ଖୁବ୍ ଶୀଘ୍ର ଲଞ୍ଚ ହେବ Poco ର ଦୁଇଟି ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ ଡିଟେଲ୍ସ

Poco ଖୁବ୍ ଶୀଘ୍ର ଭାରତରେ ଆଉ ଦୁଇଟି ଅଫର୍ଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ନିଜର ଉଭୟ ଫୋନର ଲଞ୍ଚ ଡେଟ୍ ପ୍ରକାଶ କରିଛି । Poco ଇଣ୍ଡିଆର ହେଡ୍ ହିମାଂଶୁ ଯଣ୍ଡନ୍ ତାଙ୍କ ଅଫିସିଆଲ X ହ୍ୟାଣ୍ଡଲ ମାଧ୍ୟମରେ ଏହି ଦୁଇଟି ଡ଼ଫାନ ଲଞ୍ଚ କରିବାକୁ କନଫର୍ମ କରିଛନ୍ତି । ଏହି ଦୁଇଟି ଫୋନ୍ Poco C ସିରିଜ୍ ଏବଂ Poco M ସିରିଜରେ ଲଞ୍ଚ ହେବ । Poco ର ଏହି ଦୁଇଟି ଫୋନର କିଛି ଫିଚର୍ସ ମଧ୍ୟ କନଫର୍ମ ହୋଇଛି ।

ହିମାଂଶୁ ଟଣ୍ଡନ୍ Poco C75 5G ଏବଂ Poco M7 Pro 5G ର ଲଞ୍ଚ ଡେଟ୍ କନଫର୍ମ କରିଛନ୍ତି । Poco ଇଣ୍ଡିଆ ହେଡଙ୍କ ଅନୁଯାୟୀ ଏହି ଦୁଇଟି ଫୋନ୍ ଡିସେମ୍ବର ୧୭ରେ ଲଞ୍ଚ ହେବ । ଅଲ୍ଟ୍ର ବଜେଟ୍ ପ୍ରାଇସ୍ ରେଞ୍ଜ ମଧ୍ୟରେ Poco C75 5G କୁ ଲଞ୍ଚ କରାଯିବ । କମ୍ପାନୀର ପୋଷ୍ଟର ଅନୁଯାୟୀ ଏହାକୁ ଭାରତର ସବୁଠାରୁ ସୋଲିଡ୍ 5G ଫୋନ୍ ବୋଲି କୁହାଯାଇଛି । ଫୋନର ଲୁକ୍ ଏବଂ ଡିଜାଇନ୍ ନିକଟରେ ଲଞ୍ଚ ହୋଇଥିବା Redmi A4 5G ପରି ହୋଇଛି । ଫୋନର ଫିଚର୍ସ ରେଡମି ଫୋନ୍ ପରି ହେବ କି ନାହିଁ, ତାହା ଲଞ୍ଚ ପରେ ଜଣାପଡିବ ।

Poco M7 Pro 5G ବିଷୟରେ କହିବାକୁ ଗଲେ ଏହି ଫୋନ୍ AMOLED ଡିସପ୍ଲେ ସହିତ ଆସିବ । ଯାହାର ପିକ୍ ବ୍ରାଇଟନେସ୍ ସେଗମେଣ୍ଟରେ ସବୁଠାରୁ ଭଲ ହେବାକୁ ଯାଉଛି । ଏହି ଫୋନ୍ ବିଷୟରେ ଅଧିକ ଡିଟେଲ୍ସ ସାମ୍ନାକୁ ଆସିନାର୍ହି । ଗତ ବର୍ଷ Poco ଭାରତୀୟ ବଜାରରେ Poco X6 Neo, Poco M6 Pro ସହିତ ଅନେକ ବଜେଟ୍ ଫୋନ୍ ଲଞ୍ଚ କରିଥିଲା । ଏହି ଦୁଇଟି ଫୋନ୍ ମଧ୍ୟ ୟୁଜର୍ସଙ୍କ ପାଇଁ ଅର୍ଫଡେବଲ୍ ପ୍ରାଇସରେ ଏକ ସୋଲିଡ୍ ଅପ୍ସନ ହୋଇପାରିବ ।

Poco C75 5G ର ଫିଚର୍ସ :
Poco C75 5G ରେ Qualcomm Snapdragon 4 Gen 2 ପ୍ରୋସେସର ଦିଆଯାଇପାରେ । ଏହି ଫୋନ୍ ୬.୮୮ ଇଞ୍ଚର HD+ ଡିସପ୍ଲେ ସହିତ ଆସିବ, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିବ । ଏହି ଫୋନରେ ୫,୧୬୦mAh ର ବଡ ବ୍ୟାଟେରୀ ମିଳିପାରିବ । ଏହି ଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ, ଯେଉଁଥିରେ ୫୦MP ର ମେନ୍, ୨MP ର ମାକ୍ରୋ ଏବଂ ୫ MP ର ଡେପ୍ଥ କ୍ୟାମେରା ମିଳିପାରିବ । ସେଳଫି ଏବଂ ଭିଡିଓ କଲିଂ ପାଇଁ Poco ର ଏହି ଫୋନରେ ୧୩ MP ର କ୍ୟମେରା ଦିଆଯାଇପାରେ ।