Paytm ରେ ଆସିଲା ନୂଆ ଫିଚର୍, ଡାଉନଲୋଡ୍ କରିପାରିବେ UPI ଷ୍ଟେଟମେଣ୍ଟ

Paytm ହେଉଛି ଏକ ଅନଲାଇନ୍‌ ପେମେଣ୍ଟ ଆପ୍‌, ଯାହାକୁ ଲୋକମାନେ ଅନଲାଇନ୍‌ ପେମେଣ୍ଟ, ରିଚାର୍ଜ, ଟିକେଟ୍‌ ବୁକିଂ ଇଦ୍ୟାଦି ସହିତ ଅନେକ କାମ ପାଇଁ ବ୍ୟବହାର କରଥାନ୍ତି । କିନ୍ତୁ ବେଳେବେଳେ ଲୋକମାନଙ୍କୁ ମନେ ରଖିବା କଷ୍ଟକର ହୋଇଯାଏ ଯେ, ସେମାନେ କାହାକୁ କେତେ ଟଙ୍କା ଦେଇଛନ୍ତି କିମ୍ବା ସେହି ଦିନ ସେମାନେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି । ଏପରି ପରିସ୍ଥିତିରେ, ଲୋକମାନେ ସେମାନଙ୍କର ଖର୍ଚ୍ଚ ଉପରେ ନଜର ରଖିବାରେ ଅସିବିଧାର ସମ୍ମୁଖୀନ ହୁଅନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଲୋକଙ୍କ ଏହି ସମସ୍ୟାର ସମାଧାନ ପାଇଁ Paytm ଏକ ନୂଆ ସର୍ଭିସ୍‌ ଆରମ୍ଭ କରିଛି । ଆସନ୍ତୁ ଜାଣିବା ସେହି ନୂଆ ସର୍ଭିସ୍‌ ବିଷୟରେ ।

Paytm ର ନୂଆ ସର୍ଭିସ୍‌ :

Paytm ଏକ ନୂଆ ସର୍ଭିସ୍‌ ଆରମ୍ଭ କରିଛି ଯାହା ମାଧ୍ୟମରେ ୟୁଜର୍ସମାନେ ସେମାନଙ୍କର UPI ଷ୍ଟେଟମେଣ୍ଟ ଅର୍ଥାତ ଟ୍ରାଞ୍ଜାକ୍ସନ୍‌ ହିଷ୍ଟ୍ରୀ ସହଜରେ ଡାଉନଲୋଡ୍‌ କରିପାରିବେ । ଏହା ୟୁଜର୍ସମାନଙ୍କୁ ସେମାନଙ୍କର ଖର୍ଚ୍ଚ ଏବଂ ଟ୍ୟାକ୍ସ ମ୍ୟାନେଜ୍‌ କରିବାରେ ସାହାଯ୍ୟ କରିବ । ଏହି ନୂଆ ସର୍ଭିସ ସହିନ Paytm ୟୁଜର୍ସମାନେ ସେମାନଙ୍କର UPI ଷ୍ଟେଟମେଣ୍ଟକୁ ଯେକୌଣସି ଡେଟ୍‌ କିମ୍ବା ଫିନାନସିଆଲ୍‌ ବର୍ଷ ପାଇଁ PDF ଫରମାଟରେ ଡାଉଲୋଡ୍‌ କରିପାରିବେ । ୟୁଜର୍ସମାନେ ଏହାକୁ Excel ଫରମାଟରେ ମଧ୍ୟ ଡାଉନଲୋଡ୍‌ କରିପାରିବେ ।

ୟୁଜର୍ସଙ୍କ ପାଇଁ ସୁବିଧା :
ଷ୍ଟେଟମେଣ୍ଟରେ ପ୍ରତେ୍ୟକ ଟ୍ରାଞ୍ଜାକ୍ସନ୍‌ର ଡିଟେଲ୍ସ ରହିଛି, ଯେପରିକି ଟ୍ରାଞ୍ଜାକ୍ସନ ଏମାଉଣ୍ଟ, ରେସିପିଏଣ୍ଟ ଡିଟେଲ୍ସ, ବ୍ୟାଙ୍କ୍‌ ଆକାଉଣ୍ଟ ଇତ୍ୟାଦି । ଏହା ୟୁଜର୍ସଙ୍କ ପାଇଁ ଟ୍ରାଞ୍ଜାକ୍ସନ୍‌ ହିଷ୍ଟ୍ରୀ ବିଷୟରେ ଜାଣିବା ସହଜ ହେବ ।

Paytm ରେ UPI ଷ୍ଟେଟମେଣ୍ଟ କିପରି ଡାଉନଲୋଡ୍‌ କରିବେ :
ଏହି ଷ୍ଟେଟମେଣ୍ଟଗୁଡିକୁ ସେଭ୍‌ କରିବା ବହୁତ ସହଜ ହୋଇଥାଏ । UPI ଷ୍ଟେଟମେଣ୍ଟ ଡାଉନଲୋଡ୍‌ କରିବାକୁ ୟୁଜର୍ସମାନଙ୍କୁ ‘‘Balance & History’’ ସେକ୍ସନକୁ ଯିବାକୁ ପଡିବ । ଏଠାରେ ୟୁଚର୍ସମାନେ ନିଜ ପସନ୍ଦରେ ଡେଟ୍‌ ବାଛିପାରିବେ ଏବଂ ଅଳ୍ପ କିଛି କ୍ଲିକରେ ଷ୍ଟେଟମେଣ୍ଟ ଡାଉନଲୋଡ୍‌ କରିପାରିବେ ।

ଏହା ବ୍ୟତୀତ, ୟୁଜର୍ସମାନେ Paytm ରେ ପ୍ରତିଦିନ ୨,୦୦୦ ଟଙ୍କାରୁ କମ୍‌ ଟ୍ରାଞ୍ଜାକ୍ସନ ପାଇଁ UPI Lite ର ଫିଚର ମିଳିଥାଏ । ୟୁଜର୍ସମାନେ ସେମାନଙ୍କର RuPay କ୍ରେଡିଟ୍‌ କାର୍ଡକୁ UPI ସହିତ ଲିଙ୍କ୍‌ କରିପାରିବେ ଏବଂ ବିଲ୍‌ ପେମେଣ୍ଟ ପାଇଁ auto-pay ଫିଚର ବ୍ୟବହାର କରିପାରିବେ ।

You might also like