୁ ରେଜିଷ୍ଟର ନମ୍ବର ମୋବାଇଲ ନମ୍ବର ଓ ଇମେଲ ଆଡିକୁ ଏକ ଓଟିପି ଆସିବ । ଏହାକୁ ଆପଣଙ୍କୁ ଦେବାକୁ ପଡିବ । ବର୍ତ୍ତମାନ ଆପଣ ଯେମିତି ନିଜର ଓଟିପିକୁ ବକ୍ସରେ ଦେବେ ଏହା ପରେ ଆପଣଙ୍କ ଚୟନ ହୋଇଥିବା ବ୍ୟାଙ୍କ କାର୍ଡ କାମ କରିବା ଆରମ୍ଭ ହୋଇଯିବ । ଆପଣ ଟ୍ୟାପ ଟୁ ପେ ହୋମ ସ୍କ୍ରିନରେ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.