ବିନା କାର୍ଡ ଡିଟେଲରେ ଖୋଲନ୍ତୁ UPI ଆକାଉଣ୍ଟ, ଜାଣନ୍ତୁ କେମିତି କରିବେ ଆକ୍ଟିଭେଟ୍‌

ଫୋନପେ ବର୍ତ୍ତମାନରେ ପ୍ରାୟ ୩୫୦ ମିଲିୟନ୍‌ ରେଜିଷ୍ଟର୍ଡ ୟୁଜର୍ସଙ୍କ ସହିତ ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ। ଏହା ୟୁଜର୍ସଙ୍କୁ ଏକ ସୁବିଧାଜନକ ୟୁପିଆଇ ଲେଣଦେଣ ପ୍ରକ୍ରୀୟା ସହିତ କୌଣସି ବି ସମୟରେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ରୂପେ ମ୍ୟାନେଜ ଏବଂ ଆକ୍ସେସ କରିବାରେ ସୁବିଧା ଦେଇଥାଏ। ଫୋନପେ ନିଜର ୟୁଜର୍ସଙ୍କ ପାଇଁ ୟୁପିଆଇ ଆକ୍ଟିଭେସନରେ ଅଧିକ ସୁବିଧା ଜୋଡିବା ପାଇଁ ଏବେ ଆଧାର କାର୍ଡର ଉପଯୋଗ କରି ଓଟିପି ଅଥେଣ୍ଟିକେସନ ପ୍ରୋସେସକୁ ଅନୁମତି ଦେଇଛି। ଅର୍ଥାତ୍‌ ଏବେ ଆପଣ ବିନା ଏଟିଏମ କାର୍ଡ ଡିଟେଲ ଦ୍ୱାରା ହିଁ କେବଳ ଆଧାର କାର୍ଡ ସାହାଯ୍ୟରେ ୟୁପିଆଇ ଆକ୍ଟିଭେସନ୍‌ ପ୍ରୋସେସକୁ ପୂରା କରିପାରିବେ।

ଅନେକ ଇନଷ୍ଟାଣ୍ଟ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଭଳି ଗୁଗଲ ପେ, ପେଟିଏମ ଏବଂ ଫୋନପେରେ ମଧ୍ୟ ୟୁପିଆଇ ଆକ୍ଟିଭେସନରେ ଓଟିପି ଅଥେଣ୍ଟିକେସନ ପ୍ରୋସେସ ପାଇଁ ଡେବିଟ୍‌ କାର୍ଡ ଡିଟେଲ ଦେବା ବାଧ୍ୟତାମୂଳକ ହୋଇଥାଏ। ଏହାପରେ ୟୁଜର୍ସଙ୍କୁ ୟୁପିଆଇ ପିନ୍‌ ମଧ୍ୟ ସେଟ୍‌ କରିବାକୁ ହୋଇଥାଏ।

ଯଦିଓ ଏହି ପ୍ରକ୍ରୀୟା ବଡ ସଂଖ୍ୟାରେ ଭାରତର ସେହି ବ୍ୟାଙ୍କ ଖାତାଧାରକଙ୍କ ପାଇଁ, ଯେଉଁମାନଙ୍କ ପାଖରେ ଡେବିଟ କାର୍ଡ ନାହିଁ। କିନ୍ତୁ ଏବେ ସେମାନଙ୍କର ଆଉ ଚିନ୍ତା ନାହିଁ। ୟୁପିଆଇ ଆକ୍ଟିଭେସନ ପାଇଁ ନୂଆ ଆଧାର ବେସଡ ଓଟିପି ଅଥେଣ୍ଟିକେସନ୍‌ ସହିତ ଅଧିକ ଲୋକ ୟୁପିଆଇ ଇକୋସିଷ୍ଟମର ଅଂଶିଦାର ହୋଇପାରିବେ।

upiଯଦି ଆପଣ ଜଣେ ନୂଆ ୟୁଜର ଏବଂ ନିଜ ଆଧାର କାର୍ଡ ସାହାଯ୍ୟରେ ୟୁପିଆଇକୁ ସେଟ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କିଛି ଷ୍ଟେପସକୁ ଫଲୋ କରିବାକୁ ହେବ।

  • ସର୍ବପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ କିମ୍ବା ଆପଲ ଆପ୍‌ ଷ୍ଟୋରରୁ PhonePe ଡାଉନଲୋଡ୍‌ କରିବାକୁ ହେବ।
  • ଏବେ ଫୋନପେକୁ ଓପନ କରି ସେଥିରେ ନିଜର ମୋବାଇଲ ନମ୍ବର ଏବଂ ଓଟିପି ଦିଅନ୍ତୁ।
  • ଏବେ My Money ପେଜକୁ ଯାଆନ୍ତୁ ଏବଂ ସେଠାରେ ହିଁ Payments methods ଉପରେ ଟ୍ୟାପ୍‌ କରନ୍ତୁ।
  • ଏଠାରେ ଆପଣଙ୍କୁ Add New Bank Account ର ଅପ୍ସନ ଦେଖାଯିବ, ତାହା ଉପରେ ଟ୍ୟାପ୍‌ କରନ୍ତୁ।
  • ଏବେ ସେହି ବ୍ୟାଙ୍କକୁ ଚୟନ କରନ୍ତୁ, ଯେଉଁଥିରେ ଆପଣ UPI ଆକ୍ଟିଭେସନ କରିବାକୁ ଚାହୁଁଛନ୍ତି। ଧ୍ୟାନ ରଖନ୍ତୁ ବ୍ୟାଙ୍କରେ ଆପଣଙ୍କ ମୋବାଇଲ ନମ୍ବର ରେଜିଷ୍ଟର୍ଡ ଥିବା ଜରୁରୀ।
  • ଏହାପରେ ଫୋନପେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲକୁ ଚେକ କରିବ ଏବଂ ୟୁପିଆଇକୁ ଆକାଉଣ୍ଟ ସହ ଲିଙ୍କ କରିବ।
  • ଏବେ ଆପଣଙ୍କୁ Debit/ATM କାର୍ଡ କିମ୍ବା ଆଧାର କାର୍ଡରେ ପ୍ରୋସେସକୁ ପୂରା କରିବା ପାଇଁ ପ୍ରଶ୍ନ କରାଯିବ। ଆପଣ ଆଧାର କାର୍ଡର୍ ବିକଳ୍ପକୁ ସିଲେକ୍ଟ କରିବାକୁ ହେବ।
  • ଏବେ ଆପଣଙ୍କ ଆଧାର କାର୍ଡର ଶେଷ ୬ ଅଙ୍କ ଦେବାକୁ ହେବ ଏବଂ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସିଥିବା ଓଟିପିକୁ ଏଣ୍ଟର କରିବାକୁ ହେବ।
  • ଓଟିପି ଦେବା ପରେ ଆପଣଙ୍କୁ ଏକ ପିନ୍‌ ସେଟ୍‌ କରିବାକୁ ହେବ। ଏହାପରେ ଆପଣଙ୍କ PhonePe UPI କମ୍ପଲିଟ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.