ଖୁବଶୀଘ୍ର ଲଞ୍ଚ ହେବ Phillips ସ୍ମାର୍ଟ ଟିଭି, ଘରେ ବସି ବସି ପାଇପାରିବେ ଥିଏଟରର ମଜା

Phillips ନିଜ ଆଣ୍ଡ୍ରଏଡ଼ ସ୍ମାର୍ଟ ଟିଭି ସିରିଜ Philips 7900 Ambilight Ultra-HD LED Android TVକୁ ଭାରତରେ ଲଞ୍ଚ କରିଛି । ଏହି ଟିଭି ସିରିଜ ତିନୋଟି ଭେରିୟାଣ୍ଟ ୫୫
ଇଞ୍ଚ, ୬୫ ଇଞ୍ଚ ଓ ୭୫ ଇଞ୍ଚରେ ଲଞ୍ଚ ହୋଇଛି । ଏହି ଆଣ୍ଡ୍ରଏଡ଼ ସ୍ମାର୍ଟ ଟିଭିରେ ଅଲଟ୍ରା ଏଚଡି ଏଲଇଡ଼ି ସ୍କ୍ରିନରେ ଉପଲବ୍ଧ ହୋଇଥାଏ । ଯାହାକି ୩୮୪୦x ୨୧୬୦
ପିକ୍ସଲ ରିଜୋଲୁସନ ସହିତ ଆସିଥାଏ । ଏଥିରେ HDR, ଡ଼ଲବି ବିଜନ ସମେତ ଡ଼ଲବି ଆଟମସର ସପୋର୍ଟ ମିଳିଥାଏ । ଟିଭି ସ୍କ୍ରିନ ପଛ ପାଖରେ ବିଲଟ ଇନ ଥ୍ରୀ ସାଇଡ ଏଲଇଡ଼ି ଲାଇଟ୍ସ ମିଳିଥାଏ ।

Phillips 7900 Ambilight Android TVର ମୂଲ୍ୟ:

ଏହି ଆଣ୍ଡ୍ରଏଡ଼ ଟିଭି ସିରିଜକୁ ତିନୋଟି ସାଇଜ ଅପସନରେ ଲଞ୍ଚ କରାଯାଇଛି । ଯାହାର ୫୫ ଇଞ୍ଚ ଭେରିୟାଣ୍ଟର ମୂଲ୍ୟ ୯୯ ହଜାର ୯୯୦ ଟଙ୍କା, ୬୫ ଇଂଚ ଭେରିୟାଣ୍ଟର ମୂଲ୍ୟ ୧
ଲକ୍ଷ ୪୯ ହଜାର ୯୯୦ ଟଙ୍କା ଯେବେକି ୭୫ ଇଞ୍ଚ ଭେରିୟାଣ୍ଟର ମୂଲ୍ୟ ୧ ଲକ୍ଷ ୮୯ ହଜ୍ଜାର ୯୯୦ ଟଙ୍କା ରଖାଯାଇଛି । ଏହି ଟିଭିକୁ ଆପଣ ଅନଲାଇନ ଇ- କମର୍ସ ୱେବସାଇଟ, ଅଫଲାଇନ ରିଟେଲ ଦୋକାନ, ଫିଲିପ୍ସ ସେଲ୍ସ ତଥା ଡିଷ୍ଟ୍ରିବ୍ୟୁସନ ନେଟୱାର୍କ ମାଧ୍ୟମରେ କିଣିପାରିବେ ।

phillips tv
image credit: ABP news

କଣ ରହିଛି ସ୍ପେସିଫିକେସନ ଓ ଫିଚର:

ଏହି ସ୍ମାର୍ଟ ଟିଭିରେ ଥ୍ରୀ-ସାଇଡ Ambilight LED ଲାଇଟ୍ସର ସୁବିଧା ମିଳିଥାଏ । ଯାହାକି ଟିଭି ପଛରେ ଏକ ଲକେଟ ପରି ଲାଗିଥାଏ ଏହା ସହିତ ଭଲ ଇଫେକ୍ଟ ବି ଦେଇଥାଏ । ଯେଉଁ ରଙ୍ଗ ଟିଭି ସ୍କ୍ରିନରେ ଦେଖାଦେଇଥାଏ Ambilight ଏଲଇଡ଼ି ବି ଠିକ ସେହି କଲରରେ ଚମକିଥାଏ । ଏହି ଲାଇଟକୁ ରିମୋଟ ସାହାଯ୍ୟରେ କଣ୍ଟ୍ରୋଲ କରାଯାଇପାରିବ । ଆପଣ ଯଦି ଚାହିଁବେ ଏହି ଲାଇଟକୁ ବନ୍ଦ କରିପାରିବେ ।

Phillips 7900 Ambilight Android TVରେ ଅଲଟ୍ରା ଏଚ୍ଡି ଏଲଇଡ଼ି ସ୍କ୍ରିନ ମିଳିଥାଏ । ଯାହାକି ୩୮୪୦X୨୧୬୦ ପିକସଲ ରିଜୋଲୁସନ ସହିତ ଆସିଥାଏ । ଏଥିରେ ହାଇ ଡାଇନାମିକ ରେଞ୍ଜ ଯେମିତିକି HDR10+, HDR10 , HLG ଡ଼ଲବୀ ଭିଜନ ସମେତ ଏଟମସର ସପୋର୍ଟ ମିଳିଥାଏ । ଏହା ସହିତ 20w ସାଉଣ୍ଡ ଆଉଟପୁଟ ଓ ଡିଷ୍ପ୍ଲେରେ 60Hz ରିଫ୍ରେଶ ରେଟ ମିଳିଥାଏ । କନେକ୍ଟିଭିଟି ଦୃଷ୍ଟିରୁ ଦେଖିଲେ ଏହି ଟିଭିରେ Bluetooth 5 ଓ ଡୁଆଲ ବ୍ୟାଣ୍ଡ Wi- Fi ର ସପୋର୍ଟ ବି ମିଳିଥାଏ । ଟିଭିରେ ନୂଆ ସ୍ଟକ ଏଣ୍ଡ୍ରଏଡ଼ ଆଧାରିତ ଟିଭି ୟୁଜର ଇଣ୍ଟର୍ଫେସ ମିଳିଥାଏ । ଏଥିରେ ଗୁଗୁଲ ପ୍ଲେ ଷ୍ଟୋର ଆପ ସହିତ ଷ୍ଟ୍ରିମିଙ୍ଗ ସର୍ଭିସକୁ ଆକ୍ସେସ କରାଯଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.