Poco M2 ସ୍ମାର୍ଟଫୋନର ଲାଗିଲା ଓପନ ସେଲ, ମିଳୁଛି ଜବରଦସ୍ତ ଡିସକାଉଣ୍ଟ

Poco M2 ସ୍ମାର୍ଟଫୋନର ଓପନସେଲ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମାସର ଆରମ୍ଭରୁ ଫୋନର ଲଞ୍ଚିଂ ହୋଇଥିଲା, ତା’ ପରେ ଅନେକ ଥର ଫ୍ଲାସ ସେଲ ମଧ୍ୟ ଲାଗିଥିଲା। ଆଜିଠାରୁ ଫୋନର ଓପନ ସେଲ୍ ଲାଗିଥିବା ବେଳେ ଏଥିରେ ୭୫୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ମିଳୁଛି।
Poco M2 ର ୬ ଜିବି+୬୪ ଜିବି ଭାରିଅଣ୍ଟରେ ମୂଲ୍ୟ ୧୦,୯୯୯ ଟଙ୍କା ଏବଂ ୬ ଜିବି+୧୨୮ ଜିବି ଭାରିଅଣ୍ଟର ମୂଲ୍ୟ ୧୨,୪୯୯ ଟଙ୍କା ରହିଛି। ଗ୍ରାହକ ଏହିଫୋନକୁ ବ୍ରିକ ରେଡ, ପିଚ ବ୍ଲାକ ଏବଂ ଷ୍ଟେଟ ବ୍ଲୁ ରଙ୍ଗରେ ମିଳିବ। ଇ କର୍ମସ ପ୍ଲାଟଫର୍ମରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଏବଂ ଇଏମଆଇ ଟ୍ରଞ୍ଜାକସନ ସହିତ ୭୫୦ ଟଙ୍କାର ଫ୍ଲାଟ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳୁଛି। ଏଡଇ ଅଫର ଡେବିଟ କାର୍ଡ ଇଏମଆଇ ଟ୍ରାଞ୍ଜାକସନ ଉପରେ ମଧ୍ୟ ଲାଗୁ ହେବ। କିନ୍ତୁ ଏହି ଅଫର ଲିମିଡେଟ ପିରିଅଡ ପାଇଁ ରହିଛି ବୋଲି ଫ୍ଲିପକାର୍ଟରୁ ଜଣାପଡିଛି।
ଏହାଛଡା ଗ୍ରାହକ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ୫ ପ୍ରତିଶତ ଅନଲିମିଡେଟ କ୍ୟାସବ୍ୟାକ ସହିତ ଆକ୍ସିସି ବ୍ୟାଙ୍କ ବଜ କ୍ରେଡିଟ କାର୍ଡରେ ୫ ପ୍ରତିଶତ ରିହାତି ମିଳୁଛି। ଏହାସହିତ ନୋ କଷ୍ଟ ଇଏମଆଇର ମଧ୍ୟ ଲାଭ ମିଳିବ।
ଏହି ଫୋନରେ ଆଣ୍ଡ୍ରଏଡ ୧୦ ବେସଡMIUI, 6.53 ଫୁଲ ଏଚଡି ଡିସପ୍ଲେ, କର୍ନିଂଗ ଗୋରିଲା ଗ୍ଲାସ ୩ ପ୍ରୋଟେକ୍ସନ, ମିଡିଆଟେକହୋଲିଓ ଜି୮୦ ପ୍ରୋସେସର, କ୍ୱାଡ ରିଅର କ୍ୟାମେରା ସେଟଅପ୍(୧୩+୮+୫+୨ )ଏମପି ରହିଥିବା ବେଳେ ଫ୍ରଣ୍ଟ ପାଇଁ ୮ ମେଗାପିକ୍ସେଲ କ୍ୟାମେରା ରହିଛି। ଏହା ସହିତ ୧୮ ଓ୍ଵାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୫,୦୦୦ ଏମଏଏଚ ବ୍ୟାଟେରୀ ମଧ୍ୟ ରହିଛି।