ପେଟିଏମ୍ ଆରମ୍ଭ କଲା ନୂଆ ସେବା: ଏଣିକି ପଇସା ନଦେଇ ମଧ୍ୟ କରିପାରିବେ ଟ୍ରେନ୍ ଟିକେଟ୍ ବୁକ୍

ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର। ପେଟିଏମ୍ ବ୍ୟବହାରକାରୀଙ୍କୁ ରେଳ ଟିକେଟ କିଣିବା ପାଇଁ ତତକ୍ଷଣାତ୍ ଟଙ୍କା ଦେବାକୁ ପଡିବ ନାହିଁ। ପରେ ସେମାନେ ରେଳ ଟିକେଟ ଟଙ୍କା ଦେବାକୁ ସକ୍ଷମ ହେବେ। ପେଟିଏମ୍ ଏବଂ ଆଇଆରସିଟିସିର ପାର୍ଟନରସିପ୍ ପରେ ଏହା ସମ୍ଭବ ହୋଇପାରିଛି ।

ପେଟିଏମ୍, ଆଇଆରସିଟିସି ସାହାଯ୍ୟରେ ରେଲୱେ ଟିକେଟ୍ ବୁକିଂ ପାଇଁ ମଧ୍ୟ ‘ବୁକ୍ ନାଓ, ପେ ଲେଟର’(book now, pay later) ସ୍କିମ୍ ଲଞ୍ଚ୍ କରିଛି । ଏହି ପାର୍ଟନରସିପ
ସହିତ, ବର୍ତ୍ତମାନ ପେଟିଏମ୍ ପୋଷ୍ଟପେଡ୍ ର ସେବା ମଧ୍ୟ IRCTC ପ୍ଲାଟଫର୍ମରେ ଉପଲବ୍ଧ ହେବ। ଟିକେଟ୍ ବୁକିଂ ସମୟରେ ପର୍ଯ୍ୟାପ୍ତ ଅର୍ଥ ନଥିବା ସେହି ଉପଭୋକ୍ତାମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହେବ।

ପେଟିଏମ୍ ପୂର୍ବରୁ ମଧ୍ୟ ଅନେକ ପେ ଲେଟର ସ୍କିମ୍ ଚଳାଇଆସୁଛି। ଏହି ଯୋଜନାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହା ବର୍ତ୍ତମାନ IRCTC ଟିକେଟ୍ ସେବାରେ ମଧ୍ୟ କାର୍ଯ୍ୟକାରୀ ହୋଇଛି। ପେଟିଏମ୍ ପୋଷ୍ଟପେଡ୍ ୩୦ ଦିନର ଅବଧି ପାଇଁ ନିଜ ୟୁଜର୍ସଙ୍କୁ ୬୦ ହଜାର ଟଙ୍କା ବିନା ସୁଧରେ ଉଧାର ଦେଉଛି । ମାସ ପାଇଁ କେବଳ ଗୋଟିଏ ବିଲ୍ ତିଆରି ହୁଏ ଯାହା ଦ୍ୱାରା ଉପଭୋକ୍ତା ତାଙ୍କ ଖର୍ଚ୍ଚ ଉପରେ ନଜର ରଖିବା ସହଜ ହୁଏ ।

ପେଟିଏମ୍ ପେମେଣ୍ଟ୍ସ ସର୍ଭିସର ସିଇଓ ପ୍ରବୀଣ ଶର୍ମା କହିଛନ୍ତି ଯେ ‘ଆମ ଉଦ୍ଦେଶ୍ୟ ୟୁଜର୍ସଙ୍କୁ ଡିଜିଟାଲ୍ ପେମେଣ୍ଟ୍ସ ଏବଂ ଫାଇନାନ୍ସିଆଲ୍ ସର୍ଭିସେଜ୍ ପାଇଁ ଟେକ୍ନୋଲୋଜି ଆଧାରିତ ସଲ୍ୟୁସନ୍ ଦେବା । ପେଟିଏମ୍ ପୋଷ୍ଟପେଡ୍ ଏବେ ଆଇଆରସିଟିସି ମାଧ୍ୟମରେ ଟ୍ରେନ୍ ଟିକେଟ୍ ବୁକ୍ କରାଉଥିବା ୟୁଜର୍ସଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇଯାଇଛି । ଏଥିପାଇଁ ପେଟିଏମ୍ ଆଇଆରସିଟିସି ସହିତ ପାର୍ଟନରସିପ୍ କରିଛି ।’

ଟିକେଟ୍ କିପରି ବୁକ୍ କରିବେ

IRCTC ୱେବସାଇଟ୍ କୁ ଯାଆନ୍ତୁ।
ନିଜ ଯାତ୍ରା ବିବରଣୀ ରେଜିଷ୍ଟର କରନ୍ତୁ ଏବଂ ପେମେଣ୍ଟ ସେକ୍ସନରେ ପେ ଲେଟର ଅପ୍ସନ ଚୟନ କରନ୍ତୁ।
ପେଟିଏମ୍ ପୋଷ୍ଟପେଡ୍ ଉପରେ କ୍ଲିକ୍ କରନ୍ତୁ।
Paytm କୁ ଲଗ୍ଇନ୍ କରନ୍ତୁ। ବର୍ତ୍ତମାନ ଏଥିରେ OTP ପ୍ରବେଶ କରନ୍ତୁ।
ଏହା କରିବା ପରେ ଟିକେଟ୍ ବୁକ୍ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.