ଟେକ୍

Pink Whatsappରୁ ଦୂରେଇ ରୁହନ୍ତୁ

ହ୍ଵାଟସଆପ୍‌ ଏକ ଲୋକପ୍ରିୟ ଚାଟିଂ ଆପ୍‌। ଯାହାକୁ ସାରା ଦୁନିଆର ଲୋକ ବ୍ୟବହାର କରୁଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅଧିକ ୟୁୁଜର୍ସ ଏଥିରେ ହିଁ ଅଛନ୍ତି। ତେଣୁ ହ୍ୟାକର୍ସ ମାନଙ୍କ ଟାର୍ଗେଟ ସବୁ ସମୟରେ ଏହି ପ୍ଲାଟଫର୍ମ ରହିଥାଏ। ବିଭିନ୍ନ ଉପାୟରେ ସେମାନଙ୍କ ୟୁଜର୍ସର୍ଙ୍କ ଡାଟାକୁ ଚୋରି କରିବାକୁ ପ୍ଲାନିଂ କରିଥାନ୍ତି। ସଚେତନ ନଥିବା ୟୁଜର୍ସ ଏହାର ଶିକାର ମଧ୍ୟ ହେଉଛନ୍ତି। ତେବେ ହ୍ଵାଟସଆପ୍‌ ରେ ଏକ ନୂଆ ମେସେଜ ଏବେ ଭାଇରାଲ ହେଉଛି। ଯେଉଁଥିରେ ଲୋକଙ୍କୁ Pink Whatsapp ଡାଉନଲୋଡ଼ କରିବାକୁ ଲିଙ୍କ ମିଳୁଛି। ଏହା ଏକ ସ୍କାମ ମେସେଜ। ମନେରଖନ୍ତୁ ଏଭଳି ଲିଙ୍କ ଆପଣଙ୍କ ପାଖକୁ ଆସୁଥିଲେ କେବେ ବି ଭୁଲରେ ବି କ୍ଲିକ କରନ୍ତୁ ନାହିଁ। ସ୍କାମର୍ସ ଅନେକ ଜଣକୁ ଏଭଳି ଲିଙ୍କ ପଠାଉଛନ୍ତି, କେବଳ ଡାଟା ଚୋରି ପାଇଁ…

ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ସ୍କାମର୍ସ ମାନେ ଏଭଳି ଲିଙ୍କ ଦେଇ କହୁଛନ୍ତି ଯେ ସେମାନେ ଏହାକୁ କ୍ଳିକ କରିବା ପରେ ହ୍ଵାଟସଆପ୍‌ ର ଲୁକ ପୂରା ବଦଳିଯିବ। ସେମାନ ଗ୍ରୀନ ସ୍ଥାନରେ ପିଙ୍କ ବା ଗୋଲାପି କଲରର ଥିମର ହ୍ଵାଟସଆପ୍‌ ବ୍ୟବହାର କରିବେ। ଏହାକୁ ଡାଉନଲୋଡ଼ କରିବା ପାଇଁ ସେମାନେ ଲିଙ୍କ ପଠାଉଛନ୍ତି । ଭୟ ରହିଛି ଅନେକ ନୂଆ ଲୁକ ପାଇଁ ଏହାକୁ ଡାଉନଲୋଡ଼ କରିପାରନ୍ତି। ତେଣୁ ଏହାକୁ ନେଇ ମୁମ୍ବାଇ ପୋଲିସ ଚେତାବନୀ ଜାରି କରିିଛି। ସେମାନେ ଏହାକୁ ଭାଇରସ୍‌ କହିଛନ୍ତି। ଏପରି ଲିଙ୍କ ଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ଏବେ ଜାଣନ୍ତୁ କଣ ଏହି Pink Whatsapp Scam :
ମୁମ୍ବାଇ ପୋଲିସ ର କହିବା ଅନୁସାରେ ହ୍ଵାଟସଆପ୍‌ ରେ ଏକ ଭୁଲ ବା ଫେକ ମେସେଜ ସ୍ପ୍ରେଡ ହେଉଛି , ଯାହାକି ହ୍ଵାଟସଆପ୍‌ ଅପଡେଟ ପାଇଁ କହୁଛି। ଏମିତିରେ ନୂଆ ହ୍ଵାଟସଆପ୍‌ ରେ ରଙ୍ଗ ବଦଳିବଳ ବୋଲି କୁହାଯାଉଛି। ଏହାଦ୍ୱାରା ଆପଣ ବଢ଼ିଆ ସୁବିଧା ପାଇବେ ବୋଲି ମଧ୍ୟ କୁହାଯାଉଛି। ତେଣୁ ଏସବୁ ମେସେଜ ଆସୁଥିଲେ ଆପଣ ଏହାକୁ ଅଣଦେଖା କରନ୍ତୁ। କୌଣସି ଅଜଣା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ। ଏମିତିରେ ଆପଣଙ୍କ ତଥ୍ୟ ଲିକ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି।
ଲିଙ୍କରେ କ୍ଲିକ କଲେ କଣ ହେବ ଜାଣନ୍ତୁ :
-କଣ୍ଟାକ୍ଟ ଓ ଫଟୋ ଡିଟେଲ୍ସ ଲିକ
-ପର୍ସନାଲା ଡାଟା ଚୋରି
-କ୍ରେଡେନସିଆଲ ର ଭୁଲ ଉପଯୋଗ
-ସ୍ପାମ ଆଟାକ
-ମୋବାଇଲକୁ ନିୟନ୍ତ୍ରଣ

ଏପରି କରନ୍ତୁ ସୁରକ୍ଷିତ:
-ପ୍ରଥମେ ଯଦି ଆପଣ ମୋବାଇଲରେ ଫର୍ଜି ଆପ୍‌ ଡାଉନଲୋଡ କରୁଛନ୍ତି ତେବେ ଏହାକୁ ତୁରନ୍ତ ଅନଇନଷ୍ଟଲ କରନ୍ତୁ।
-କେବେବି ଅଜଣା ଲିଙ୍କ କୁ କ୍ଲିକ କରନ୍ତୁ ନାହିଁ।
-କେବଳ ଅଧିକାରିକ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆଇଓଏସ୍‌ ଆପ୍‌ ଷ୍ଟୋର କିମ୍ବା ବୈଧ େଓ୍ଵବସାଇଟରୁ ଆପ୍‌ କୁ ଇନଷ୍ଟଲ କରନ୍ତୁ। ଅପଡେଟ ମଧ୍ୟ କରାନ୍ତୁ।
-ନିଜର ବ୍ୟକ୍ତିଗତ ତଥ୍ୟକୁ ଅନଲାଇନ ସେୟାର କରନ୍ତୁ ନାହିଁ କିମ୍ବା କାହାକୁ କୁହନ୍ତୁ ନାହିଁ। ଏପରି ହେଲେ ସମସ୍ୟା ହେବାର ଆଶଙ୍କା ଅଧିକ ରହିବ।

 

D Sonali

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

39 seconds ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

9 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

26 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

40 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

53 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

54 mins ago