ଏବେ କେବଳ ୧ ଟଙ୍କାରେ ଘରେ ବସି ପୋର୍ଟେବଲ୍‌ କରିପାରିବେ ମୋବାଇଲ ନମ୍ବର, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ : ପୂର୍ବରୁ ମୋବାଇଲ ନମ୍ବରକୁ ପୋର୍ଟେବଲ କରିବା ପାଇଁ ଲମ୍ବା ପ୍ରୋସେସ ଦେଇ ଯିବାକୁ ପଡ଼ୁଥିଲା । ଏବେ କେନ୍ଦ୍ର ସରକାର ଏଥିପାଇଁ ନୂଆ ସହଜ ନିୟମ ଆଣିଛନ୍ତି । ଯାହାଦ୍ୱାରା ଆପଣ ସହଜରେ ନିଜର ମୋବାଇଲ୍‌ ନମ୍ବରକୁ ପୋର୍ଟେବଲ କରିପାରିବେ । ପୋର୍ଟେବଲ କରିବା ଅର୍ଥ ଆପଣ ଆପଣଙ୍କ ମୋବାଇଲ ନମ୍ବରକୁ ପ୍ରିପେଡ ରୁ ପୋଷ୍ଟପେଡ କିମ୍ବା ଗୋଟିଏ କମ୍ପାନୀରୁ ଅନ୍ୟ କମ୍ପାନୀକୁ ପରିବର୍ତ୍ତନ କରିପାରିବେ ହେଲେ ଆପଣଙ୍କ ନମ୍ବର ସମାନ ରହିବ ।

କେନ୍ଦ୍ରସରକାର ନିକଟରେ ମୋବାଇଲ ୟୁଜର୍ସଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୋଦି ସରକାର ମୋବାଇଲ କନେକସନ ନେବା ପାଇଁ କିମ୍ବା ଏହାକୁ ପ୍ରି-ପେଡ଼ରୁ ପୋଷ୍ଟ ପେଡ କରିବା ପ୍ରୋସେସକୁ ବହୁତ ସହଜ କରିଛନ୍ତି । ଏହାସହ ଆପଣଙ୍କ ମୋବାଇଲ ନମ୍ବରକୁ ନବଦଳାଇ ମଧ୍ୟ ଆପଣ ଅନ୍ୟ କମ୍ପାନୀର ସର୍ଭିସ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଫର୍ମ ଭରିବାକୁ ପଡ଼ିବ ନାହିଁ ।

ଘରେ ବସି କରିପାରିବେ KYC

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ମୋବାଇଲ ୟୁଜର୍ସ ଘରେ ବସି ଅନ୍‌ଲାଇନରେ KYC ଭରିପାରିବେ । ଏ ସମସ୍ତ କାମ ଆପ୍ସରେ ହୋଇପାରିବ । ଏଥିପାଇଁ କେବଳ ୧ ଟଙ୍କା ଦେବାକୁ ପଡ଼ିବ । ଏହାଛଡ଼ା ପୋଷ୍ଟ-ପେଡ ରୁ ପ୍ରି-ପେଡ୍‌ ଓ ପ୍ରି-ପେଡ ରୁ ପୋଷ୍ଟ-ପେଡ କରିବାକୁ ହେଲେ ଆପଣଙ୍କୁ ଆଉ KYC ଭରିବାକୁ ହେବନାହିଁ । ଏହାଦ୍ୱାରା ଆପଣଙ୍କୁ ଦୀର୍ଘ ପ୍ରକ୍ରିୟାରୁ ଆଶ୍ୱସ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.