ଭାରତରେ Galaxy S21 ପାଇଁ ପ୍ରି ବୁକିଂ ଆରମ୍ଭ, ୟୁଜର୍ସଙ୍କୁ କମ୍ପାନୀ ଦେଉଛି ୨ହଜାର ଟଙ୍କିଆ ଟୋକନ
ସାଉଥ କୋରିଆନ ଟେକ୍ କମ୍ପାନୀ ସାମସଙ୍ଗ ତାର ଆଗାମୀ ଗାଲାକ୍ସି ଫ୍ଲାଗସିପ୍ ପାଇଁ ଏବେ ଠାରୁ ଅର୍ଡର ନେବା ଆରମ୍ଭ କରିଛି। କମ୍ପାନୀ ଭାରତୀୟ ଉପଭୋକ୍ତାଙ୍କ ପାଇଁ ୨ ହଜାର ଟଙ୍କିଆ ଟୋକୋନ୍ର ପ୍ରଚଳନ କରିଛି। ଯାହାକୁ ଦେଇ ସେମାନେ ଆଗକୁ ଆସୁଥିବା ସାମସଙ୍ଗର ଫ୍ଲାଗସିପ୍ ମୋବାଇଲ୍ ବୁକିଂ କରିପାରିବେ।
ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଫ୍ଲାଗ୍ସିପ୍ ପାଇଁ ସାମସଙ୍ଗ ଇଣ୍ଡିଆର ଇ-ଷ୍ଚୋର ଏବଂ ସାମସଙ୍ଗ ସପ୍ ଆପ୍ ଜରିଆରେ ବୁକିଂ କରିହେବ। ଆଗୁଆ ବୁକିଂ କରିଥିବା ଗ୍ରାହକଙ୍କୁ Next Galaxy VIP Pass ମିଳିବ ଏବଂ ମୋବାଇଲ୍ କିଣିବା ସମୟରେ ମୂଳ ମୂଲ୍ୟରୁ ୨ ହଜାର ଟଙ୍କା କମ୍ କରିଦିଆଯିବ। ଏଥି ସହିତ ଗାଲାକ୍ସି ଏସ୍-୨୧ର ବୁକିଂ କରିଥିବା ଗ୍ରାହକଙ୍କୁ ୩ ହଜାର ୮୪୯ ଟଙ୍କା ମୂଲ୍ୟର କଭର୍ ଫ୍ରିରେ ଦିଆଯିବ। ଏହି ଫ୍ଲାଗସିପ୍ ପାଇଁ ବୁକିଂ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ କହିଛି। କମ୍ପାନୀ ଏଥିପାଇଁ ପ୍ରସ୍ତୁତି କରିସାରିଥିବା ପ୍ରକାଶ କରିଛି।
ବିଶେଷ କରି ଗାଲାକ୍ସି ଏସ୍-୨୧ ସିରିଜ୍ର ଫଟୋ ଏବଂ ଫିଚର୍ ଲିକ୍ ହୋଇସାରିଛି। ଯାହାଫଳରେ କି ଏହି ସ୍ମାର୍ଟଫୋନ୍ କିଛି ଖାସ୍ ନେଇ ବଜାରକୁ ଆସିବ ବୋଲି ଅନୁମାନ କରାଯାଉଛି। ଏହାର ଡିଜାଇନ୍ ଏସ୍-୨୦ ଠାରୁ ଅଲଗା ଭଳି ଦେଖାଯାଉଛି। ଏହାର କ୍ୟାମେରା ମଡେଲ ମଧ୍ୟ ବେଶ ଅଲଗା ରହିଛି ଏବଂ ଏଥିରେ ନୂଆ ସେନ୍ସର ଦେଖିବାକୁ ମିଳିବ। ଏଥିରେ Qualcomm Snapdragon 888 ପ୍ରୋସେସର୍ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।