Poco ଗ୍ଲୋବାଲ୍ ମାର୍କେଟରେ ବନ୍ଦ କଲା ନିଜର ୱେବସାଇଟ୍, କମ୍ପାନୀ Xiaomi ୱେବସାଇଟକୁ ସିଫ୍ଟ କଲା ପ୍ରଡକ୍ଟ

ସ୍ମାର୍ଟଫୋନ୍ ମେକର କମ୍ପାନୀ Poco ଆସନ୍ତା ସପ୍ତାହରେ ଭାରତୀୟ ବଜାରରେ Poco X7 5G ସିରିଜକୁ ଲଞ୍ଚ କରିବ । ନୂଆ ସ୍ମାର୍ଟ ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିବା ସହିତ ବର୍ତ୍ତମାନ Poco ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି । Poco ନିଜର ଗ୍ଲୋବାଲ୍ ୱେବସାଇଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀ ନିଜର ପ୍ରଡକ୍ଟକୁ Xiaomi ୱେବସାଇଟକୁ ଟ୍ରାନ୍ସଫର କରିବା ଆରମ୍ଭ କରିଛି । ଏହି ସମ୍ବନ୍ଧରେ କମ୍ପାନୀ ଗତ ବର୍ଷ ଅକ୍ଟୋବରରେ କହିଥିଲା ଯେ ଆଗାମୀ ସମୟରେ ୱେବସାଇଟ୍ ବନ୍ଦ କରାଯିବ ।

ଆପଣଙ୍କୁ କହିବୁ ଯେ ନୁଆ ବର୍ଷ ଆରମ୍ଭରେ ଅନେକ ଗ୍ଲୋବାଲ୍ ମାର୍କେଟରେ Poco ନିଜର ଅଫିସିଆଲ ୱେବସାଇଟ୍ ବନ୍ଦ କରିଦେଇଛି । ଯଦି ଆପଣ Poco ର ଏକ ନୂଆ ଫୋନ୍ କିଣିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ Xiaomi ର ୱେସାଇଟ୍ ଭିଜିଟ୍ କରିବା ପାଇଁ ପଡିବ । ଗ୍ରାହକଙ୍କ ପାଇଁ କମ୍ପାନୀ Xiaomi ୱେବସାଇଟରେ ଏକ ନୂଆ ଡେଡିକେଟେଡ୍ ସେକ୍ସନ୍ ମଧ୍ୟ ତିଆରି କରିଛି ।

ଏହା ସହ ଆପଣଙ୍କୁ କହିବୁ ଯେ ୟୁରୋପରେ ଅନେକ ମାର୍କେଟରେ କମ୍ପାନୀର ଗ୍ଲୋବାଲ୍ ୱେବସାଇଟ୍ ବର୍ତ୍ତମାନ କାମ କରୁନାହିଁ । ୱେବସାଇଟ୍ ଏପର୍ଯ୍ୟନ୍ତ ଅନେକ ସ୍ଥାନରେ ଚାଲିଛି କିନ୍ତୁ ଅନେକ ଦିନ ଧରି ଏଥିରେ କୈଣସି ନୂଆ ସୂଚନା ପ୍ରଦାନ କରାଯାଇ ନାହିଁ । କମ୍ପାନୀ Poco ଷ୍ଟୋର ମଧ୍ୟ ବନ୍ଦ କରିଛି । ଯଦି ଭାରତ ବିଷୟରେ କହିବା ତେବେ ୱେବସାଇଟ୍ ଏପର୍ଯ୍ୟନ୍ତ ଏଠାରେ ଚାଲୁଛି ଏବଂ ଏଥିରେ ଲାଟେଷ୍ଟ ଡିଭାଇସ୍ ମଧ୍ୟ ଦେଖାଯାଉଛି । Xiaomi ର ଗ୍ଲୋବାଲ୍ ୱେବସାଇଟରେ Poco ପ୍ରଡକ୍ଟ ପାଇଁ ଡେଡିକେଟେଡ୍ ସେକ୍ସନ୍ ଦିଆଯାଇଛି କିନ୍ତୁ ଭାରତୀୟ ୱେବସାଇଟରେ ଏହା ହେଉ ନାହିଁ । ଏହି ପରିବର୍ତ୍ତନ ଭାରତୀୟ ୱେସାଇଟରେ ଦେଖାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Poco ଜାନୁଆରୀ ୯ ରେ ଭାରତୀୟ ସମାର୍ଟଫୋନ୍ ବଜାରରେ Poco X7 Pro 5G କୁ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହି ସ୍ମାର୍ଟଫୋନକୁ ମିଡ୍ ରେଞ୍ଜ୍ ଫ୍ଲାଗସିପ୍ ମସଗମେଣ୍ଟରେ ଲଞ୍ଚ କରିପାରିବ । ପ୍ରାଇସ୍ ବିଷୟରେ କହିବାକୁ ଗଲେ, ଏପର୍ଯ୍ୟନ୍ତ କୈଣସି ସୂଚନା ଗ୍ରହଣ କରାଯାଇ ନାହିଁ କିନ୍ତୁ ଯଦି ଲିକକୁ ମନାଯାଏ ତେବେ ଏହାକୁ ୨୫,୦୦୦ ରୁ ୩୦,୦୦୦ ଟଙ୍କା ମଧ୍ୟରେ ଲଞ୍ଚ କରିପାରିବ । ଏହି ସ୍ମାର୍ଟଫୋନରେ AI ଟେମ୍ପ୍ରେଚର କଣ୍ଟ୍ରୋଲ୍ ଫିଚର ମଧ୍ୟ ଦିଆଯାଇପାରେ । ପରଫରମାନ୍ସ ପାଇଁ ଏହି ସ୍ମାର୍ଟଫୋନ୍ ମିଡିଆଟେକ୍ ଡାଇମେନସନ୍ ୮୪୦୦-ଅଲ୍ଟ୍ରା ଚିପସେଟ୍ ମିଳିପାରେ । ଫଟୋଗ୍ରାଫି ପାଇଁ ଏହି ଫୋନରେ ୫୦ MP ର କ୍ୟାମେରା ରହିପାରେ । କମ୍ପାନୀ Poco X7 ସିରିଜରେ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛ, ଯେଉଁଥିରେ POCO X7 ଏବଂ POCO X7 Pro ସାମିଲ୍ ଅଛି । ଯଦି ଲିକକୁ ମନାଯାଏ, ତେବେ କମ୍ପାନୀ ଏହା ସହିତ X7 Pro ର Ironman Edition ମଧ୍ୟ ଲଞ୍ଚ କରିପାରିବ ।