ଡିସେମ୍ବର ମାସର ଟପ୍ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଆପ୍ ଭାବେ ସ୍ଥାନ ପାଇଛି ଫୋନପେ। ଫୋନଫେ ଡିସେମ୍ବର ମାସରେ ପେମେଣ୍ଟ ଆପ୍ ପ୍ଲାଟଫର୍ମ ଗୁଗଲ ପେକୁ ପଛରେ ପକାଇ ଦେଇଛି। ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଏହି ସମୟରେ ପ୍ରାୟ ୯୦୨.୦୩ ମିଲିୟନ୍ ଟ୍ରାନଜାକସନ୍ କରିଛି। ଯାହାର ମୋଟ ଦାମ୍ ୧,୮୨,୧୨୬.୮୮ କୋଟି ଟଙ୍କା ରହିଛି। ଏହାର ଖୁଲାସା ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ରିପୋର୍ଟରେ ହୋଇଛି।
ସେହିପରି ଗୁଗଲପେ ଡିଜିଟାଲ ପେମେଣ୍ଟ ମାମଲାରେ ଡିସେମ୍ବର ମାସରେ ଦ୍ୱିତୀୟ ସ୍ଥାନରେ ରହିଛି। ଗୁଗଲ ପେ ୮୫୪ ମିଲିୟନ୍ ଟ୍ରାନଜାକସନ କରିଛି। ଯାହାର ଦାମ୍ ୧,୭୬,୧୯୯.୩୩ କୋଟି ଟଙ୍କା ରହିଛି। ଗୁଗଲ ପେ ଏବଂ ଫୋନ ପେର ସଂଯୁକ୍ତ ରୂପରେ ମୋଟ ୟୁପିଆଇ ଟ୍ରାନଜାକସନରେ ୭୮ ପ୍ରତିଶତ ଯୋଗଦାନ ରହିଛି। ଉଭୟ ଆପ୍ ମିଶି ଓଭରଅଲ୍ ୮୬ ପ୍ରତିଶତ ୟୁପିଆଇ ଟ୍ରାନଜାକସନ୍ କରିଛନ୍ତି।
ଗୁଗଲ ପେର ପେମେଣ୍ଟରେ ଡିସେମ୍ବର ମାସରେ ୧୧ ପ୍ରତିଶତ ହ୍ରାସ ପାଇଛି। ନଭେମ୍ବର ମାସରେ ଗୁଗଲପେରେ ୯୬୦ ମିଲିୟନ୍ ଟ୍ରାନଜାକସନ୍ ହୋଇଛି। ଯାହାର ଦାମ୍ ପ୍ରାୟ ୧,୬୧,୪୧୮ କୋଟି ଟଙ୍କା। ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଫୋନପେ ଏବଂ ଗୁଗଲ ପେ ପରେ ତୃତୀୟ ସ୍ଥାନରେ ରହିଛି। ପେଟିଏମ୍ ଡିସେମ୍ବର ମାସରେ ୨୫୬ ମିଲିୟନ୍ ଟ୍ରାନଜାକସନ୍ ହୋଇଛି। ଯାହାର ଦାମ୍ ୩୧,୨୯୧ କୋଟି ଟଙ୍କା ଥିଲା।