ଭାରତୀୟ କମ୍ପାନୀ ଲଞ୍ଚ୍ କଲା ସବୁଠୁ ଶସ୍ତା ମେଡ୍ ଇନ୍ ଇଣ୍ଡିଆ ଇୟରବର୍ଡ୍ସ, ଜାଣନ୍ତୁ କେତେ ରହିଛି ଦାମ୍

ଲଞ୍ଚ୍ ହେଲା ଭାରତର ପ୍ରଥମ ୱେୟାରଲେସ୍ ଇୟରବର୍ଡ୍ସ। ଘରୋଇ କମ୍ପାନୀ pTron ନିଜର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଇୟର ବର୍ଡ୍ସର ବଜାର ପ୍ରବେଶ କରାଇଛି। ଏହି ଇୟରବର୍ଡ୍ସର ନାଁ ରହିଛି Bassbuds Plus। ଏହାର ଦାମ୍ ରହିଛି ମାତ୍ର ୯୯୯ ଟଙ୍କା। ଆମାଜନ୍ ଇଣ୍ଡିଆରେ ଏହା ବିକ୍ରି ପାଇଁ ଉପଲବ୍ଧ ଅଛି। ଏହି ମେଡ୍ ଇନ୍ ଇଣ୍ଡିଆ ଇୟର ବର୍ଡ୍ସକୁ କିଣିବାକୁ ଚାହୁଁଥିବା ଗ୍ରାହକ ଆମାଜନ୍ରୁ କିଣିପାରିବେ।
ଆସନ୍ତୁ ଜାଣିବା Bassbuds Plus ଇୟରବର୍ଡ୍ସର ଫିଚର ସମ୍ପର୍କରେ…
- Bassbuds Plus ରେ କପରରେ ପ୍ରସ୍ତୁତ କରାଯାଇଥିବା ୮ ଏମ୍ଏମ୍ର ଡ୍ରାଇଭର ଦିଆଯାଇଛି। ଏହା ଉନ୍ନତମାନର ସାଉଣ୍ଡ ଆଉଟ୍ପୁଟ ଦେଉଥିବା କମ୍ପାନୀ ଦାବି କରିଛି।
- ବ୍ଲୁଟୁଥ୍ ୫.୦ କନେକ୍ଟିଭିଟି ଉପରେ କାମ କରୁଥିବା ଏହି ଇୟରବର୍ଡ୍ସ ଡିବାଇସ୍ରେ କନେକ୍ଟ ହେବା ପରେ ୧୦ ମିଟର ରେଞ୍ଜରେ କାମ କରିବ।
- ପିଟ୍ରୋନ୍ ବାସ୍ବର୍ଡ୍ସ ପ୍ଲସ୍ର ପ୍ରତ୍ୟେକ ବର୍ଡ୍ସରେ ୫୦mAhର ବ୍ୟାଟେରୀ ଲାଗିଛି। ସେହିପରି ଚାର୍ଜିଂ କେସ୍ରେ ୪୦୦mAhର ବ୍ୟାଟେରୀ ଦିଆଯାଇଛି। ଚାର୍ଜିଂ କେସ୍ ସହ ଏହାର ବ୍ୟାଟେରୀକୁ ନେଇ ୧୨ ଘଣ୍ଟାର ବ୍ୟାଟେରୀ ବ୍ୟାକ୍ଅପ୍ ଦେଇଥିବା କମ୍ପାନୀ ଦାବି କରିଛି।
- ଏଥିରେ ସ୍ମାର୍ଟ ଟଚ୍ର ସପୋର୍ଟ ବି ମିଳୁଛି। ଏହା ଦ୍ୱାରା ଆପଣ ଫୋନ୍ ରିସିଭ୍ କରିପାରିବେ।
- କଲିଂ ପାଇଁ ଏହି ବର୍ଡ୍ସରେ ଇନ୍ବିଲ୍ଡ ମାଇକ୍ରୋଫୋନ୍ ଲାଗିଛି। ସେହିପରି ବ୍ୟାଟେରୀ ଲେବଲ ପାଇଁ ଚାର୍ଜିଂ କେସ୍ରେ ଏକ ସ୍ମାର୍ଟ ଡିସ୍ପ୍ଲେ ବି ରହିଛି।
- Bassbuds Plus ରେ ଗୁଗଲ ଆସିଷ୍ଟାଣ୍ଟ ଓ ଆପଲ ସିରିର ବି ସପୋର୍ଟ ଦିଆଯାଇଛି।
- ଏହାକୁ IPX4 ର ରେଟିଂ ବି ମିଳିଛି। ଅର୍ଥାତ୍ ଏହା ସ୍ୱେଟ୍ ପ୍ରୁଫ୍।