ପ୍ଯାଜିଓ ଲଞ୍ଚ କଲା ୨୦୧୯ ଭେସ୍ପାର ନୂଆ ରେଞ୍ଜ, ସ୍ମାର୍ଟଫୋନ୍ ସହ ହୋଇପାରିବ କନେକ୍ଟ

ନୂଆଦିଲ୍ଳୀ : ପ୍ଯାଜିଓ ଭେସ୍ପା ସ୍କୁଟରର ନୂତନ ୨୦୧୯ ମଡ଼େଲ ଭାରତରେ ଲଞ୍ଚ କରିଛି। ଏହାକୁ ଅନେକ ଖାସ ଫିଚର ସହ ଲଞ୍ଚ କରାଯାଇଛି। ଫିଚର ସହ ଏଥିରେ ରହିଛି ଅନେକ ନୂତନ ପ୍ରକାରର କଲର ଅପସନ୍। ମୂଲ୍ଯ ବିଷୟରେ କହିବାକୁ ଗଲେ ଏହାର SXL ୧୫୦ ମଡ଼େଲର ଏକ୍ସଶୋରୁମ୍ ମୂଲ୍ଯ ୯୧,୧୪୦ ଟଙ୍କା , VXL ୧୫୦ର ଏକ୍ସଶୋରୁମ୍ ମୂଲ୍ଯ ୯୭,୨୭୬ଟଙ୍କା ରଖାଯାଇଛି। ଏଥିସହ ୧୨୫ସିସିରୁ କମ ଭେସ୍ପା ନୋଟ ସ୍କୁଟରକୁ ମଧ୍ୟ ଲଞ୍ଚ କରାଯାଇଛି ଯାହାର ମୂଲ୍ଯ ୬୮,୮୨୯ ଟଙ୍କା ରଖାଯାଇଛି।
ଭେସ୍ପା ସ୍କୁଟରକୁ ଭାରତ ବଜାରରେ ପ୍ରିମିୟମ ସ୍କୁଟର ଭାବେ ଦେଖାଯାଇଥାଏ। ତେବେ ଚଳିତ ବର୍ଷ ଲଞ୍ଚ ହୋଇଥିବା ନୂଆ ମଡ଼େଲ ଗୁଡ଼ିକରେ କନେକଟିଭିଟିକୁ ନେଇ ଫିଚର ଲଞ୍ଚ କରାଯାଇଛି। କମ୍ପାନି ଏକ ଖାସ ଆପ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଆନଟ୍ରୋଏଡ଼୍ ଏବଂ ଆଇଏସଓ ଗ୍ରାହକ ଏହାର ଫାଇଦା ଉଠାଇପାରିବେ। ଏହି ଆପରେ ଗ୍ରାହକଙ୍କୁ “ପାଇଣ୍ଡ ମାଇ ଭେହିକିଲ”ର ଅପସନ ଦିଆଯିବ। ଏଥିସହ ଦରକାର ସମୟରେ ସର୍ଭିସ ସେଣ୍ଟର ଏବଂ ପେଟ୍ରୋଲ ପମ୍ପ ଖୋଜିବାରେ ମଧ୍ୟ ସାହାୟତା କରିବ।
ନୂଆ ୨୦୧୯ ଭେସ୍ପା ୧୫୦ରେଞ୍ଜରେ ଇଞ୍ଜିନରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନାହିଁ। ଏଥିରେ ୧୫୪.୮ସିସିର ଏୟାର କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜନ ଲଗାଯାଇଛି ଯାହା ୧୦.୪ ବିଏଚପିର ପାୱର ଏବଂ ୧୧.୪ ନ୍ଯୁଟନ୍ ଟ୍ରାକ୍ ସୃଷ୍ଟି କରିଥାଏ। ସେହିପରି ଭେସ୍ପାର ନୋଟି ସ୍କୁଟରରେ ୧୨୫ସିସିର ଇଞ୍ଜିନ୍ ଲଗାଯାଇଛି। ଏହି ନୂଆ ଭେସ୍ପାରେ ନିଜିଟାଲ ଇଷ୍ଟ୍ରୁମେଣ୍ଟ କନସୋଲ ଦିଆଯାଇଛି। ବ୍ରେକିଂ ସିଷ୍ଟମ ପାଇଁ ସ୍କୁଟରର ଗୋଟିଏ ଚକରେ ୨୨୦ଏମଏମର ଡ଼ିସ୍ ବ୍ରେକ୍ ବ୍ଯବହାର କରାଯାଇଛି।