WhatsAppରୁ ଏବେ ଲିକ୍‌ ହେବ ନାହିଁ ଫଟୋ ଓ ଭିଡିଓ, ଜାରି ହେଲା ନୂଆ ଫିଚର

WhatsApp ଗୁଗଲ ଡ୍ରାଇଭ୍‌ ଏବଂ iCloudରେ ଷ୍ଟୋର୍‌ କରାଯାଉଥିବା ବ୍ୟାକ୍‌ଅପ୍ସ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନକୁ ରୋଲ ଆଉଟ୍‌ କରିବା ଆରମ୍ଭ କରି ଦେଇଛି। କମ୍ପାନୀ ଗତ ମାସରୁ ଏହାର ଟେଷ୍ଟିଙ୍ଗ୍‌ କରୁଥିଲା। ଗତ ମାସରେ ହିଁ ଆଣ୍ଡ୍ରୋଏଡ୍‌ ଏବଂ iOS ୟୁଜର୍ସଙ୍କ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପ୍‌ଟେଡ କ୍ଲାଉଡ ବ୍ୟାକ୍‌ଅପ୍ସ ରୋଲ ଆଉଟ୍‌ କରିବା ନେଇ ଘୋଷଣା କରିଥିଲା। ଏହି ନୂଆ ଫିଚର ଆସିଲେ ଏବେ ୟୁଜରଙ୍କ ଡାଟା କ୍ଲାଉଡ୍‌ ବ୍ୟାକ୍‌ଅପରେ ସୁରକ୍ଷିତ ରହିବ ଅର୍ଥାତ୍‌ ଏନ୍‌କ୍ରିପ୍‌ଟେଡ ରହିବ। ଏଥି ସହିତ ଏହି ବ୍ୟାକ୍‌ଅପରେ ଷ୍ଟୋର କରାଯାଇଥିବା ଚ୍ୟାଟ୍‌ ହିଷ୍ଟ୍ରିକୁ ବି ପ୍ରୋଟେକ୍ଟ କରିବ।

ଫେସ୍‌ବୁକ ସିଇଓ ମାର୍କ ଜୁକରବର୍ଗ ନିଜ ପେଜ୍‌ରେ କ୍ଲାଉଡ୍‌ ବ୍ୟାକ୍‌ଅପ୍ସ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନ ରୋଲ ଆଉଟ କରାଯିବା ନେଇ ସୂଚନା ଦେଇଛନ୍ତି। ଏହି ଫିଚରକୁ ଗ୍ଲୋବାଲି ଆଣ୍ଡ୍ରୋଏଡ୍‌ ଏବଂ iOS ୟୁଜର୍ସଙ୍କ ପାଇଁ ଧୀରେ ଧୀରେ ଜାରି କରାଯିବ। ଏହି ଫିଚର ଜରିଆରେ କ୍ଲାଉଡ୍‌ରେ ଷ୍ଟୋର କରାଯାଇଥିବା ବ୍ୟାକ୍‌ଅପ ଡାଟାକୁ ପ୍ରୋଟେକ୍ସନର ଅତିରିକ୍ତ ଲେୟାର ମିଳିବ।

ହ୍ଵାଟସ୍‌ଆପ ୨୦୧୬ରୁ ପ୍ଲାଟଫର୍ମରେ ପଠାଯାଉଥିବା ମେସେଜ୍‌ ପାଇଁ ବାୟ ଡିଫଲ୍ଟ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନ ଉପଲବ୍ଧ କରାଉଛି। ହ୍ଵାଟସ୍‌ଆପ ୟୁଜର୍ସଙ୍କୁ ଏହି ଏନ୍‌କ୍ରିପଶନ ଲେବଲର ଆବଶ୍ୟକତା ଚ୍ୟାଟ୍‌ ହିଷ୍ଟ୍ରି ଏବଂ କ୍ଲାଉଡ୍‌ରେ ବ୍ୟାକ୍‌ଅପ ହେଉଥିବା ଅନ୍ୟାନ୍ୟ କଣ୍ଟେଣ୍ଟ ପାଇଁ ମଧ୍ୟ ହେଉଥିଲା। ଏଥିପାଇଁ କ୍ଲାଉଡ୍‌ ବ୍ୟାକ୍‌ଅପ୍ସ ଲାଗି ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନ ଜାରି କରାଯାଇଛି।

କହି ରଖୁଛୁ, ହ୍ଵାଟସ୍‌ଆପ ଚ୍ୟାଟ୍‌ସ ବ୍ୟାକଅପ ଏନ୍‌କ୍ରିପଟେଡ ନ ହେବା କାରଣରୁ କ୍ଲାଉଡ୍‌ରୁ ଲୋକଙ୍କ ଚ୍ୟାଟ୍‌ସ ଏବଂ ବ୍ୟକ୍ତିଗତ ଫଟୋ ପୂର୍ବରୁ ଲିକ୍‌ ହୋଇଯାଉଥିଲା। ବଲିଉଡ୍‌ରୁ ନେଇ ହଲିଉଡ୍‌ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଏହାର ଶିକାର ହୋଇ ସାରିଛନ୍ତି। ଏବେ କିନ୍ତୁ କ୍ଲାଉଡ୍‌ ବ୍ୟାକ୍‌ଅପ ଏନ୍‌କ୍ରିପ୍‌ଟେଡ ହେବା ପରେ ଲିକ୍‌ର ଆଶଙ୍କା ରହିବ ନାହିଁ।

କମ୍ପାନୀ କହିଛି କି, ଯଦି କେହି ୟୁଜର ନିଜ ଚ୍ୟାଟ୍‌ ହିଷ୍ଟ୍ରିକୁ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନ ସହିତ ବ୍ୟାକଅପ କରିବ, ତା’ହେଲେ ଏହାକୁ କେବଳ ସେହି ହିଁ ଆକ୍ସେସ୍‌ କରିପାରିବ। ୟୁଜରଙ୍କ ଛଡ଼ା ତାଙ୍କର ବ୍ୟାକ୍‌ଅପକୁ କେହି ବି ଅନଲକ କରିପାରିବେ ନାହିଁ। ନିଜେ ହ୍ଵାଟସ୍‌ଆପ ମଧ୍ୟ କୌଣସି ଡାଟା ଆକ୍ସେସ୍‌ କରିପାରିବ ନାହିଁ କି Apple ଭଳି କୌଣସି ବ୍ୟାକ୍‌ଅପ ସର୍ଭିସ୍‌ ପ୍ରୋଭାଇଡର ବ୍ୟାକ୍‌ଅପ ଡାଟାକୁ ଦେଖିପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.