Paytm ରେ ଏଲ୍‌ପିଜି ସିଲିଣ୍ଡର ବୁକ୍‌ କଲେ ୨୭୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ କ୍ୟାସ୍‌ବ୍ୟାକ୍‌, ଜାଣନ୍ତୁ କେମିତି ନେବେ ଫାଇଦା

ନୂଆଦିଲ୍ଲୀ : Paytm ରେ ଏଲ୍‌ପିଜି ସିଲିଣ୍ଡର ବୁକ୍‌ କରିବା ଲୋକଙ୍କ ପାଇଁ କମ୍ପାନୀ ଭଲ ଅଫର ଘୋଷଣା କରିଛି । Paytm ରେ ଏଲ୍‌ପିଜି ସିଲିଣ୍ଡର ବୁକ୍‌ କଷଳ ପାଇ ପାରିବେ ୨୭୦୦ ଟଙ୍କା ଯାଏ କ୍ୟାସ୍‌ବ୍ୟାକ୍‌ । Paytm ଏଥିପାଇଁ ୩ ରେ ୨୭୦୦ କ୍ୟାସ୍‌ବ୍ୟାକ୍‌ ଅଫର ବାହାର କରିଛି । ଏହି ଅଫର କେବଳ ନୂଆ ଗ୍ରାହକଙ୍କ ପାଇଁ ବୈଧ ଅଟେ ।

paytm
photo credit: aajtak.in

Paytm ର ଏହି ଅଫରରେ ପ୍ରଥମ ୩ ମାସ ପାଇଁ ପ୍ରତି ମାସ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ମିଳିପାରିବ । Paytm ର ଏହି ଅଫର ଇଣ୍ଡେନ,ଏଚ୍‌ପି ଓ ଭାରତ ଭଳି ୩ ଟି ବଡ଼ କମ୍ପାନୀ ପାଇଁ ଲାଗୁ ହୋଇଛି । କ୍ୟାସବ୍ୟାକ୍‌ ସହ Paytm ୟୁଜର୍ସ ଚାହିଁଲେ ଟଙ୍କା ନଥିଲେ ପରେ ବି ଦେବାକୁ ଅନୁମତି ନେଇପାରିବେ । ଏଥିପାଇଁ Paytm Now Pay Later (Paytm Postpaid) ଅପସନ୍‌ ରହିଛି । ଆପଣ ଚାହିଁଲେ ଏହାର ସୁବିଧା ନେଇପାରିବେ ।

paytm
photo credit: aajtak.in

Paytm ରେ ଗ୍ୟାସ୍‌ ସିଲିଣ୍ଡର ବୁକ୍‌ କରିବା ପାଇଁ ୟୁଜର୍ସଙ୍କୁ ଏହି ଆପ୍‌ ଓପନ କରି Book Gas Cylinder ଅପ୍‌ସନକୁ ଯିବାକୁ ହେବ । ଏଠାରେ ନିଜର ଗ୍ୟାସ ପ୍ରୋଭାଇଡରକୁ ସିଲେକ୍ଟ କରିବାକୁ ହେବ । ଏହା ପରେ ମୋବାଇଲ ନମ୍ବର,ଏଲ୍‌ପିଜି ଆଇଡି କିମ୍ବା କଞ୍ଜୁମର ନମ୍ବର ଦେବାକୁ ହେବ ।

ସମସ୍ତ ବିବରଣୀ ଦେବା ପରେ ୟୁଜର୍ସଙ୍କୁ ପେମେଣ୍ଟ କରିବାକୁ ହେବ । ଏଥିପାଇଁ Paytm Wallet, Paytm UPI କାର୍ଡ ବା ନେଟ୍‌ ବ୍ୟାଙ୍କିଂର ବ୍ୟବହାର କରିପାରିବେ । ୟୁଜର୍ସ ଗ୍ୟାସ ସିଲିଣ୍ଡରକୁ ମଧ୍ୟ ଟ୍ରାକ୍‌ କରିପାରିବେ । Paytm ଗ୍ୟାସ ବୁକିଂର ଫେସିଲିଟ୍‌ ଗତ ବର୍ଷ ଲଞ୍ଚ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.