ସ୍ନାପଚାଟରେ ପୋଷ୍ଟ କରନ୍ତୁ ସର୍ଟ ଭିଡିଓ, ପ୍ରତିଦିନ ମିଳିବ ୧ ମିଲିୟନ ଡଲାର

ଗତବର୍ଷ ସୋସିଆଲ ମିଡିଆ ଆପ୍ ସ୍ନାପଚାଟ୍ ନିଜର ସର୍ଟ ଭିଡିଓ ଫିଚର ସ୍ପଷ୍ଟଲାଇଟକୁ ରୋଲଆଉଟ କରିଥିଲା। ଏବେ କମ୍ପାନୀର ଏହି ଫିଚର ଜରିଆରେ ଲୋକେ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି। ସ୍ନାପଚାଟ୍ ନିଜର ବ୍ଲଗ ପୋଷ୍ଟରେ କିଛି କି, ୟୁଜର୍ସ ପ୍ରଥମେ ସ୍ନାପ ଏବଂ ଷ୍ଟୋରିଜ ଜରିଆରେ ସର୍ଟ ଭିଡିଓକୁ କେବଳ ସାଙ୍ଗମାନଙ୍କ ସହିତ ସେୟାର କରିପାରୁଥିଲେ। କିନ୍ତୁ ଏବେ spotlight ଫିଚର ଆସିବା ପରେ ୟୁଜର ସିଧାସଳଖ ସର୍ଟ ଭିଡିଓକୁ ସେୟାର କରିପାରିବେ। ଏହାସହିତ ଅଧିକ ଅଧିକରୁ ଫଲୋୟର୍ସଙ୍କୁ ଏକାଠି କରିପାରିବେ।

ସ୍ନାପଚାଟରେ କେବଳ ୬୦ ସେକେଣ୍ଡରେ ଭିଡିଓ ବନାଇପାରିବେ। ଏହି ଭିଡିଓରେ କୌଣସି ୱାଟରମାର୍କ ରହିବ ନାହିଁ। ଆଉ ସବୁଠାରୁ ଖାସ୍ କଥା ହେଉଛି, ଏହି ଫିଚର ଜରିଆରେ ୧୬ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସର ବ୍ଯକ୍ତି ରୋଜଗାର ମଧ୍ୟ କରିପାରିବେ। ତା’ ପୁଣି ଲକ୍ଷ ଲକ୍ଷ ଟଙ୍କା। କମ୍ପାନୀ କହିବାନୁଯାୟୀ, ୟୁଜର୍ସ ନିଜର ଶ୍ରେଷ୍ଠ ସ୍ନାପକୁ ଏକ ସ୍ଥାନରେ ରଖିବେ ଯାହା ସ୍ପଟଲାଇଟ ହୋଇଥିବ। ଏହି ପ୍ଲାଟଫର୍ମରେ ଆପଣ ସ୍ପନ୍ସଡ କିମ୍ବା ପେଡ ସ୍ନାପ୍ସ ପକାଇପାରିବେ ନାହିଁ। ସେହିପରି ସ୍ନାପଚାଟରେ ପୁରସ୍କାର ରାଶି ବିଷୟରେ ଯଦି କଥା ହେବା, ତେବେ କମ୍ପାନୀ କହିଛି କି, ଲୋକ ଯେଉଁ ୟୁଜରର କଣ୍ଟେଣ୍ଟ ସବୁଠାରୁ ଅଧିକ ଦେଖିବେ, ସେହି କଣ୍ଟେଣ୍ଟକୁ ପ୍ରତିଦିନ ହିସାବରେ ସବୁଠାରୁ ଆଗରେ ରଖାଯିବ। ଆଉ ଲୋକେ ତାକୁ ଆଗ ଦେଖିପାରିବେ।

snap

କମ୍ପାନୀ ୟୁଜର୍ସଙ୍କୁ ପ୍ରତିଦିନ ୧ ମିଲିୟନ ଡଲାର ଦେବ, ଯାହାର ସ୍ପାନ ପ୍ଲାଟଫର୍ମରେ ଟପରେ ଥିବ। ସ୍ପଟଲାଇଯ ଫିଚରକୁ ଲୋକପ୍ରିୟ କରିବା ପାଇଁ କମ୍ପାନୀ ଏହି ଯୋଜନା ଆଣିଛି। ଟିକଟକ୍ ବନ୍ଦ ବେହା ପରେ ଅନେକ ଦେଶୀ ସର୍ଟ ଭିଡିଓ ଆପ୍ସ ଲଞ୍ଚ ହୋଇଛି। ଏଥିପାଇଁ ସ୍ନାପଚାଟ୍ ଏପରି ଯୋଜନା ଆପଣାଇଛି।

You might also like