Puma କମ୍ପାନୀ ଭାରତରେ ଲଞ୍ଚ କଲା ନୂଆ ସ୍ମାର୍ଟୱାଚ, ୟୁଜରଙ୍କୁ ମିଳିପାରିବ ଗୁଗୁଲ ଆସିଷ୍ଟାଣ୍ଟର ସପୋର୍ଟ

ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଟେକ କମ୍ପାନୀ ପ୍ୟୁମା କମ୍ପାନୀ ଭାରତରେ ନିଜର ପ୍ରଥମ ସ୍ମାର୍ଟୱାଚ ଲଞ୍ଚ କରିଛି । ପ୍ରଥମେ କମ୍ପାନୀ ଏହି ସ୍ମାର୍ଟ ଵାଚ ଟିକୁ ବିଶ୍ୱସ୍ତରୀୟ ଭାବେ ଲଞ୍ଚ କରିସାରିଥିଲା । ଲୋକଙ୍କୁ ଏଥିରେ ହାର୍ଟ ରେଟ ମନିଟର ସମେତ ଗୁଗୁଲ ଆସିଷ୍ଟାଣ୍ଟର ଫିଚର୍ସ ମିଳିପାରିବ । ଯେବେକି ଏହି ସ୍ୱତନ୍ତ୍ର ଘଂଟା ସାଓମୀ, ଅମେଜଫିଟ, ସମସଙ୍ଗ ଓ ଅନର ପରି କମ୍ପାନୀ ମାନଙ୍କ ସ୍ମାର୍ଟୱାଚ ମାନଙ୍କୁ କଡା ଟକ୍କର ଦେବ । ତେବେ ଆସନ୍ତୁ କଣ ରହିଛି ପ୍ୟୁମା କମ୍ପାନୀ ସ୍ମାର୍ଟୱାଚର ଦର ଓ ବିଶେଷତା :

ପ୍ୟୁମା ସ୍ମାର୍ଟୱାଚର ଦର :

କମ୍ପାନୀ ତରଫରୁ ଏହି ଘଣ୍ଟାର ଦର ୧୯,୯୯୫ ଟଙ୍କା ରଖାଯାଇଛି । ଗ୍ରାହକ ଏହି ସ୍ମାର୍ଟୱାଚକୁ ଇ-କମର୍ସ ସାଇଟ ଯେମିତିକି ଫ୍ଲିପକାର୍ଟ, କମ୍ପାନୀର ଅଫିସିଆଲ ସାଇଟରେ ସହଜରେ କିଣିପାରିବେ । ଏସବୁ ବାଦ କମ୍ପାନୀ ନିଜ ୱାଚରେ ୨ ବର୍ଷର ଗ୍ୟାରେଣ୍ଟି ମଧ୍ୟ ଯୋଗାଉଛି ।

smart watch

ପ୍ୟୁମା ସ୍ମାର୍ଟୱାଚର ବିଶେଷତା:

ସ୍ପେସିଫିକସନ କଥା କହିଲେ କମ୍ପାନୀ ଏହି ସ୍ମାର୍ଟୱାଚରେ ୧.୧୯ ଇଞ୍ଚର ଏମଓଲେଡ଼ ଡିଷ୍ପ୍ଲେ ସପୋର୍ଟ ସହ ୩୯୦ x ୩୯୦ ପିକସାଲ ରିଜୋଲୁସନର ସପୋର୍ଟ ମଧ୍ୟ ଯୋଗାଉଛି । ଏହା ସହ ଅଧିକ ଭଲ ପରଫରମାନ୍ସ ପାଇଁ ପଇଁ ୧୨ ରାମ, ୪ ଜିବି ଷ୍ଟୋରେଜ, ସମେତ କଲକମ ସ୍ନାପଡ୍ରାଗନ ୩୧୦୦ ଚିପସେଟ ଫ୍ୟାସିଲିଟି ମଧ୍ୟ ମିଳିପାରିବ । ଏହା ସହ ୟୁଜର ମାନଙ୍କୁ ଏହି ୱାଚରେ ଗୁଗୁଲ ଆସିଷ୍ଟାଣ୍ଟର ସପୋର୍ଟ ମଧ୍ୟ ମିଳିପାରିବ ।

puma smart watch

କଣ ରହିଛି ଅନ୍ୟ ସ୍ପେସିଫିକସନ:

ଲଂଚ ହୋଇଥିବା ଏହି ସ୍ମାର୍ଟୱାଚରେ ଗୁଗୁଲ ଫିଟ ମାଧ୍ୟମରେ ପାଇଲେଟ୍ସ ,ରନିଙ୍ଗ, ସ୍ୱଇପିଙ୍ଗ ପରି ଆକଟୀଭିଟି ସମେତ ହାର୍ଟ ରେଟକୁ ମଧ୍ୟ ଟ୍ରାକ କରିଥାଏ । ଲୋକଙ୍କୁ ଏଥିରେ ଏନଏଫସି ପେମେଣ୍ଟର ସପୋର୍ଟ ବି ମିଳିବ । ଏହା ବାଦ କମ୍ପାନୀ ତାରାପହଁରୁ ସ୍ପଷ୍ଟ କରାଯାଇଛି କି ଥରେ ଫୁଲ ଚାର୍ଜ ହେଲେ ଏହାର ବ୍ୟାଟେରୀ ଦୁଇ ଦିନ ପର୍ଯ୍ୟନ୍ତ ଚାଲିପାରିବ ।

You might also like