ଟେକ୍

ଭୀଷଣ ଗରମରୁ ମୁକ୍ତି ଦେବ ପୋର୍ଟେବଲ AC, ସାର୍ଟ ପଛରେ ଫିଟ୍‌ କରି ଥଣ୍ଡାର ମଜା ନିଅନ୍ତୁ

ଏବେ ଗରମରୁ ତ୍ରାହି ପାଇବେ ଲୋକେ । ଆପଣ ଯେତେ ଖରାରେ ବୁଲିଲେ ବି ଏସି ଭଳି ଥଣ୍ଡା ପାଇପାରିବେ । ସୂର୍ଯ୍ୟ ଉତ୍ତାପରୁ ବଞ୍ଚିବା ପାଇଁ ଆସିଯାଇଛି ଏକ ବଢ଼ିଆ ଡିଭାଇସ୍‌, ଯାହାକୁ ଆପଣ ହାତରେ ଧରି ନିଜକୁ ଥଣ୍ଡା ରଖିପାରିବେ । ଏହି ଡିଭାଇସକୁ ଡ୍ରେସରେ ଲଗାଇ ମଧ୍ୟ ଆପଣ ଅତ୍ୟଧିକ ଗରମରୁ ତ୍ରାହି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଡିଭାଇସ୍‌ ବ୍ୟବହାର କରି ଆପଣ ଭୀଷଣ ଗରମରୁ ମୁକ୍ତି ପାଇ ପାରିବେ ।

ଅତ୍ୟଧିକ ଗରମରୁ ବଞ୍ଚିବା ପାଇଁ ଲୋକମାନେ ଘରେ ଘରେ ଏସି, କୁଲର ଲଗାଉଛନ୍ତି । କିନ୍ତୁ ଖରାକୁ ବାହାରିବା ମାତ୍ରେ ଉପାୟଶୂନ୍ୟ ହୋଇପଡ଼ୁଛନ୍ତି । ଏହି ସବୁ ସମସ୍ୟାରୁ ବଞ୍ଚାଇବା ପାଇଁ Sony ଏକ ବଢ଼ିଆ ଗ୍ୟାଜେଟ ଆଣିଛି । ହାଇଟେକ୍‌ ଗ୍ୟାଜେଟ୍ସ ପାଇଁ Sony ସବୁବେଳେ ଚର୍ଚ୍ଚାରେ ଥାଏ । ଏବେ ଏହି କମ୍ପାନୀ ଏମିତି ଏକ ଡିଭାଇସ୍‌ ଆଣିଛି, ଯାହା ଦ୍ୱାରା ଲୋକମାନେ ଘର ବାହାରେ ମଧ୍ୟ ଏସିର ମଜା ନେଇ ପାରିବେ । କମ୍ପାନୀର ନୂଆ reon pocket 5 ହେଉଛି ଏକ ପୋର୍ଟେବଲ୍ ଏସି ଯାହାକୁ ଆପଣ ନିଜ ସାର୍ଟରେ ଫିଟ୍ କରି ଅସହ୍ୟ ଗରମରୁ ଆରାମ ପାଇପାରିବେ । ଏହାକୁ ସହଜରେ ହାତରେ ଧରି ମଧ୍ୟ ଆପଣ ଥଣ୍ଡାର ମଜା ନେଇ ପାରିବେ । ସୋନି ପୂର୍ବରୁ ସମାନ ଡିଭାଇସ୍‌ ଲଞ୍ଚ କରିଛି କିନ୍ତୁ ଦାବି କରିଛି ଯେ reon pocket 5 ଏହାର ପୂର୍ବ ଭର୍ସନ ଅପେକ୍ଷା ଅଧିକ ଦମଦାର ହେବ ।

reon pocket 5 ହେଉଛି ଏକ ପୋର୍ଟେବଲ୍ ଏସି ଯାହା କ୍ଲିପ୍ ଭଳି ଡିଜାଇନ୍ କରାଯାଇଛି । ଏହାକୁ ଆପଣ ନିଜ ସାର୍ଟ କିମ୍ବା ଟି-ସାର୍ଟର ପଛ ପଟେ ଫିଟ୍ କରିପାରିବେ । ଏହି ଗ୍ୟାଜେଟ୍ ଆପଣଙ୍କୁ କେବଳ ଗରମ ଦିନେ ଥଣ୍ଡା ଦିଏ ତାହା ନୁହେଁ ବରଂ ଶୀତଦିନେ ଯାତ୍ରା କରିବା ସମୟରେ ଆପଣଙ୍କୁ ଆରାମ ପ୍ରଦାନ କରିଥାଏ ।

reon pocket 5ରେ ପାଞ୍ଚଟି କୁଲିଂ ଲେଭଲ୍‌ ସାମିଲ ହୋଇଛି ଏବଂ ସେହିପରି ଗରମକୁ କଣ୍ଟ୍ରୋଲ୍‌ କରିବା ପାଇଁ ଏଥିରେ ୪ଟି ଲେଭଲ୍‌ ଦିଆଯାଇଛି । ଆପଣ ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ଡିଭାଇସରେ କମ୍ପାଟିବଲ୍‌ ଆପ୍ ଦ୍ୱାରା reon pocket 5 କୁ କନେକ୍ଟ କରିପାରିବେ । ଆପଣ ବ୍ଲୁଟୁଥ୍ ମାଧ୍ୟମରେ ଡିଭାଇସ୍ କୁ ନିଜ ଫୋନ୍ ସହିତ କନେକ୍ଟ କରିପାରିବେ ଏବଂ ଆପଣଙ୍କ ଚାରିପାଖରେ ଥିବା ତାପମାତ୍ରା ଉପରେ ନିର୍ଭର କରି ଏହି ଡିଭାଇସ୍‌ କୁଲିଂ / ହିଟିଂ ଲେଭଲକୁ କଣ୍ଟ୍ରୋଲ କରିପାରେ । ଏହା ୭ ଘଣ୍ଟା ପର୍ଯ୍ୟନ୍ତ ଚାଲିବା ପାଇଁ ଫିଚର ଦିଆଯାଇଛି ।

ଏହା ବ୍ୟତୀତ ସୋନି ଏଥିରେ ଏକ ଅଟୋ-ଷ୍ଟାର୍ଟ ଫିଚର ଦେଇଛି, ଯାହା ଆପଣ ସାର୍ଟ ପିନ୍ଧିବା ସମୟରେ AC କୁ ଆକ୍ଟିଭ୍‌ କରିଥାଏ, ଏବଂ ଯେତେବେଳେ ଆପଣ ଏହାକୁ ଖୋଲିବେ ସେତେବେଳେ ଏହା ଆପେ ଆପେ ବନ୍ଦ ହୋଇଯାଏ । reon pocket 5ରେ ମିଳୁଥିବା ଏହି ଫିଚର କେବଳ ଏହି ଡିଭାଇସରେ ମିଳୁଛି ତାହା ନୁହେଁ ପୂର୍ବରୁ ମଧ୍ୟ ସୋନିର ଅନ୍ୟ ପ୍ରଡକ୍ଟଗୁଡ଼ିକରେ ଏଭଳି ଫିଚର ଦିଆଯାଇଛି ।

୨୦୧୯ରେ ପ୍ରଥମ ଥର ପାଇଁ reon ର ପ୍ରଡକ୍ଟ ଆସିଥିଲା ଯାହା ବଢ଼ିଆ ଫିଚର ସହିତ ପକେଟ୍ ଫ୍ରେଣ୍ଡଲି ଗ୍ୟାଜେଟ୍‌ ଥିଲା । ତେବେ ଏହି ପ୍ରଡକ୍ଟ ଭାରତରେ ଖୁବଶୀଘ୍ର ଆସିବ ବୋଲି ଆଶା କରାଯାଉଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago