ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ସର୍ଭିସ ଠପ୍, ଆପ୍ ବ୍ୟବହାର କରିପାରୁନାହାନ୍ତି ୟୁଜର୍ସ

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ସର୍ଭିସ ଠପ୍ । ଆପ୍ଲିକେସନର ସର୍ଭିସ ହଠାତ ଡାଉନ୍ ହୋଇଯିବ ହେତୁ ଅନେକ ଉପଭୋକ୍ତା ଏବେ ଏହି ଆପ୍ ବ୍ୟବହାର କରିପାରୁନାହାନ୍ତି । ଏନେଇ ଲୋକମାନେ ଇନଷ୍ଟାଗ୍ରାମ ସର୍ଭିସ ଠପ୍ ହେବାର ଖବର ଡାଉନ୍ ଡେଟେକ୍ଟରରେ ମଧ୍ୟ ଦେଇଛନ୍ତି, ଯାହା ସୋସିଆଲ୍ ମିଡିଆ ଏବଂ ବିଭିନ୍ନ ୱେବସାଇଟ୍ ର ଆଉଟେଜ ଯାଞ୍ଚ କରିଥାଏ । Downdetector ରେ ପ୍ରାୟ ଏକ ହଜାର ଉପଭୋକ୍ତା ଇନଷ୍ଟାଗ୍ରାମ ଡାଉନ୍ ହେବାର ଅଭିଯୋଗ କରିଛନ୍ତି ।

ଇନଷ୍ଟାଗ୍ରାମ ବନ୍ଦ ହେବାର ଏହି ସମସ୍ୟା ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଆରମ୍ଭ ହୋଇଥିଲା ​​। ଉପଭୋକ୍ତାମାନେ ସେମାନଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ସେମାନେ ଏହି ଆପ୍ଲିକେସନ୍ ବ୍ୟବହାର କରିପାରୁନାହାନ୍ତି । ଇନଷ୍ଟାଗ୍ରାମ ଅଟୋମେଟିକ ଲଗ୍ ଆଉଟ୍ ହେଉଥିବା ଯୋଗୁଁ ବହୁ ସଂଖ୍ୟକ ୟୁଜର୍ସ ରିପୋର୍ଟ ମଧ୍ୟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଉପଭୋକ୍ତାମାନେ ଉଭୟ ସ୍ମାର୍ଟଫୋନ୍ ଏବଂ ୱେବ୍ ଫର୍ମାଟରେ ଆପ୍ଲିକେସନ୍ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ରେ, ଉପଭୋକ୍ତାମାନେ ମଧ୍ୟ ଇନଷ୍ଟାଗ୍ରାମ ଡାଉନ୍ ହେବାର ଅଭିଯୋଗ କରିଛନ୍ତି । ଉପଭୋକ୍ତାମାନେ କହିଛନ୍ତି ଯେ ଯେତେବେଳେ ସେମାନେ କୌଣସି ରିଲ୍ କିମ୍ବା ପୋଷ୍ଟ ଖୋଲୁଛନ୍ତି, ଏହା ଖୋଲୁନାହିଁ । ସୋସିଆଲ ମିଡିଆରେ ଆଜିକାଲି ସମସ୍ତଙ୍କର ଏତେ ଅଭ୍ୟସ୍ତ ହୋଇଗଲାଣି ଯେ ଟିକେ ମାତ୍ର ସର୍ଭିସ ଡାଉନ ହୋଇଯିବା ମାତ୍ରେ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି ।

ଖବର ଅନୁଯାୟୀ ପୂର୍ବରୁ ଇନଷ୍ଟାଗ୍ରାମ ଅନେକ ଥର ଡାଉନ ହୋଇଛି । ଉପଭୋକ୍ତାମାନେ ଏହି ସମୟରେ ଫିଡ୍ ଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ଫଟୋ, ଭିଡିଓ କିମ୍ବା ପ୍ଲାଟଫର୍ମରେ ଲାଇଭ୍ ଭଳି ଜିନିଷ କରିବାକୁ ସକ୍ଷମ ନୁହଁନ୍ତି ନାହିଁ । ବେଳେବେଳେ ଏହି ସମସ୍ୟା କିଛି ମିନିଟରେ ସମାଧାନ ହୋଇଯାଏ ତ କେତେବେଳେ ଘଣ୍ଟା ଘଣ୍ଟା ପାଇଁ ଉପଭୋକ୍ତାମାନେ ଏହାକୁ ନେଇ ଚିନ୍ତିତ ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like