ବିନା ଆକାଉଣ୍ଟରେ ହେବ ପେମେଣ୍ଟ, UPIରେ ହେଲା ବଡ଼ ପରିବର୍ତ୍ତନ

ଭାରତରେ ଡିଜିଟାଲ୍ ସୁବିଧା ମିଳିବା ପରେ ଲୋକମାନେ ବର୍ତ୍ତମାନ UPI ପେମେଣ୍ଟର ବହୁତ ବ୍ୟବହାର କରୁଛନ୍ତି । ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍ ପର୍ଯ୍ୟନ୍ତ ଲୋକମାନେ UPI ପେମେଣ୍ଟ ଦ୍ୱାରା ସହଜରେ ଟଙ୍କା ଟ୍ରାନ୍ସଫର କରିପାରୁଛନ୍ତି । ଏଭଳି ପରିସ୍ଥିତିରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ (NPCI) UPI ପେମେଣ୍ଟରେ କିଛି ପରିବର୍ତ୍ତନ ଜାରି ରଖିଛି । ଏଥର ପୁଣି UPI ପେମେଣ୍ଟରେ ଏକ ନୂଆ ପରିବର୍ତ୍ତନ କରାଯାଇଛି । ଏହି ନୂଆ ପରିବର୍ତ୍ତନ ପରେ ବ୍ୟାଙ୍କ ଆକାଉଣ୍ଟ ବିନା ଯେ କେହି ବି ସହଜରେ ପେମେଣ୍ଟ କରିପାରିବେ । କିନ୍ତୁ କେବଳ ଅଳ୍ପ ଲୋକଙ୍କୁ ହିଁ ଏହି ସୁବିଧା ମିଳିବ । ଆସନ୍ତୁ ଜାଣିବା UPIରେ କଣ ପରିବର୍ତ୍ତନ ହୋଇଛି ।
ବର୍ତ୍ତମାନ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନେ ମଧ୍ୟ UPIର ସୁବିଧା ପାଇ ପାରିବେ । UPI ବ୍ୟବହାର କରିବା ପାଇଁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ନମ୍ବର ସହିତ ମୋବାଇଲ୍ ନମ୍ବର ରହିବା ବାଧ୍ୟତାମୂଳକ । କିନ୍ତୁ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟ ନଥିବା ଲୋକଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରାଯାଉଛି ।
ସୂଚନା ଥାଉ କି UPI ପେମେଣ୍ଟ ଭିନ୍ନ ଭିନ୍ନ ଆପ୍ ସାହାଯ୍ୟରେ କରାଯାଏ । ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟ ନଥିବା ବ୍ୟକ୍ତି ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ଠାରୁ UPI ପେମେଣ୍ଟ କରି ପାରିବେ । ଏହାକୁ ‘Delegated Payment System ‘ କୁହାଯାଏ । ଯଦି ପରିବାରର କୌଣସି ସଦସ୍ୟଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି, ତେବେ ଅନ୍ୟ କୌଣସି ୟୁଜର ଏହାକୁ ସହଜରେ ବ୍ୟବହାର କରିପାରିବେ । ଏହାର ଖାସ୍ କଥା ହେଉଛି ଉକ୍ତ ୟୁଜର ନିଜ ମୋବାଇଲରୁ ଆକ୍ଟିଭ୍ UPI ବ୍ୟବହାର କରିପାରିବେ ।
ଏହି ସୁବିଧା କେବଳ ସେଭିଂ ଆକାଉଣ୍ଟ ୟୁଜରମାନଙ୍କୁ ଦିଆଯିବ । କିନ୍ତୁ କ୍ରେଡିଟ୍ କାର୍ଡ କିମ୍ବା ଲୋନ୍ ଆମାଉଣ୍ଟ ଥିବା ଗ୍ରାହକଙ୍କୁ ଏହି ସୁବିଧା ଦିଆଯିବ ନାହିଁ । ଯାହାର ମେନ୍ ଆକଉଣ୍ଟ ଥିବ ସେମାନେ ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିପାରିବେ । ସେ ଯାହାକୁ ଚାହିଁବେ ତାଙ୍କୁ ପେମେଣ୍ଟ ପାଇଁ ଅନୁମତି ଦେଇ ପାରିବେ । ଅନୁମତି ପାଇବା ପରେ ଅନ୍ୟ ୟୁଜର ନିଜ ମୋବାଇଲରେ UPI ପେମେଣ୍ଟ କରିପାରିବେ ।