ଚଳିତ ଜାନୁଆରୀ ସୁଦ୍ଧା ଜାରି ହୋଇପାରେ PM Kissan Yojanaର ୧୩ ତମ କିସ୍ତି, ଜାଣନ୍ତୁ ପୁରା ଅପଡେଟ

ଚାଷୀଭାଇଙ୍କ ପାଇଁଁ ଖୁସି ଖବର। ସରକାର ଦେଲେ ଖୁସି କରିଦେବା ଭଳି ଖବର। କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ କିଷାନ ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର ୩ଟି କିସ୍ତି ଅର୍ଥାତ୍ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା କରୁଛନ୍ତି । ଚାଷୀଙ୍କ ଆର୍ଥିକ ସହାୟତା ତଥା ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ସରକାର ପେନସନର ସୁବିଧା ‘ପିଏମ କିଷାନ ମାନଧନ ଯୋଜନା’ ଆରମ୍ଭ କରିଛନ୍ତି ।
୧ ଫେବୃଆରୀ ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟକୁ ନେଇ ଉଭୟ ଚାକିରିଆ ଓ ଚାଷୀଙ୍କର ବହୁତ ଆଶା ରହିଛି । ଏଥର ଚାକିରିଆଙ୍କୁ ଆୟକର ଛାଡ ମାମଲାରେ ଆରାମ ମିଳିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଚାଷୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଆସୁଛି । ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିବ । ୨୦୨୪ ବର୍ଷର ନିର୍ବାଚନକୁ ଧ୍ୟାନରେ ରଖି ସରକାରଙ୍କ ଦ୍ୱାରା ଅନେକ ଯୋଜନା ଆସିପାରେ। ।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୩ତମ କିସ୍ତି ଖୁବ ଶୀଘ୍ର କୃଷକଙ୍କ ଖାତାରେ ଆସିବାକୁ ଯାଉଛି । ହେଲେ ଏହା ପୂର୍ବରୁ କୃଷକ ମାନଙ୍କ ମନରେ କିସ୍ତିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବଥର ଏହି ଯୋଜନାରେ ଲାଭାର୍ଥୀଙ୍କୁ ସୂଚୀରୁ ବାହାର କରାଯାଇଛି । ତେବେ ଏଥର ଆଶଙ୍କା କରାଯାଉଛି ଯେ, ଲାଭାର୍ଥୀଙ୍କ ସଂଖ୍ୟା ପୂର୍ବଥର ଅପେକ୍ଷା କମିପାରେ । ରିପୋର୍ଟ ଅନୁଯାୟୀ, ୩୧ଜାନୁଆରୀ ପୂର୍ବରୁ ୧୩ତମ କିସ୍ତି ଜାରି ହେବାକୁ ଯାଉଛି । କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ଜାନୁଆରୀରେ ନିଜ ମନ କଥା କହିବାକୁ ଯାଉଛନ୍ତି । ଆଶା କରାଯାଉଛି ଯେ, ସେହିଦିନ ପିଏମ କିସାନ ଯୋଜନାର ରାଶି ଜାରି କରିପାରନ୍ତି ।
ଏହି ୧୩ତମ କିସ୍ତି ପାଇଁ ପ୍ରତ୍ୟେକ କୃଷକ ଲଗାତାର ଇ-କେୱାଇସି କରିନେବା ଜରୁରୀ । ଯଦି ଆପଣ ଇ-କେୱାଇସି କରୁନାହାନ୍ତି ତେବେ ଆପଣ ଏହି କିସ୍ତିରୁ ବଞ୍ଚିତ ହେବେ । ତେଣୁ ଏହାର ଲାଭ ଉଠାଇବା ପାଇଁ ଆପଣ ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟରେ ଭିଜିଟ କରି ଇ-କେୱାଇସି ପ୍ରକ୍ରିୟା ପୂରଣ କରିପାରିବେ । ଏହା ବ୍ୟତିତ ଆପଣ ସିଏସି ସେଣ୍ଟର ଯାଇ ଏହି ପ୍ରକ୍ରିୟାକୁ ପୂରଣ କରିପାରିବେ ।
ତେବେ ୱେବସାଇଟ କୁ ଯାଇ ଫର୍ମାଲ କର୍ଣ୍ଣର ଉପରେ କ୍ଲିକ କରନ୍ତୁ । ଏଥିରେ ଆପଣ ବେନିଫିସିଆରୀ ଲିଷ୍ଟରେ ଆପଣଙ୍କ ନାମ ଜାଂଚ କରିପାରିବେ । ଯଦି ଆପଣଙ୍କ ଷ୍ଟାଟସରେ ଆଗକୁ ୟେସ ଲେଖାଯାଇଥିବ ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଖାତାରେ ୧୩ତମ କିସ୍ତି ଟ୍ରାନ୍ସଫର କରିଦିଆଯିବ । ଏହା ବଦଳରେ ଆପଣଙ୍କ ଖାତାରେ ଯଦି ନୋ ଲେଖା ହୋଇଥିବ ତେବେ କିସ୍ତିକୁ ସ୍ତଗିତ ରଖାଯିବ ।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୩ତମ କିସ୍ତିକୁ ନେଇ କିସାନ ଅଧିକାରକ ୱେବସାଇଟର ଇମେଲ ଆଇଡ଼ି [email protected] ଉପରେ କ୍ଲିକ କରି ସମ୍ପର୍କ କରିପାରିବେ । କିସାନ ହେଲ୍ପ ଲାଇନ ନମ୍ବର ୧୫୫୨୬୧ ତଥା ୧୮୦୦୧୧୫୫୨୬, ୦୧୧-୨୩୩୮୧୦୯୨ ଏହି ନମ୍ବରକୁ କଲ୍ କରି ସମ୍ପର୍କ କରିପାରିବେ । ଏଠାରେ କୃଷକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରାଯାଇ ପାରିବ ।