ଫୋନ ପେ ବ୍ୟବହାରକାରୀଙ୍କୁ ଝଟକା, ମୋବାଇଲ୍ ରିଚାର୍ଜ କଲେ ଦେବାକୁ ପଡିବ ଅତିରିକ୍ତ ପଇସା

ଲୋକପ୍ରିୟ ଡିଜିଟାଲ ଆପ୍ PhonePe ଏହାର କିଛି ନିୟମରେ କରିଛି ପରିବର୍ତ୍ତନ । ଯଦି ଆପଣ ମଧ୍ୟ PhonePe ଦ୍ୱାରା ମୋବାଇଲ ରିଚାର୍ଜ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ନିରାଶ କରିପାରେ । ବର୍ତ୍ତମାନ ମୋବାଇଲ ପ୍ୟାକେଜ ରିଚାର୍ଜ, ଟିଭି ପ୍ୟାକେଜ ରିଚାର୍ଜ, ବୀମାଦେୟ ଭଳି ଅନେକ କାରବାର ଲୋକମାନେ ସିଧା ସଳଖ ଅନଲାଇନ ପେମେଣ୍ଟ କରୁଛନ୍ତି । ହେଲେ ଅନଲାଇନ ପେମେଣ୍ଟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ‘ଫୋନ ପେ’ ଏବେ ତାର ଗ୍ରାହକମାନଙ୍କ ଝଟକା ଦେଇଛି ।

ଅନଲାଇନ ପେମେଣ୍ଟ ଆପ୍ PhonePe ଦେଶର ଏଭଳି ଆପ୍ ହୋଇଛି ଯାହା ୟୁପିଆଇ ଟ୍ରାନଞ୍ଜାକ୍ସନ ପାଇଁ ମଧ୍ୟ ଦେୟ ନେବା ଆରମ୍ଭ କରିଦେଇଛି । ଡିଜିଟାଲ ପେମେଣ୍ଟ ଆପ୍ PhonePe ୫୦ରୁ ଅଧିକ ଟଙ୍କାର ରିଚାର୍ଜ ଉପରେ ପ୍ରୋସେସିଂ ଫିସ୍ ନେବା ଆରମ୍ଭ କରିଦେଇଛି । ଏହି ଫିସ୍ ୟୁପିଆଇ ମାଧ୍ୟମରେ କରୁଥିବା ଟ୍ରାନଞ୍ଜାକସନ ଉପରେ ମଧ୍ୟ ଲାଗୁହେବ ।

ଜାଣନ୍ତୁ କେତେ ଦେବାକୁ ହେବ ଫିସ୍

କମ୍ପାନୀ ତରଫରୁ କୁହାଯାଇଛି କି, ୫୦ ଟଙ୍କାରୁ କମ୍ ରିଚାର୍ଜ ଉପରେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହେଲେ ୫୦ ଟଙ୍କାରୁ ୧୦୦ ଟଙ୍କାର ରିଚାର୍ଜ ଉପରେ ୧ ଟଙ୍କା ଓ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ ଉପରେ ୨ ଟଙ୍କା ସେବାକର ଦେବାକୁ ପଡିବ । ଅନ୍ୟପଟେ କେବଳ ଫୋନ ପେ ଅନଲାଇନ ପେମେଣ୍ଟ ରିଚାର୍ଜ ଉପରେ ସେବାକର ନେଉନାହିଁ, ଆପଣ ଯଦି କ୍ରେିଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ କରୁଛନ୍ତି ତେବେ ବି କମ୍ପାନୀ ସେବାକର ନେଉଛି । ହେଲେ ଅନ୍ୟ କାରବାର ଉପରେ ଏପର୍ଯ୍ୟନ୍ତ ଫୋନ ପେ ସେବାକର ନେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ ।

୩୦୦ ମିଲିୟନରୁ ଅଧିକ ରେଜିଷ୍ଟର୍ଡ ୟୁଜର୍ସ

ଥାର୍ଡ ପାର୍ଟି ଆପ୍ସରେ ୟୁପିଆଇ ଟ୍ରାଞ୍ଜାକ୍ସନ ମାମଲାରେ ଫୋନପେର ସେୟାର ସବୁଠାରୁ ଅଧିକ । କମ୍ପାନୀ ସେପ୍ଟେମ୍ବରରେ ନିଜ ପ୍ଲାଟଫର୍ମରେ ୧୬୫ କୋଟିରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ରେଜିଷ୍ଟର୍ କରିଥିଲା ଯେଉଁଥିରେ ଆପ୍ ସେଗମେଣ୍ଟରେ ୪୦ ପ୍ରତିଶତରୁ ଅଧିକ ଭାଗିଦାରୀ ଥିଲା । ଡିଜିଟାଲ ପେମେଣ୍ଟ ଆପର ୩୦୦ ମିଲିୟନରୁ ଅଧିକ ରେଜିଷ୍ଟର୍ଡ ୟୁଜର୍ସ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.