୧ ହଜାର ସାମ୍ବାଦିକଙ୍କ ଫୋନ ଏବେ ପେଗାସସ ଅକ୍ତିଆରରେ !

କିଛି ଦିନ ହେବ ପେଗାସସ ଶବ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ପେଗାସସ ଏତେ ଶକ୍ତିଶାଳୀ ଯେ ଆଇଫୋନ ଓ ଆଣ୍ଡ୍ରଏଡ ପରି ଅପରେଟିଙ୍ଗ ସିଷ୍ଟମ ଉପରେ କବ୍ଜା କରିବାର କ୍ଷମତା ତା ପାଖରେ ଅଛି । ସଫ୍ଟ ୱେୟାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପେଗାସସ ସ୍ପାଇୱେୟାର ପ୍ରଭାବରେ ୟୁଜର ମାନଙ୍କ ଫୋନର ନିୟନ୍ତ୍ରଣ ସ୍ପାଇୱେୟାର ପାଖକୁ ଚାଲିଯାଏ । ଭାରତ ସମେତ ୫୦ ଟି ଦେଶର୫୦ ହଜାର ଲୋକଙ୍କ ଫୋନକୁ ନିଜ ଅକ୍ତିଆରକୁ ନେଇଥିବା ନେଇ ଅଭିଯୋଗ ହୋଇଛି । ଯାହା ମଧ୍ୟରୁ ପ୍ରାୟ ୧ ହଜାର ସାମ୍ବାଦିକ ଅଛନ୍ତି । ଏହା ମଧ୍ୟ ଅଭଯୋଗ ଉଠିଛିଯେ ଇଜ୍ରାଏଲିସମୂହ ଦେଶ ମାନେ ଏନଏସଓ ଦ୍ୱାରା ବିକଶିତ ଏହି ସ୍ପାଇୱେୟାର ସରକାରୀ ଅଧିକାରୀ କିମ୍ବା ନେତାଙ୍କ ଆକାଉଣ୍ଟକୁ ହ୍ୟାକ କରି ଦେଉଛନ୍ତ। ଏନଏସଓ ଦ୍ୱାରା ବିକଶିତ ହୋଇଥିବା ଏହି ସ୍ପାଇଓଭର ଜରିଆରେ ସରକାରଙ୍କ ଅନେକ ତଥ୍ୟକୁ ଚୋରାଇ ନିଆଯାଉଛି । ତଥ୍ୟରୁ ଜଣାଯାଇଛିକି ଫୋନକୁ ଟ୍ରାନ୍ସ୍ଫର କରିବା ପାଇଁ ପେଗାସସ କୌଣସି ଜଟିଳ ପ୍ରକ୍ରିୟା ଆପଣାଇ ନଥାଏ ।

କୌଣସି ବି ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପଠାଯାଇଥିବା ଲିଙ୍କ କିମ୍ବା ହ୍ୱାଟ୍ସ ଅପ କଲ ଜରିଆରେ ଏହାକୁ ଟାର୍ଗେଟରେ ଥିବା ବ୍ୟକ୍ତିଙ୍କ ପାଖକୁ ପହଞ୍ଚାଇ ଯାଇ ପାରିଥାଏ । ବିଶେଷ କରି ଆଣ୍ଡ୍ରଏଡ ଫୋନରେ ରୁଟିଙ୍ଗ ଓ ଆପଲର ଆଇଓଏସରେ ଜେଲବରିଂକ୍ସ ମାଧ୍ୟମରେ ଅପରେଟିଙ୍ଗ ସିଷ୍ଟମ ଉପରେ କବ୍ଜା କରିହେବ । ସାଧାରଣତଃ ଆଣ୍ଡ୍ରଏଡ ଫୋନରେ ରୁଟିଙ୍ଗ ଏମିତି କିଛି ଆପ କିମ୍ବା ଗେମ ପାଇଁ ହୋଇଥାଏ, ଯାହାକି ଅପରେଟିଙ୍ଗ ସିଷ୍ଟମକୁ ସପୋର୍ଟ କରିନଥାଏ । ସୀମାରୁ ବାହାରର ଫୋନ ବ୍ୟବହାର କରିବା ପାଇଁ ଆଣ୍ଡ୍ରଏଡ ଫୋନର ରୁଟିଙ୍ଗ କରାଯାଇଥାଏ । ଆଇଓଏସରେ ବି ଜେଲବରିଂକ୍ସ ରହିଥାଏ, ଯାହାକି ଆପଷ୍ଟୋରରେ ଉପଲବ୍ଧ ହୋଇନଥାଏ ।

Leave A Reply

Your email address will not be published.