Poco F9 ସିରିଜ୍ ବିଶ୍ୱ ସ୍ତରରେ ଲଞ୍ଚ ହୋଇଛି । ଚୀନ୍ କମ୍ପାନୀ ଏହି ସିରିଜ୍ ରେ Poco F9 Ultra ଏବଂ F9 Pro ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଦୁଇଟି Poco ଫୋନ୍ ହେଉଛି ଫ୍ଲାଗସିପ୍ ଫୋନ୍ । ଏଥିରେ Qualcomm Snapdragon 8 Elite Gen 5 ଚିପସେଟର ସୁବିଧା ରହିଛି । ଏଥିରେ ୨୦୦MP କ୍ୟାମେରା ଏବଂ ଏକ ପାୱାରଫୁଲ୍ ୮୦୫୦mAh ବ୍ୟାଟେରୀ ମଧ୍ୟ ରହିଛି । ଚୀନ୍ ବ୍ରାଣ୍ଡ ବର୍ତ୍ତମାନ ଏହି ଫୋନ୍ ଗୁଡ଼ିକୁ କିଛି ନିର୍ଦ୍ଦିଷ୍ଟ ବିଶ୍ୱ ବଜାରରେ ଲଞ୍ଚ କରିଛି ।
ଫିଚର୍ସ :
ପୋକୋର ନୂତନ ଭାବରେ ଲଞ୍ଚ ହୋଇଥିବା F9 ଅଲ୍ଟ୍ରା ମଡେଲରେ 6.9 ଇଞ୍ଚ FHD+ AMOLED ଡିସପ୍ଲେ ରହିଛି । ପୋକୋ F9 ପ୍ରୋରେ 6.59 ଇଞ୍ଚ AMOLED ଡିସପ୍ଲେ ରହିଛି । ଉଭୟ ଫୋନ୍ 185Hz ରିଫ୍ରେସ୍ ରେଟ୍ ଏବଂ 2200 nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ ।ଫୋନର ଡିସପ୍ଲେ Wet Touch 2.0 କୁ ସପୋର୍ଟ କରେ । ପ୍ରୋଟେକ୍ସନ୍ ପାଇଁ କର୍ଣ୍ଣିଂ ଗରିଲା ଗ୍ଲାସ୍ 7i ପ୍ରଦାନ କରାଯାଇଛି । ଉଭୟ ଫୋନ୍ IP68 ପାଣି ଏବଂ ଡଷ୍ଟ ପ୍ରତିରୋଧୀ ରେଟିଂ ସହିତ ଆସିଥାଏ ।
ପୋକୋ F9 ଅଲ୍ଟ୍ରା ଏକ କ୍ୱାଲକମ୍ ସ୍ନାପଡ୍ରାଗନ୍ 8 ଏଲିଟ୍ ଜେନ୍ 5 ଚିପସେଟ୍ ଦ୍ୱାରା ପରିଚାଳିତ । ପ୍ରୋ ମଡେଲ୍ ରେ ଏକ କ୍ୱାଲକମ୍ ସ୍ନାପଡ୍ରାଗନ୍ 8 ଏଲିଟ୍ ଜେନ୍ 5V ଚିପସେଟ୍ ରହିଛି । ଅଲ୍ଟ୍ରା ମଡେଲ୍ ରେ 16GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି । ପ୍ରୋ ମଡେଲରେ 12GB RAM ଏବଂ 512GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସୁବିଧା ରହିଛି । ଉଭୟ ଫୋନ୍ LPDDR5x RAM ଏବଂ UFS 4.1 ଷ୍ଟୋରେଜ୍ ସପୋର୍ଟ କରେ ।
ଅଲ୍ଟ୍ରାରେ ଏକ 50MP ଟେଲିଫଟୋ କ୍ୟାମେରା ସୁବିଦା ରହିଛି । ଯେତେବେଳେ ପ୍ରୋରେ ଏକ 8MP ଟେଲିଫଟୋ କ୍ୟାମେରା ଅଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ, ଉଭୟ ଫୋନ୍ରେ ଏକ 32MP ଫ୍ରଣ୍ଟ କ୍ୟାମେରା ଅଛି ।
ଏହି ଫୋନ୍ଗୁଡ଼ିକ Android 16 ଉପରେ ବେସ୍ଡ, ଯାହା HyperOS 3 ଅପରେଟିଂ ସିଷ୍ଟମ୍ରେ ଚାଲିଥାଏ । Poco F9 Ultra 8050mAh ବ୍ୟାଟେରୀ ଦ୍ୱାରା ପରିଚାଳିତ । F9 Pro ରେ 6330mAh ବ୍ୟାଟେରୀ ଅଛି । ଉଭୟ ଫୋନ୍ 100W ୱାୟାର୍ଡ ଲେସ୍ ଏବଂ 50W ୱାୟାର୍ଡ ଲେସ୍ ଚାର୍ଜିଂକୁ ସପୋର୍ଟ କରିଥାଏ । କନେକ୍ଟ ଅପ୍ସନରେ WiFi, Bluetooth ଏବଂ NFC ଭଳି ସୁବିଧା ଅନ୍ତର୍ଭୁକ୍ତ ।
ଏହି ଦୁଇଟି ପୋକୋ ଫୋନ୍ Xiaomi ଅନଲାଇନ୍ ଷ୍ଟୋର ମାଧ୍ୟମରେ ବିକ୍ରୟ ପାଇଁ ଉପଲବ୍ଧ ହେବ । Poco F9 Ultra ର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୭୬,୦୦୦ ଟଙ୍କା । ଏହି ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ – 12GB RAM + 256GB, 16GB RAM + 512GB ଏବଂ 16GB RAM + 1TB । 12GB RAM + 256GB ଭାରିଆଣ୍ଟ ଫୋନର ମୂଲ୍ୟ ୭୬,୦୦୦ଟଙ୍କା, 16GB RAM + 512GB ଭାରିଆଣ୍ଟ ଫୋନର ମୂଲ୍ୟ ୯୦,୦୦୦ଟଙ୍କା ଥିଲାବେଳେ 16GB RAM + 1TB ଭାରିଆଣ୍ଟ ଫୋନର ମୂଲ୍ୟ ୧,୧୪,୦୦୦ଟଙ୍କା ରହିଛି । ଏହା ଦୁଇଟି କଲର ଅପ୍ସନରେ ବ୍ଲାକ୍ ଏବଂ ଡାର୍କ ଚେରୀରେ ଉପଲବ୍ଧ ହେବ ।
Also Read: UPI Payment: ଫିଚର୍ ଫୋନ୍ ହେଲା ଆହୁରି ସ୍ମାର୍ଟ ! ଇଣ୍ଟରନେଟ୍ ବିନା ପେମେଣ୍ଟ କରି ପାରିବେ ୟୁଜର୍ସ