ଦୁଇଟି ସାନଦାର୍ 4K LED ସ୍ମାର୍ଟ ଟିଭି ଲଞ୍ଚ କଲା Philips, ଜାଣନ୍ତୁ କେତେ ରହିଛି ଦାମ୍

ଇଲେକ୍ଟ୍ରୋନିକ୍ କମ୍ପାନୀ ଫିଲିପ୍ସ (Philips) ୫୦ ଇଞ୍ଚ୍ ଏବଂ ୫୮ ଇଞ୍ଚ୍ ଡିସପ୍ଲେ ଭଳି 4K ସ୍ମାର୍ଟ ଟିଭି ଭାରତରେ ଲଞ୍ଚ କରିଛି। ବର୍ତ୍ତମାନ ସ୍ମାର୍ଟ ଟିଭିରେ ଭଲ ସାଉଣ୍ଡ ପାଇଁ ଡାଲ୍ବି ଭିଜନ୍ ଏବଂ ଡାଲ୍ବି ଏଟାଁମ ଟେକନିକ୍ ର ସପୋର୍ଟ ରହିଛି। ଏହାବ୍ଯତୀତ ଏହି ଟିଭିରେ ଏଚଡିଆର ୧୦ ପ୍ଲସ ମଧ୍ଯ ଉପଲବ୍ଧ ରହିଛି। ତେବେ ଆସନ୍ତୁ ଜାଣିବା ଫିଲିପ୍ସର ଲାଟେଷ୍ଟ ସ୍ମାର୍ଟ ଟିଭିର ମୂଲ୍ଯ ଏବଂ ସ୍ପେଶିଫିକେସନ ବିଷୟରେ।

ଫିଲିପ୍ସର 50 ଇଞ୍ଚ ଭଳି 4K ସ୍ମାର୍ଟ ଟିଭିର ମୂଲ୍ଯ ୧,୦୫,୯୯୦ ଟଙ୍କା ଏବଂ ୫୮ ଇଞ୍ଚ ଭଳି 4K ସ୍ମାର୍ଟ ଟିଭିର ମୂଲ୍ଯ ୧,୧୯,୯୯୦ ଟଙ୍କା ରହିଛି। ଏହି ସ୍ମାର୍ଟ ଟିଭି ବର୍ତ୍ତମାନ ଅନଲାଇନ୍ ଏବଂ ଅପଲାଇନ୍ ଷ୍ଟୋରରୁ କିଣିପାରିବେ।

smart-tvଫିଲିପ୍ସର ସ୍ମାର୍ଟ ଟିଭିର ଡିସପ୍ଲେକୁ ଛାଡି ପାଖାପାଖି ସମସ୍ତ ଫିଚର୍ସ୍ ଏକାଭଳି। କମ୍ପାନୀ ଦୁଇଟି ସ୍ମାର୍ଟ ଟିଭିରେ 4K ଏଲଇଡି ପ୍ଯାନେଲ୍ ରହିଛି, ଯାହାର ଆସ୍ପେକ୍ଟ ରେସ୍ଯୋ 16:9 ରହିଛି। ଏଥିସହ ୟୁଜର୍ସଙ୍କ ପାଇଁ ଫିଲିମ୍ସର ଦୁଇଟି ଲାଟେଷ୍ଟ ସ୍ମାର୍ଟ ଟିଭିରେ ନେଟଫ୍ଲିକ୍ସ ଏବଂ ଆମାଜନ୍ ପ୍ରାଇମ୍ ଭଳି ଭିଡିଓ ଷ୍ଟ୍ରିମିଂ ଆପ୍ ର ସପୋର୍ଟ ମିଳିପାରିବ। ଏହାବ୍ଯତୀତ ଏହି ସ୍ମାର୍ଟ ଟିଭିର ଆଇକନ୍ ରେ ଆଧାରିତ ମେନ୍ଯୁ ଦିଆଯାଇଛି, ଯାହାକୁ ଏକ ବଟନ୍ ଦ୍ବାରା ଆକ୍ସେସ୍ କରାଯାଇପାରିବ।

Leave A Reply

Your email address will not be published.