ଟେକ୍

ଭୁଲରେ Instagramରୁ ଡିଲିଟ୍ ହୋଇଯାଇଛି କି ପୋଷ୍ଟ? ଏଭଳି କରନ୍ତୁ ରିକଭର୍

ଯଦି ଆପଣ ହଠାତ୍ ଇନଷ୍ଟାଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ କିଛି ପଦକ୍ଷେପ ବିଷୟରେ କହିବାକୁ ଯାଉଛୁ, ଯାହା ଫଲୋ କରି ଆପଣ ଆପଣଙ୍କର ପୋଷ୍ଟକୁ ରିଷ୍ଟୋର କରିପାରିବେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଆଜିକାଲି ବହୁତ ଅଧିକ । ଇନଷ୍ଟାଗ୍ରାମରେ ଅନେକ ମହତ୍ୱପୂର୍ଣ୍ଣ ଫିଚର୍ସ ଉପଲବ୍ଧ, ଯାହା ୟୁଜରମାନଙ୍କୁ ଏକ ଭଲ ଏକ୍ସପେରିଏନ୍ସ ଦେଇଥାଏ ।

ବେଳେବେଳେ ଆମେ ହଠାତ୍ ଆମର ଗୋଟିଏ ପୋଷ୍ଟ ଇନଷ୍ଟାଗ୍ରାମରୁ ଡିଲିଟ୍ କରିଦେଇଥାଉ ଏବଂ ଏହାକୁ କିପରି ରିକଭର କରାଯିବ ସେ ବିଷୟରେ ଚିନ୍ତିତ ହୋଇଯାଆନ୍ତି । ତଥାପି, ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଇନଷ୍ଟାଗ୍ରାମରୁ ଡିଲିଟ୍ ହୋଇଥିବା ଫଟୋ କିମ୍ବା ଭିଡିଓଗୁଡିକ କିପରି ରିକଭର କରିପାରିବେ ଆମେ ଆପଣଙ୍କୁ କହିବୁ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଇନଷ୍ଟାଗ୍ରାମ ଆପକୁ ଯିବାକୁ ପଡିବ । ଆପରେ ଥିବା ଆପଣଙ୍କର ପ୍ରୋଫାଇଲ୍ ଫଟୋକୁ ଯାଆନ୍ତୁ ।

ଏଠାକୁ ଯିବା ପରେ ଆପଣଙ୍କୁ ପ୍ରୋଫାଇଲ୍ ଫଟୋ ଉପରେ ଟ୍ୟାପ୍ କରିବାକୁ ପଡିବ । ଏହି ପେଜରେ ଆପଣଙ୍କ ପ୍ରୋଫାଇଲ୍ ଫଟୋ ଖୋଲିବ । ଏବେ ପ୍ରୋଫାଇଲର ରାଇଟ ସାଇଡ କର୍ନରରେ ତିନୋଟି ଲାଇନ ଦେଖିବ । ବର୍ତ୍ତମାନ ଆପଣ ଏହି ତିନୋଟି ଲାଇନ ଉପରେ ଟ୍ୟାପ୍ କରନ୍ତୁ । ଯେତେବେଳେ ଆପଣ ତଳକୁ ସ୍କ୍ରୋଲ୍ କରିବେ, ଆପଣ Your activity ର ଅପ୍ସନ ଦେଖିପାରିବେ । ଏହିଠାରେ ଆପଣଙ୍କୁ ଟ୍ୟାପ୍ କରିବାକୁ ପଡିବ ।

ଏହା ଉପରେ ଟ୍ୟାପ୍ କରିବା ପରେ, ଆପଣ ଦୁଇଟି ଅପ୍ସନ ଦେଖିବେ – Recently deleted ଏବଂ Removed and archived content ଦେଖାଯିବ । Recently deleted ଉପରେ ଟ୍ୟାପ୍ କରି ଏଠାରେ ଆପଣ ଡିଲିଟ୍ ହୋଇଥିବା ଫଟୋ କିମ୍ବା ଭିଡିଓକୁ ରିଷ୍ଟୋର କରିପାରିବେ । Recently deleted ସେକ୍ସନରେ, ଆପଣ ନିଜ ପ୍ରୋଫାଇଲ୍ ପୋଷ୍ଟ ଏବଂ ଭିଡିଓ ସହିତ ସବୁକିଛି ଦେଖିପାରିବେ । ତେବେ ଏହି ପ୍ରୋସେସରେ ଗୋଟିଏ କଥା ଧ୍ୟାନ ଦେବା ଉଚିତ ତାହା ହେଉଛି ଯେ କୌଣସି ଫଟୋ କିମ୍ବା ଭିଡିଓ କେବଳ ୩୦ ଦିନ ମଧ୍ୟରେ ହିଁ ରିଷ୍ଟୋର ହୋଇପାରିବ ।

Srujanika Panda

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

20 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

24 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

27 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

32 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

44 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

51 mins ago