ଲଞ୍ଚ ହେବାକୁ ଯାଉଛି POCO ର ଏହି ଦୁଇଟି ଦମଦାର ସ୍ମାର୍ଟଫୋନ୍, IMEI ଡାଟାବେସରେ ସାମ୍ନାକୁ ଆସିଲା ଫିଚର୍ସ

POCO ଖୁବ୍‌ ଶୀଘ୍ର ଆଉ ଦୁଇଟି ଦମଦାର ଗେମିଙ୍ଗ ଫୋନ ଲଞ୍ଚ କରିବାକୁ ଯାଉଛି । Xiaomi ସବ୍ ବ୍ରାଣ୍ଡର ଏହି ଉଭୟ ମିଡ୍ ରେଞ୍ଜ ବଜେଟ୍‌ ଫୋନ IMEI ଡାଟାବେସରେ ଦେଖିବାକୁ ମିଳିଛି, ଯେଉଁଠାରେ ଫୋନର ଅନେକ ଫିଚର୍ସ ମଧ୍ୟ ପ୍ରକାଶ ପାଇଛି । POCO ର ଏହି ଦୁଇଟି ଫୋନ Samsung, OnePlus, Oppo, Vivo ର ମିଡ୍ ରେଞ୍ଜ ବଜେଟ୍‌ ମାକେର୍ଟରେ ଟକ୍କର ଦେବ । ଚାଇନିଜ୍‌ ବ୍ରାଣ୍ଡର ଏହି ଉଭୟ ସ୍ମାର୍ଟଫୋନ ଚଳିତ ବର୍ଷ ମେ’ ମାସରେ ଲଞ୍ଚ ହୋଇଥିବା Poco F6 Pro କୁ ଅପଗ୍ରେଡ୍‌ ଭାବରେ ଲଞ୍ଚ କରାଯିବ ।

ଚାଇନିଜ ଟିପଷ୍ଟର Erencan Yilmaz ଏହି ଦୁଇଟି ଫୋନର ଡିଟେଲ୍ସ ମାଇକ୍ରୋବ୍ଲୋଗିଙ୍ଗ୍‌ ପ୍ଲାଟଫର୍ମ X ରେ ସେୟାର କରିଛନ୍ତି । POCO ର ଏହି ଦୁଇଟି ସ୍ମାର୍ଟଫୋନ ହେଉଛି Poco F7 Pro ଏବଂ Poco F7 Ultra ନାମରେ ଲଞ୍ଚ କରାଯାଇପାରିବ । ଏହି ଦୁଇଟି ଫୋନର IMEI ଡାଟାବେସରେ କ୍ରମଶଃ ମଡେଲ ନମ୍ବର 24122RKC7G ଏବଂ 2411RK2CG ନାମରେ ଲିଷ୍ଟ କରାଯାଇଛି । ଏହି ଉଭୟ ମଡେଲ ନମ୍ବରରେ ‘G’ ର ଅର୍ଥ ହେଉଛି ଗ୍ଲୋବାଲ୍‌, ଅର୍ଥାତ୍‌ Poco ର ଏହି ଫୋନଗୁଡିକ ଗ୍ଲୋବାଲ୍‌ ମାକେର୍ଟରେ ଲଞ୍ଚ କରାଯିବ ।

Poco F7 Pro କୁ ଚାଇନା ମାକେର୍ଟରେ Redmi K80 ନାମରେ ଲଞ୍ଚ କରାଯାଇପାରିବ । ଫୋନରେ Qualcomm Snapdragon 8 Gen 3 ଫ୍ଲାଗସିପ୍‌ ପ୍ରୋସେସର ମିଳିବ । ଏଥି ସହିତ, Poco F7 Ultra ଚାଇନାରେ Redmi K80 Pro ନାମରେ ଲଞ୍ଚ କରାଯିବ । ଏଥିରେ Qualcomm Snapdragon 8 Gen 4 ସହିତ ଲଞ୍ଚ ହୋଇପାରିବ । ଏହି ଉଭୟ ଫୋନର ପ୍ରାଇସ୍‌ ୪୦,୦୦୦ ରୁ ୫୦,୦୦୦ ଟଙ୍କା ରେଞ୍ଜରେ ହୋଇପାରେ ।

POCO F6 Pro ର ଫିଚର୍ସ :
ଚଳିତ ବର୍ଷ ଲଞ୍ଚ ହୋଇଥିବା POCO F6 Pro ର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୬.୬୭ ଇଞ୍ଚର WQHD+ ଡିସପ୍ଲେ ଅଛି, ଯାହା ୧୪୪୦x ୩୨୦୦ ପିକ୍ସଲ ରେଜୋଲ୍ୟୁସନ୍‌କୁ ସପୋର୍ଟ କରିବ । ଏହି ଫୋନରେ AMOLED ଡିସପ୍ଲେ ଦିଆଯାଇଛି ଏବଂ Qualcomm Snapdragon 8 Gen 2 ପ୍ରୋସେସରରେ କାମ କରେ । ଏହି ସ୍ମାର୍ଟଫୋନରେ ୧୬GB LPDDR5X RAM ଏବଂ ୧TB ର UFS ୪.୦ ଷ୍ଟୋରେଜ୍‌ ଅଛି ।

POCO ର ଏହି ଫ୍ଲାଗସିପ୍‌ ଗେମିଙ୍ଗ୍‌ ସ୍ମାର୍ଟଫୋନରେ ୫୦MP ମେନ୍‌ ଏବଂ ୨MP ର ମାଇକ୍ରୋ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୧୬MP ର କ୍ୟାମେରା ଦିଆଯାଇଛି । ଏହି ସ୍ମାର୍ଟଫୋନ୍‌ ୫୦୦୦mAh ର ଦମଦାର ବ୍ୟାଟେରି ଏବଂ ୧୨୦W ଫାଷ୍ଟ ଚାର୍ଜିଂର ସପୋର୍ଟ କରେ ।