ଡେବିଟ୍‌ କାର୍ଡ ଝିନଝଟ୍‌ ଶେଷ, ସିଧା ଆଧାରରୁ କରନ୍ତୁ ୟୁପିଆଇ ପେମେଣ୍ଟ

ଭାରତ ଡିଜିଟାଲ ପେମେଣ୍ଟ ଆଡକୁ ବହୁତ ଜଲଦି ବଢ଼ି ବଢ଼ି ଚାଲିଛି। ଡିଜିଟାଲ ପେମେଣ୍ଟକୁ ସହଜ ବନାଇବା ପାଇଁ ଆରବିଆଇ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ନିୟମକୁ ସହଜ ବନାଉଛନ୍ତି। ଯେଉଁଥିପାଇଁ ଆଧାର ବେସଡ ୟୁପିଆଇ ପେମେଣ୍ଟ ସର୍ଭିସକୁ ଅନୁମତି ଦିଆଯାଇଛି। ଆରବିଆଇ ଏବଂ ଏନପିସିଆଇରେ ମିଳିଥିବା ରିହାତି ପରେ ଫୋନପେ ନୂୂଆ ଆଧାର ବେସଡ ଓଟିପି ସର୍ଭିସକୁ ଆରମ୍ଭ କରିଦେଇଛି। ଯାହାଦ୍ୱାରା ୟୁପିଆଇ ଆକ୍ଟିଭେଟ କରାଯାଇପାରିବ।

ଫୋନପେ ବନିଲା ପ୍ରଥମ ଆଧାର ବେସଡ୍‌ ୟୁପିଆଇ

ଫୋନପେ ଦାବି କରିଛି ଯେ ଆଧାର ବେସଡ ୟୁପିଆଇ ସର୍ଭିସର ଏହି ଦୁନିଆରେ ଏହା ହେଉଛି ପ୍ରଥମ ପ୍ଲାଟଫର୍ମ। କମ୍ପାନୀ ଦାବି କରିଛି ଯେ ଆଧାର ବେସଡ ୟୁପିଆଇ ସର୍ଭିସ ହେବା ପରେ ଅନଲାଇନ୍‌ ପେମେଣ୍ଟ କରୁଥିବା ନୂଆ ୟୁଜର୍ସଙ୍କ ସଂଖ୍ୟା ଅଧିକ ବଢ଼ିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ପର୍ଯ୍ୟନ୍ତ ୟୁପିଆଇ ସର୍ଭିସର ବ୍ୟବହାର ପାଇଁ ଡେବିଟ କାର୍ଡର ବ୍ୟବହାର ହେଉଥିଲା। ଆଧାର ବେସଡ ଅଥେଣ୍ଟିକେସନ ହେବା ପରେ ଡେବିଟ କାର୍ଡର ଝିନଝଟ୍‌ ଏକଦମ୍‌ ଶେଷ ହୋଇଯିବ। ଯଦିଓ ଦେଶର ଏକ ବଡ ସଂଖ୍ୟାର ଲୋକଙ୍କ ପାଖରେ ଡେବିଟ କାର୍ଡ ନାହିଁ, ଯେଉଁମାନେ ବି ଏହି ୟୁପିଆଇ ସର୍ଭିସକୁ ବ୍ୟବହାର କରିପାରୁନାହାଁନ୍ତି। ଯେଉଁ ମାନଙ୍କ ପାଖରେ ଡେବିଟ୍‌ କାର୍ଡ ନାହିଁ ଖାସ୍‌ କରି ସେହି ଲୋକମାନଙ୍କୁ ଆଧାର ବେସଡ ୟୁପିଆଇ ସର୍ଭିସ ବହୁତ ଫାଇଦାପୂର୍ଣ୍ଣ ହେବ।

ଏବେ ଜାଣନ୍ତୁ ଗ୍ରାହକଙ୍କୁ କେମିତି ମିଳିବ ଏହାର ଫାଇଦା

ୟୁପିଆଇରେ ମହଜୁଦ ମଡେଲରେ ସବୁ ୟୁଜର୍ସଙ୍କ ପାଇଁ ୟୁପିଆଇ ରେଜିଷ୍ଟ୍ରେସନ ପ୍ରୋସେସ ସମୟରେ ୟୁପିଆଇ ପିନ୍‌ ପାଇଁ ଡେବିଟ୍‌ କାର୍ଡ ଜରୁରୀ ହୋଇଥାଏ। କିନ୍ତୁ ଯେହେତୁ ବଡ ସଂଖ୍ୟାରେ ବ୍ୟାଙ୍କ ଆକାଉଣ୍ଟ ହୋଲଡର ମହଜୁଦ ଅଛନ୍ତି ଯାହାଙ୍କ ପାଖରେ ଡେବିଟ କାର୍ଡ ନାହିଁ। ସେହିମାନଙ୍କ ପାଇଁ ଫୋନପେ ନୂଆ ସର୍ଭିସ ବହୁତ ଖାସ ହେବ। ସେମାନେ ଏହି ନୂଆ ସର୍ଭିସ ଜରିଆରେ ଆଧାର ବେସଡ ଇ-କେଓ୍ଵାଇସୀ କରିପାରିବେ। ଏଥିପାଇଁ ଆପଣଙ୍କୁ ଫୋନପେ ଆପରେ ଆଧାରର ୬ ଡିଜିଟ ନମ୍ବର ଦେବାକୁ ହେବ। ଏହାପରେ ଆପଣଙ୍କୁ ୟୁଆଇଡିଏଆଇ ତରଫରୁ ଏକ ଓଟିପି ଆସିବ। ଓଟିପି ଦେବା ପରେ ଆପଣଙ୍କ ବ୍ୟାଙ୍କ ଅଥେଣ୍ଟିକେସନ୍‌ ପ୍ରୋସେସ୍‌ ପୂରା କରିବ। ଏହାପରେ ୟୁଜର୍ସ ୟୁପିଆଇ ପେମେଣ୍ଟକୁ ସମସ୍ତ ସର୍ଭିସ ଭଳି ପେମେଣ୍ଟ ଚେକ ଏବଂ ବ୍ୟାଙ୍କ ବାଲାନ୍ସ ଚେକ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.